ETV Bharat / state

ରାଳବରୁ ନକଲି ବିଦେଶୀ ମଦ କାରଖାନା ଠାବ,୨ ଗିରଫ

author img

By

Published : Jul 14, 2022, 9:37 AM IST

ବ୍ରହ୍ମପୁର ଉପକଣ୍ଠ ରାଳବ ଗ୍ରାମରୁ ପୁଣି ଏକ ମଦ ଫ୍ୟାକ୍ଟ୍ରିକୁ ଠାବ କରିଛି ଅବକାରୀ ବିଭାଗ । ଏହା ସହ ୨ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଧିକ ପଢନ୍ତୁ

ରାଳବରୁ ନକଲି ବିଦେଶୀ ମଦ କାରଖାନା ଠାବ, ୨ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ଉପକଣ୍ଠରେ ପୁଣି ଏକ ନକଲି ବିଦେଶୀ ମଦ ଫ୍ୟାକ୍ଟ୍ରି ଠାବ ହୋଇଛି । ଅବକାରୀ ବିଭାଗ ଏହି କାରଖାନାକୁ ଠାବ କରିବା ସହ ନକଲି ମଦ ପ୍ରସ୍ତୁତ କରୁଥିବା ଏବଂ ବିକ୍ରି କରି ଆସୁଥିବା ୨ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ରାଳବରୁ ନକଲି ବିଦେଶୀ ମଦ କାରଖାନା ଠାବ

ସୂଚନାଅନୁସାରେ, ବ୍ରହ୍ମପୁର ସହର ସମେତ ଉପକଣ୍ଠରେ ନକଲି ବିଦେଶୀ ମଦ କାରବାର ଚାଲିଥିବା ନେଇ ଖବର ପାଇଥିଲା ଅବକାରୀ ବିଭାଗ । ଖବର ପାଇ ଏହାକୁ ଧରିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ତେବେ ଗତକାଲି(ବୁଧବାର)ନକଲି ମଦ ପ୍ରସ୍ତୁତ କରୁଥିବା ମୁଖ୍ୟ ଅଭିଯୁକ୍ତ ବି.ସନ୍ତୋଷ ପାତ୍ରକୁ ପ୍ରଥମେ ବିଭାଗ ପକ୍ଷରୁ ସହର ଉପକଣ୍ଠ ଟାମଣା ଘାଟି ନିକଟରେକାବୁ କରିବା ପରେ ତାରି ନିକଟରୁ ଏକ ସ୍କୁଟି, ମୋଟର ସାଇକେଲ ସମେତ ନକଲି ବିଦେଶୀ ମଦକୁ ଜବତ କରାଯାଇଥିଲା ।

ଗିରଫ ସନ୍ତୋଷର ସୂଚନା ମୁତାବକ ଏଭଳି ନକଲି ବିଦେଶୀ ମଦ ପ୍ରସ୍ତୁତ ହେଉଥିବା ରାଳବ ଗ୍ରାମରେ ଅବକାରୀ ବିଭାଗ ଚଢାଉ କରି ବିଦେଶୀ ମଦ କାରଖାନା ସହ ନକଲି ମଦ ପ୍ରସ୍ତୁତ ସାମଗ୍ରୀକୁ ମଧ୍ୟ ଜବତ କରିଛି । ଏପରିକି ଏହି ମଦକୁ ପ୍ରସ୍ତୁତ ପରେ ବ୍ରହ୍ମପୁର ପୋଲିସ ଜିଲ୍ଲାର କେ.ନୂଆଗାଁ ଥାନା ଅନ୍ତର୍ଗତ ଗୌଡଗାଁ ଠାରେ ବିକ୍ରି କରୁଥିବା ଜଣାପଡିବା ପରେ ଏହି କାରବାରରେ ସଂପୃକ୍ତ ଥିବା ସେଠାକାର ଶିବାଶିଷ ଚୌଧୁରୀକୁ ଗିରଫ କରିଛି । ଗତ କିଛି ମାସର ବ୍ୟବଧାନରେ କ୍ରମାଗତ ଭାବରେ ଗୋଟିଏ ପରେ ଗୋଟିଏ ନକଲି ବିଦେଶୀ ମଦ ପ୍ରସ୍ତୁତ ୟୁନିଟ୍‌କୁ ଧରିବାରେ ଅବକାରୀ ଓ ପୋଲିସ ବିଭାଗ ସଫଳ ହେଉଥିବା ବେଳେ ଆଗାମୀ ଦିନରେ ଏହା ଜାରି ରହିବ ବୋଲି କହିଛନ୍ତି ଅବକାରୀ ବିଭାଗ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.