ETV Bharat / state

୨୪ରୁ ଗୋପାଳପୁର ବେଳାଭୂମି ମହୋତ୍ସବ

ଆସନ୍ତା ଡିସେମ୍ବର ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ବ୍ୟାପି ଗୋପାଳପୁରରେ ଆୟୋଜିତ ହେବାକୁ ଯାଉଛି ବେଳାଭୂମି ମହୋତ୍ସବ ।

ganjam
ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Dec 22, 2019, 8:34 AM IST

ବ୍ରହ୍ମପୁର: ଆସନ୍ତା ଡିସେମ୍ବର ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ବ୍ୟାପି ଗୋପାଳପୁରରେ ଆୟୋଜିତ ହେବାକୁ ଯାଉଛି ବେଳାଭୂମି ମହୋତ୍ସବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମହୋତ୍ସବକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟତଃ ସ୍ଥାନୀୟ ଲୋକକଳା ଓ ସଙ୍ଗୀତକୁ ପ୍ରୋତ୍ସାହନ ଦିଆଯିବା ସହ ପ୍ରତ୍ୟେକ ଦିନ ଓଲିଉଡ ଓ ବଲିଉଡ କଳାକାରମାନଙ୍କ ଦ୍ବାରା ମନୋରଞ୍ଜନ କାର୍ଯ୍ୟକ୍ରମ କରାଯିବ । ପ୍ରସିଦ୍ଧ ବଲିଉଡ କଣ୍ଠଶିଳ୍ପୀ ସୋନୁ ନିଗମ ଉଦଘାଟନୀ ଉତ୍ସବରେ ଯୋଗ ଦେବାକୁ ଥିବାବେଳେ ଦ୍ବିତୀୟ ଦିନରେ ବଲିଉଡ଼ର ହାସ୍ୟ ଅଭିନେତା ସଙ୍କିତ ଭୋସଲେ, ଉଦଯାପନୀ ସଂନ୍ଧ୍ୟାରେ ପ୍ରସିଦ୍ଧ କଣ୍ଠ ଶିଳ୍ପୀ ସାନ୍ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଚଳିତବର୍ଷ ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏପରିକି ବେଳାଭୂମି ମହୋତ୍ସବ କମିଟିର କର୍ମକର୍ତ୍ତାମାନେ ମହୋତ୍ସବ ଷ୍ଟଲ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି । ମୁଖ୍ୟତଃ ଗୋପାଳପୁର ବେଳାଭୂମି ମହୋତ୍ସବକୁ ଆନ୍ତର୍ଜାତୀୟ ସ୍ତରର ମହୋତ୍ସବ ଭାବରେ ମାନ୍ୟତା ପ୍ରଦାନ କରିବାକୁ ଗତ କିଛି ବର୍ଷ ଧରି ଉଦ୍ୟମ କରାଯାଉଛି ।

ଚଳିତ ଥର ମହୋତ୍ସବରେ ମହିଳା ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେହିଭଳି ମହୋତ୍ସବରେ ଜନସାଧାରଣଙ୍କ ପାଇଁ ପଲ୍ଲୀଶ୍ରୀ ମେଳା, ହର୍ବାଲ ମେଳା, ଖାଦ୍ୟ ମେଳା ସହ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ଏଥିରେ ପ୍ରଚାର ପ୍ରସାର କରାଯିବ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:()-ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳର ମାନ୍ୟତା ପାଇଥିବା ଗୋପାଳପୁରରେ ଆସନ୍ତା ଡିସେମ୍ୱର ୨୪ ରୁ ୨୮ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପି ଆୟୋଜିତ ହେବାକୁ ଯାଉଛି ବେଳାଭୂମି ମହୋତ୍ସବ । ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟତଃ ସ୍ଥାନୀୟ କଳାକାରଙ୍କ ଲୋକକଳା ଓ ସଙ୍ଗୀତକୁ ପ୍ରୋତ୍ସାହନ ଦିଆଯିବା ସହ ପ୍ରତେକ ଦିନ ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଓଲିଉଡ୍ ଓ ବଲିଉଡ୍ କଳାକାର ମାନେ ମଞ୍ଚରେ ପରିବେଷଣ କରିବେ ସେମାନଙ୍କ ମେଗା ସୋ କାର୍ଯ୍ୟକ୍ରମ । ବଲିଉଡ୍ ର ସୁନାମଧନ୍ୟ କଣ୍ଠଶିଳ୍ପୀ ସୋନୁ ନିଗମ୍ ଉଦଘାଟିତ ଉତ୍ସବରେ ଯୋଗ ଦେବାକୁ ଥିବା ବେଳେ ଦ୍ୱିତୀୟ ଦିନରେ ବଲିଉଡ଼ର ହାସ୍ୟ ଅଭିନେତା ସଙ୍କିତ୍ ଭୋସଲେ, ଉଦଯାପନୀ ସଂନ୍ଧ୍ୟାରେ ପ୍ରସିଦ୍ଧ କଣ୍ଠ ଶିଳ୍ପୀ ସାନ୍ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥି ସହ ପ୍ରତେକ ସଂନ୍ଧ୍ୟାରେ ଓଲିଉଡ୍ ର କଳାକାର ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ବାଇଟ୍- ବିଜୟ ଅମୃତା କୁଲାଙ୍ଗେ(ଜିଲ୍ଲାପାଳ,ଗଞ୍ଜାମ)
ବାଇଟ୍- ଡ. ପ୍ରଦୀପ କୁମାର ପାଣିଗ୍ରାହୀ (ଅଧ୍ୟକ୍ଷ,ଗୋପାଳପୁର ମହୋତ୍ସବ କମିଟି)
()-ମୁଖ୍ୟତଃ ଗୋପାଳପୁର ବେଳାଭୂମି ମହୋତ୍ସବକୁ ଆନ୍ତର୍ଜାତୀୟ ସ୍ତରର ମହୋତ୍ସବର ମାନ୍ୟତା ପ୍ରଦାନ କରିବାକୁ ଗତ କିଛି ବର୍ଷ ଧରି ଉଦ୍ୟମ ହେଉଥିବା ବେଳେ ଚଳିତବର୍ଷ ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏପରିକି ବେଳାଭୂମି ମହୋତ୍ସବ କମିଟି ର କର୍ମକର୍ତ୍ତା ମାନେ ମହୋତ୍ସବ ସ୍ଥଲ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି ।
ବାଇଟ୍-ଇଂ.ଉମା ପାଣିଗ୍ରାହୀ(ସଭାପତି- ହୋଟେଲ ମାଲିକ ସଂଙ୍ଘ)
Conclusion:()-ଚଳିତଥର ମହୋତ୍ସବରେ ମହଇଲା ଓ ବରିଷ୍ଠ ନାଗରିକ ଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ମହୋତ୍ସବରେ ଜନସାଧାରଣ ଙ୍କ ପାଇଁ ପଲ୍ଲୀଶ୍ରୀ ମେଳା, ହର୍ବାଲ ମେଳା, ଖାଦ୍ୟ ମେଳା ସହ ସରକାର ଙ୍କ ବିଭିନ୍ନ କାର୍ଯ୍ୟକ୍ରମ କୁ ଏଥିରେ ପ୍ରଚାର ପ୍ରସାର କରାଯିବ । ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଙ୍କ ରିପୋର୍ଟ ଇଟିଭି ଭାରତ...
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.