ETV Bharat / state

ରୋଜଗାର ଆଶାରେ କତାରରେ ନିର୍ଯାତିତ ଓଡିଆ ଯୁବକ, ଉଦ୍ଧାର ପାଇଁ ବାପାମା’ଙ୍କ ଆକୁଳ ନିବେଦନ

author img

By

Published : May 25, 2022, 9:15 PM IST

ନିଜ ଅଞ୍ଚଳରେ କାମ ନପାଇ ବିଦେଶ ଯାଇଥିଲେ । ପେଟପାଟଣା ପାଇଁ ଏକ କମ୍ପାନୀ ଜରିଆରେ କତାର ଯାଇଥିଲେ ଗଞ୍ଜାମ ଖଲ୍ଲିକୋଟ୍ ଅଞ୍ଚଳର ବିଷ୍ଣୁ ପ୍ରସାଦ ଡାକୁଆ । ହେଲେ କିଛି ଦିନ ପରେ କାମରୁ କାଢିଦେଲା କମ୍ପାନୀ । ଭିସା ଅବଧି ସରିଯିବାରୁ ଜେଗ ଗଲେ । ଏବେ ରାସ୍ତାଗଡରେ ବୁଲି ବୁଲି ଜୀବନ ଭିକ୍ଷା ମାଗୁଛନ୍ତି ସେ । ଅଧିକ ପଢ଼ନ୍ତୁ

ରୋଜଗାର ଆଶାରେ କତାରରେ ନିର୍ଯାତିତ ଓଡିଆ ଯୁବକ, ଉଦ୍ଧାର କରିବାକୁ କଲେ ଆକୁଳ ନିବେଦନ

ଗଞ୍ଜାମ: ରୋଜଗାର ଆଶାରେ ବିଦେଶ ଯାଇ ହନ୍ତସନ୍ତ ହେଉଛନ୍ତି ଓଡ଼ିଆ ଯୁବକ । ମନରେ ଅନେକ ଆଶା ନେଇ ସେ ଟଙ୍କା ରୋଜଗାର କରିବା ପାଇଁ ନିଜ ରାଜ୍ୟ ଛାଡ଼ି ସୁଦୂର କତାର ଯାଇଥିଲେ । ହେଲେ ସେଠାରେ ଯେଉଁ କମ୍ପାନୀ ସହୟତାରେ ଯାଇଥିଲେ ସେହି କମ୍ପାନୀ ମାତ୍ର ୬ ମାସ କାମର ମଜୁରୀ ଦେଇ କାମ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସହରର ଶ୍ୟାମସୁନ୍ଦରପୁର ଅଞ୍ଚଳର ବିଷ୍ଣୁ ପ୍ରସାଦ ଡାକୁଆ ଏଭଳି ନିର୍ଯାତନାର ଶିକାର ହୋଇଛନ୍ତି । ଏହାପରେ ଯୁବକ ଜଣଙ୍କ ପାଖରେ ଭିସା ନଥିବା ଅଭିଯୋଗରେ ତାଙ୍କୁ ଜେଲ୍‌ ପଠାଇ ଦେଲା ସ୍ଥାନୀୟ ପୋଲିସ ।

ଜେଲ୍‌ରୁ ବାହାରିବା ପରେ ତାଙ୍କ ମୋବାଇଲ ଓ ପାସ୍‌ପୋର୍ଟ ବି ଚୋରି ହୋଇଯାଇଥିଲା । କମ୍ପାନୀର ମଧ୍ୟ କୌଣସି ଖୋଜଖବର ନଥିଲା । ଶେଷରେ ରାସ୍ତା କଡ଼ରେ ବା ବସ୍‌ରେ ଶୋଇ ଜୀବନ କାଟୁଛନ୍ତି । ଭିକ ମାଗି ଚଳିବା ଛଡ଼ା ତାଙ୍କ ପାଖରେ ଆଉ କୌଣସି ଚାରା ନାହିଁ । ଏଥିପାଇଁ ତାଙ୍କ ଶୀଘ୍ର ସେଠାରୁ ଉଦ୍ଧାର କରିବାକୁ ଏକ ଭିଡିଓ ସେୟାର କରି ନିବେଦନ କରିଛନ୍ତି । ସେପଟେ ପୁଅର ଏଭଳି ଆକୁଳ ଚିତ୍ର ଦେଖି ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି ।

ପୁଅକୁ ଫେରାଇ ଆଣିବା ପାଇଁ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି ପରିବାର ବର୍ଗ । ଓଡିଆ ଯୁବକଙ୍କୁ ଚୁକ୍ତି କରି ବିଦେଶକୁ ନେଇ ଯାଇଥିବା କମ୍ପାନୀ ଦୁଇ ବର୍ଷ କାମ କରିବା ପରେ ନିଜ ଖର୍ଚ୍ଚରେ ଘରକୁ ପଠାଇବା ପାଇଁ ଚୁକ୍ତି କରିଥିଲା । ହେଲେ ବର୍ଷକ ପରେ ୬ ମାସର ବକେୟା ଟଙ୍କା ନଦେଇ ଶ୍ରମିକ କ୍ୟାମ୍ପରୁ ବାହାର କରି ଦେଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ପ୍ରଶାସନକୁ ଅବଗତ କରାଇଛନ୍ତି ପରିବାର ବର୍ଗ ।

ଧାର କରଜ ପରିଶଷୋଧ କରିବା ପାଇଁ ବିଷ୍ଣୁଙ୍କୁ କତରା ପଠାଇଥିଲେ ତାଙ୍କ ପରିବାର ଲୋକେ । ସହାୟକ ଶ୍ରମିକ ଭାବରେ କାର୍ଯ୍ୟ କରିବାକୁ ଏକ ସଂସ୍ଥା ଜରିଆରେ ଯାଇଥିଲେ । ସେଠାରେ ପ୍ରାୟ ୩ ମାସ ପର୍ଯ୍ୟନ୍ତ ଠିକ୍ ଭାବରେ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ସମୟରେ କମ୍ପାନୀ କୌଣସି କାର୍ଯ୍ୟର ଟଙ୍କା ଦେଇନଥିଲା କି ଗାଁକୁ ପଠାଇବାକୁ କୌଣସି ସାହାଯ୍ୟ କରିନଥିଲା । କିଛିଦିନ ପରେ ଭିସା ଶେଷ ହେବାରୁ ସ୍ଥାନୀୟ ପୋଲିସ ତାଙ୍କୁ ଗିରଫ କରିଥିଲା ।

ଦୁଇ ମାସ ଧରି ଜେଲ୍‌ରେ ରହିବା ପରେ ସେ ଫେରିବା ପରେ ତାଙ୍କ ପାସପୋର୍ଟ, ମୋବାଇଲ ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ । ଏବେ ଅତ୍ୟନ୍ତ କଷ୍ଟଦାୟକ ଜୀବନ ବିତାଉଛନ୍ତି ଯୁବକ । ପୁଅର କଷ୍ଟକୁ ଦେଖି ବାପା ମାଆ ଆଖିରୁ ଲୁହ ସୁଖୁନାହିଁ । କୌଣସି ମତେ ପୁଅକୁ ଫେରାଇ ଆଣିବାକୁ ସେମାନେ ନିବେଦନ କରିଛନ୍ତି ।

ସେପଟେ ଏ ସମ୍ପର୍କରେ ଅବଗତ ହେବାପରେ ଯୁବକଙ୍କୁ କିଭଳି ଉଦ୍ଧାର କରାଯିବ ସେନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ପୂର୍ବରୁ ବିଷ୍ଣୁଙ୍କ ଭଳି ଅନେକ ଯୁବକ ବାହାର ଦେଶରେ ଫସି ରହିଥିବା ନଜିର ରହିଛି । କେତେ ଜୀବନ ନେଇ ଫରନ୍ତି କେଛି ମୃତଦେହ ଆସିଥାଏ । ଗଞ୍ଜାମ ଜିଲ୍ଲାର ଉଭୟ ଗ୍ରାମାଞ୍ଚଳ ଓ ସହାରାଞ୍ଚଳରୁ ବହୁ ଯୁବକ ଅଧିକ ରୋଜଗାର ଆଶାରେ ବିଦେଶକୁ ଦାଦନ ଖଟିବାକୁ ଯାଉଛନ୍ତି । ସେଠାରେ ନିର୍ଯାତନାର ଶିକାର ହେଉଛନ୍ତି । ପ୍ରଶାସନ ଏବଂ ସରକାରଙ୍କ ପକ୍ଷରୁ ଏନେଇ କୌଣସି ନିର୍ଦ୍ଧିଷ୍ଟ ପଦକ୍ଷେପ ନିଆଯାଉନଥିରୁ ଏହି ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖାଯାଇଛି ।

ଗଞ୍ଜାମରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.