ETV Bharat / state

ଗଞ୍ଜାମରେ ଚୋରା ମଦ କାରବାର: ଅବକାରୀ ବିଭାଗର ଚଢାଉ, 6 ଗିରଫ - ଗଞ୍ଜାମରେ ଚୋରା ମଦ କାରବାର

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଓ ଜଗନ୍ନାଥ ପ୍ରସାଦ ବିଭିର୍ଣ୍ଣ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ ।

ganjam-liqure-smuggling-raid-by-excise-department-6-arrests
ଗଞ୍ଜାମରେ ଚୋରା ମଦ କାରବାର: ଅବକାରୀ ବିଭାଗର ଚଢାଉ, 6 ଗିରଫ
author img

By

Published : Jul 23, 2020, 5:24 AM IST

ଭଞ୍ଜନଗର: ଅବକାରୀ ବିଭାଗର ବାରମ୍ବାର ଚଢ଼ାଉ ସତ୍ୱେ ଚୋରା ମଦ କାରବାର ବନ୍ଦ ହେବାର ନାଁ ଧରୁନି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଓ ଜଗନ୍ନାଥ ପ୍ରସାଦ ବିଭିର୍ଣ୍ଣ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ । ଜିଲ୍ଲାପାଳ ବିଜୟ ଅବୃତ କୁଲାଙ୍ଗେ ଏବଂ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର ଭୋଦ୍ରାଙ୍କ ନିର୍ଦ୍ଦେଶ କ୍ରମେ ଜଗନ୍ନାଥପ୍ରସାଦ ଅଞ୍ଚଳର ଗଣ୍ଡାଧାର, ତାମନାଡ଼, ଲଣ୍ଡେଇହିଲ, କାଦୁଆ ପ୍ରଭୁତି ଅଞ୍ଚଳରେ ଚଢ଼ାଉ କରାଯାଇଛି ।

ଗଞ୍ଜାମରେ ଚୋରା ମଦ କାରବାର: ଅବକାରୀ ବିଭାଗର ଚଢାଉ, 6 ଗିରଫ

ସେହିପରି ଭଞ୍ଜନଗର ଅଞ୍ଚଳର ମରାଟିସାହି, ନାହାତୁଠସାହିରେ ଚଢ଼ାଉ କରାଯାଇ 720 ଲିଟର ଚୋରାରନ୍ଧା ଦେଶୀ ମଦ ଏବଂ 5800 କେଜି ଗୁଡ ମିଶ୍ରିତ ପୋଚ ଜବତ କରାଯିବା ସହ ମଦ ପ୍ରସ୍ତୁତରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି । ବେଆଇନ ମଦ ପ୍ରସ୍ତୁତି ଓ ବିକ୍ରି ଅଭିଯୋଗରେ 8ଟି କେସ୍‌ ରୁଜୁ ହୋଇଥିବାବେଳେ 6 ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଭଞ୍ଜନଗର ଅବକାରୀ ଅଧିକାରୀ ପାର୍ଥ ସାରଥୀ ରାଉତ ସୂଚନା ଦେଇଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.