ETV Bharat / state

କୋରୋନା ଲକ୍ଷଣ ନ ଲୁଚାଇବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ନିବେଦନ - କୋରୋନା ଭାଇରସ ଖବର

କୋରୋନାର ଲକ୍ଷଣକୁ କେହି ଲୁଚାଇ ରଖନ୍ତୁ ନାହିଁ । ବାରମ୍ବାର ଏହାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଥିଲେ ମଧ୍ୟ ଅନେକ ବ୍ୟକ୍ତି ବିଶେଷ ଏହାକୁ ଲୁଚାଇ ରଖୁଥିବା ଜିଲ୍ଲା ପାଇଁ ବିପଦର କାରଣ ପାଲଟିଛି । ଜ୍ବର, ଥଣ୍ଡା, କାଶ ଓ ଡାଇରିଆ ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଆଶା କର୍ମୀ, ଅଙ୍ଗନୱାଡି କର୍ମୀଙ୍କୁ ଯୋଗାଯୋଗ କରୁନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି । ଅଧିକ ପଢନ୍ତୁ...

କୋରୋନା ଲକ୍ଷଣ ନ ଲୁଚାଇବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ନିବେଦନ

author img

By

Published : Jul 12, 2020, 8:35 PM IST

ବ୍ରହ୍ମପୁର: କୋରୋନାର ଲକ୍ଷଣକୁ କେହି ଲୁଚାଇ ରଖନ୍ତୁ ନାହିଁ । ବାରମ୍ବାର ଏହାକୁ ନେଇ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଥିଲେ ମଧ୍ୟ ଅନେକ ବ୍ୟକ୍ତି ବିଶେଷ ଏହାକୁ ଲୁଚାଇ ରଖୁଥିବା ଜିଲ୍ଲା ପାଇଁ ବିପଦର କାରଣ ପାଲଟିଛି । ଜନସାଧାରଣ ଏଥିରୁ କ୍ଷାନ୍ତ ରହିବା ପାଇଁ ଭିଡିଓ ବାର୍ତ୍ତା ମାଧ୍ୟମରେ ପୁଣି ଥରେ ଅବଗତ କରାଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

କୋରୋନା ଲକ୍ଷଣ ନ ଲୁଚାଇବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ନିବେଦନ

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାବାସୀଙ୍କୁ ନିଜର ଲକ୍ଷଣ କୁ ନ ଲୁଚାଇବାକୁ ପାଇଁ ପରାମର୍ଶ ଦେଇଛନ୍ତି । ଏହା ସହ ଯେଉଁ ମାନଙ୍କୁ ଜ୍ବର, ଥଣ୍ଡା, କାଶ ଓ ଡାଇରିଆ ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ସେ ସମ୍ପର୍କରେ ଆଶା କର୍ମୀ, ଅଙ୍ଗନୱାଡି କର୍ମୀ କିମ୍ବା ସ୍ଥାନୀୟ ସରପଞ୍ଚଙ୍କୁ ଅବଗତ କରାନ୍ତୁ । ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଜିଲ୍ଲାର ପ୍ରତି ପଞ୍ଚାୟତ ଓ ସହରାଞ୍ଚଳରେ ସ୍ଥାନୀୟ ସ୍ତରରେ କୋଭିଡ କେୟାର ହୋମରେ ଏଭଳି ବ୍ୟକ୍ତିବିଶେଷଙ୍କୁ ଆଇସୋଲେଟ କରି ରଖାଯିବା ସହ ବ୍ୟବସ୍ଥା କରାଯାଇଛି । ଏପରିକି ଏହି କୋଭିଡ କେୟାର ହୋମରେ ଭଲ ଖାଦ୍ୟର ବ୍ୟବସ୍ଥା ସହିତ ଆରମ୍ଭ କରି ଆବଶ୍ୟକିୟ ଔଷଧ ବ୍ୟବସ୍ଥା କରାଯିବା ସହ ସେଠାରେ ମେଡିକାଲ ଟିମ୍‌ ରହିଛନ୍ତି । ଏଣୁ ତୁରନ୍ତ ଅବଗତ କରାଇଲେ ଲକ୍ଷଣ ରହିଥିବା ବ୍ୟକ୍ତିବିଶେଷ ଙ୍କର ସମସ୍ତ ପ୍ରକାର ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବ ।

ସେହିପରି କୋରୋନାର ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ବିନା ପରାମର୍ଶରେ ପାରାସିଟାମୋଲ ଠାରୁ ଆରମ୍ଭ କରି ବିଭିନ୍ନ ଜ୍ବର ଔଷଧ ଖାଇବାକୁ ବାରଣ କରାଯାଇଛି । ଏଣୁ ସମସ୍ତେ ପ୍ରଶାସନ ପକ୍ଷରୁ ଗଠନ ହୋଇଥିବା କୋଭିଡ କେୟାର ହୋମର ଲାଭ ନେବା ସହିତ ଜିଲ୍ଲାରେ କୋରୋନାକୁ ରୋକିବା ପାଇଁ ସମସ୍ତଙ୍କ ସହଯୋଗ ଆହ୍ବାନ କରିଛନ୍ତି ଜିଲ୍ଲାପାଳ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.