ETV Bharat / state

ଜଳିଗଲା 18 ବଖରା ଘର, ସହାୟତା ଦାବି

9ଟି ପରିବାରର ଜଳିଗଲା 18 ବଖରା ଘର । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅଧିକ ପଢନ୍ତୁ...

author img

By

Published : Mar 30, 2021, 12:04 PM IST

fire breaks out in ganjam , 18 houses damaged
ଜଳିଗଲା 18 ବଖରା ଘର,ଅଗ୍ନି ବିପନ୍ନଙ୍କୁ ସହାୟତା ଦାବି

ଭଞ୍ଜନଗର : 9ଟି ପରିବାରର ଜଳିଗଲା 18 ବଖରା ଘର । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ସୂଚନା ଅନୁସାରେ, ଗଞ୍ଜାମର ସୋରଡ଼ା ଥାନା ରାଧାକୃଷ୍ଣପୁରରେ ଗାଁର ଲୋକେ ଇଲେକ୍ଟ୍ରି ବିଲ ବାନ୍ଧିବାକୁ ସୋରଡ଼ାକୁ ଯାଇଥିଲେ । ହଠାତ୍ କୌଣସି କାରଣରୁ ଗାଁରେ ନିଆଁ ଲାଗିଯାଇଥିଲା। ନିଆଁର ଭୟାବହତା ଅଧିକ ଥିବାରୁ ଗ୍ରାମବାସୀ ନିଆଁକୁ ଆୟତ୍ତ କରି ପାରି ନଥିଲେ । ଫଳରେ ଚାହୁଁ ଚାହୁଁ ଆଖି ପିଛୁଳାକେ 18 ଘର ଜଳି ପାଉଁଷ ହୋଇ ଯାଇଥିଲା । ଘଟଣାସ୍ଥଳରେ ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଘରର ଆସବାବପତ୍ର ଠୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ନିଆଁରେ ପୋଡି ଯାଇଛି। ତେବେ, ଅଗ୍ନି ବିପନ୍ନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.