ETV Bharat / state

ଗଞ୍ଜାମର ୨୦୪୨ ଗ୍ରାମ, ୨୨୧ ପଞ୍ଚାୟତକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା

ଗଞ୍ଜାମର ୨୦୪୨ ଗ୍ରାମ, ୨୨୧ ପଞ୍ଚାୟତକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯାଇଛି । ଏହାସହିତ ବିଭିନ୍ନ କୁପ୍ରଥାକୁ ଦୂରେଇବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ପାଇଁ ଆଲୋଚନା କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Sep 14, 2021, 8:08 PM IST

ଗଞ୍ଜାମର ୨୦୪୨ ଗ୍ରାମ, ୨୨୧ ପଞ୍ଚାୟତକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା
ଗଞ୍ଜାମର ୨୦୪୨ ଗ୍ରାମ, ୨୨୧ ପଞ୍ଚାୟତକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ୨୦୪୨ ଗ୍ରାମ ଏବଂ ୨୨୧ ପଞ୍ଚାୟତକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯାଇଛି । ଜିଲ୍ଲାରେ ବାଲ୍ୟ ବିବାହ, କନ୍ୟା ଭୃଣ ହତ୍ୟା ଓ ଶିଶୁ ଶ୍ରମ ରୋକିବା ଉଦ୍ଦେଶ୍ୟରେ ନିର୍ଭୟା କଢି ଓ ମୋ ଗେହ୍ଲା ଝିଅ କାର୍ଯ୍ୟାନୁଷ୍ଠାନ କମିଟି ଏବଂ ଜିଲ୍ଲା ଶିଶୁ ସୁରକ୍ଷା କମିଟିର ବୈଠକ ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶିଶୁଙ୍କୁ ସୁରକ୍ଷା ଦେବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଛି ।

ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟରେ ୧୦୧୦ ଗ୍ରାମ ଏବଂ ୧୨୬ଟି ସହରାଞ୍ଚଳର ୱାର୍ଡ ଓ ୨୨୧ ପଞ୍ଚାୟତକୁ ବାଲ୍ୟ ବିବାହ ମୁକ୍ତ ପଞ୍ଚାୟତ ଭାବେ ଘୋଷଣା ହୋଇଛି । ଏହା ସହିତ ପ୍ରଥମ ପର୍ଯ୍ୟାୟରେ ଗତ ଜାନୁୟାରୀ ମାସରେ ୧୦୩୨ ଗ୍ରାମ ଏବଂ ୧୪୦ ସହରାଞ୍ଚଳର ୱାର୍ଡକୁ ବାଲ୍ୟ ବିବାହ ମୁକ୍ତ ଭାବରେ ଘୋଷଣା କରାଯାଇଥିଲା । ଜିଲ୍ଲାରେ ଶିଶୁ ଶ୍ରମିକ ଉଚ୍ଛେଦ ଏବଂ ଶିଶୁ ସୁରକ୍ଷା ଦିଗରେ ସମସ୍ତଙ୍କ ଭାଗିଦାରୀ ଅଂଶଗ୍ରହଣ କରି କାର୍ଯ୍ୟପନ୍ଥା ଗ୍ରହଣ କରିବା ପାଇଁ ଆଲୋଚନା ହୋଇଥିଲା । ଅଧାରୁ ପାଠ ଛାଡୁଥିବା ପିଲା ମାନଙ୍କ ଅଭିଭାବକଙ୍କୁ ପରାମର୍ଶ ଦେଇ ପାଠପଢାର ଗୁରୁତ୍ବ ସଂପର୍କରେ ବୁଝାଇ ସେମାନଙ୍କ ପିଲାମାନେ ଶିକ୍ଷା ପାଇଁ ଯେପରି ଆଗ୍ରହ ପ୍ରକାଶ କରି ବିଦ୍ୟାଳୟକୁ ଯିବେ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଆଲୋଚନା ହୋଇଥିଲା ।

ବିଭାଗ ସହିତ ସୁ-ସଂପର୍କ ରକ୍ଷା କରି ବାଲ୍ୟ ବିବାହ ରୋକିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ କୁହାଯାଇଛି । ପାରମ୍ପରିକ ପଦ୍ଧତିରେ ହେଉଥିବା ବିବାହକୁ ରୋକିବା ଦିଗରେ କୂଳ ସମାଜର ପ୍ରତିନିଧିମାନଙ୍କୁ ଉଚିତ ପରାମର୍ଶ ଦେବା ପାଇଁ କୁହାଯାଇଛି । ଶିଶୁ ଯନ୍ତ୍ର ଅନୁଷ୍ଠାନ ଗୁଡିକରେ କୋଭିଡ୍ ନିୟମର ଅନୁପାଳନ କରି ଶିଶୁ ସୁରକ୍ଷା ସୁନିଶ୍ଚିତ କରିବା ନେଇ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ଅଗଷ୍ଟ ୨୦୨୧ ସୁଦ୍ଧା ୧୬୦ଟି ବାଲ୍ୟ ବିବାହକୁ ରୋକାଯାଇ ସେମାନେ ଯେପରି ୧୮ ବର୍ଷ ପୂର୍ବରୁ ବିବାହ କରିବେ ନାହିଁ ସେଥିନିମନ୍ତେ ସଚେତନ କରାଯାଇଛି । ବାଲ୍ୟ ବିବାହକୁ ରୋକିବା ଦିଗରେ କିଶୋର ଓ କିଶୋରୀ ମାନଙ୍କ ବିଭିନ୍ନ ଦକ୍ଷତା ମୂଳକ ବିକାଶ ତାଲିମ୍ ସହିତ ଅନୁର୍ଭୁକ୍ତ କରି ସେମାନେ ଯେପରି ଆତ୍ମ ନିର୍ଭରଶୀଳ ହୋଇପାରିବେ ସେ ଦିଗରେ ଆଲୋଚନା ହୋଇଥିଲା ।

ଆଗାମୀ ଡିସେମ୍ବର ମାସ ସୁଦ୍ଧା ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ଗଢି ତୋଳିବା ପାଇଁ ଜିଲ୍ଲା ସ୍ତରରୁ ଗ୍ରାମ ସ୍ତର ପର୍ଯ୍ୟନ୍ତ ନିର୍ଭୟା କଢୀ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ସେହିପରି କନ୍ୟା ଭୃଣ ହତ୍ୟା ରୋକିବା ନେଇ ଚାଲିଥିବା ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହିତ କନ୍ୟା ଭୃଣ ହତ୍ୟା ହେଉଥିବା ଅନୁଷ୍ଠାନ ଗୁଡିକରେ ଚଢାଉ କରି ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମତ ପ୍ରକାଶ ପାଇଥିଲା । ବିବାହ ବୟସ ଅତିକ୍ରାନ୍ତ ହେବା ପରେ ବିବାହ ହେଉଥିବା ଯୁବତୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ଏହାକୁ ଅଧିକ ମାତ୍ରାରେ ପ୍ରଚାର ଓ ପ୍ରସାର କରି ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ନେଇ ତୁମ୍ବା ଉନ୍ନୟନ ସଂସ୍ଥା ଅଧିକାରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି ।

ପଞ୍ଚାୟତ କିମ୍ବା ବ୍ଲକ ସ୍ତରରେ ହେଉଥିବା ସମସ୍ତ ବୈଠକରେ ପିଲାଙ୍କ ପାଇଁ କାର୍ଯ୍ୟକ୍ରମ କରାଯାଇ ଏ ସମ୍ପର୍କରେ ଆଲୋଚନା ହେବା ଜରୁରୀ । ଏହି ଦିଗରେ ତତ୍ପରତା ପ୍ରକାଶ କରିବାକୁ ସମସ୍ତ ପଞ୍ଚାୟତ ଏବଂ ବ୍ଲକ ସ୍ତରୀୟ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଜଣାଇବାକୁ କୁହାଯାଇଛି । ଏହି କାର୍ଯ୍ୟକ୍ରମ ପିଲାଙ୍କ ପାଇଁ ଦିନଟିଏ ଜିଲ୍ଲାର ୨୨ଟି ବ୍ଲକ ଓ ୫୦୩ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀ ଅନୁପମା ସାହୁ, ଦେବିକା ରାଣୀ ସାହୁ, ଲଲ୍ହରିତ୍ ଚୈନୀ ଉପସ୍ଥିତ ରହି ବାଲ୍ୟ ବିବାହ ଓ ଶିଶୁ ସୁରକ୍ଷା ଦିଗରେ ଚାଲିଥିବା କାର୍ଯ୍ୟକ୍ରମର ପ୍ରଶଂସା କରିବା ସହିତ ଗଞ୍ଜାମ ଜିଲ୍ଲାର ଏହି କାର୍ଯ୍ୟକ୍ରମ ଅନ୍ୟ ଜିଲ୍ଲାରେ ଉଦାହରଣ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ ।

ଏହା ସହିତ ବାଲ୍ୟ ବିବାହ ସଂପର୍କିତ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାସ, ଡିଏସପି ଏସ୍ ପ୍ରଧାନ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଉଲ୍ଲା ସେଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା, ମହିଳା ସୁରକ୍ଷା ଅଧିକାରୀ ସଙ୍ଗୀତା ପାତ୍ର, ଆକ୍ସନ-ଏଡର ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ, ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶାଶ୍ବତ ସାହୁ, ଜିଲ୍ଲା ମଙ୍ଗଳ ସମିତିର ସଭ୍ୟା ସି. ଏଚ୍ ଜ୍ୟୋତି, ଅରୁଣ ଶତପଥୀ ଏବଂ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ସମେତ ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରୀ ଓ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.