ETV Bharat / state

ଦିଗପହଣ୍ଡି ଓ କଟକରେ ରେଡ୍: ଅସଲି ରୋଗୀ ଦେଖୁଥିଲେ ନକଲି ଡ଼ାକ୍ତର, ପୂର୍ବରୁ ବାନ୍ଧିଥିଲା ତେଲେଙ୍ଗାନା ପୋଲିସ

author img

By

Published : Jul 17, 2023, 6:45 PM IST

Updated : Jul 17, 2023, 7:01 PM IST

ଢେଙ୍କାନାଳର ଜଣେ ନକଲି ଡ଼ାକ୍ତରଙ୍କୁ ଗିରଫ କଲା ଦିଗପହଣ୍ଡି ପୋଲିସ। ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତ ନିକଟସ୍ଥ ସିଙ୍ଗପୁର ରୋଡ଼ରେ ଥିବା ବାବୁଲ କ୍ଲିନିକରେ ଚଢାଉ ସହ ରାଣୀହାଟ ଅଞ୍ଚଳରେ ପଲି କ୍ଲିନିକରେ ପୋଲିସ ଯାଞ୍ଚ କରିଛି । ଅଧିକ ପଢନ୍ତୁ

ନକଲି ଡ଼ାକ୍ତରଙ୍କୁ ଗିରଫ କଲା ଦିଗପହଣ୍ଡି ପୋଲିସ

ଅସଲି ରୋଗୀ ଦେଖୁଥିଲେ ନକଲି ଡ଼ାକ୍ତର

ବ୍ରହ୍ମପୁର/କଟକ: ବେଆଇନ କ୍ଲିନିକ ଚଳାଉଥିବା ଜଣେ ନକଲି ଡାକ୍ତରଙ୍କୁ ଗିରଫ କରିଛି ଦିଗପହଣ୍ଡି ପୋଲିସ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତ ନିକଟସ୍ଥ ସିଙ୍ଗପୁର ରୋଡ଼ରେ ଥିବା ବାବୁଲ କ୍ଲିନିକରେ ଚଢାଉ କରାଯାଇଥିଲା। ସାନଖେମୁଣ୍ଡି ସମେତ କଟକ ରାଣୀହାଟ ଅଞ୍ଚଳରେ ପଲି କ୍ଲିନିକରେ ପୋଲିସ ଯାଞ୍ଚ କରିଛି । ରାଣୀହାଟ କ୍ଲିନିକ ଏବଂ ସାନଖେମୁଣ୍ଡିର ଘରୋଇ କ୍ଲିନିକରେ ଦୁଇ ଦିନ ଧରି ଛାନଭିନ କରାଯାଇଥିଲା । ଗିରଫ ନକଲି ଡାକ୍ତର ହେଲେ ଢେଙ୍କାନାଳ ଜିଲ୍ଲା ସଣ୍ଡା ଗାଁର ଶୁଭ୍ରଜିତ ପଣ୍ଡା ।

ନିଜକୁ ଦିଲ୍ଲୀ, ଭୁବନେଶ୍ୱର AIIMSର ଅଭିଜ୍ଞ ଡାକ୍ତର କହି ଚିକିତ୍ସା କରିବା ବାହାନାରେ ମୋଟା ଅଙ୍କର ଟଙ୍କା ନେଉଥିଲେ ନକଲି ଡାକ୍ତର ଶୁଭ୍ରଜିତ। ଏନେଇ ଜଣେ ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଙ୍କ ଉପରେ ସନ୍ଦେହ କରି ଦିଗପହଣ୍ଡି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଆକ୍ସନ ମୁଡକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ ସରକାରଙ୍କ ସ୍ୱାସ୍ଥ୍ୟକର୍ମୀ ଭାବରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କ ଘରେ ଚାଲିଥିବା ବେଆଇନ କ୍ଲିନିକ ଉପରେ ପୋଲିସର ଚଢ଼ାଉ କରିଛି। ଚଢାଉରେ ନକଲି ଡାକ୍ତରଙ୍କ କାର ସମେତ, ଆଧାରକାର୍ଡ, ପ୍ରେସକ୍ରିପସନ ପ୍ୟାଡ୍, ନକଲି ମେଡିକାଲ ପାସ୍ ସାର୍ଟିଫିକେଟ୍ , ଡାକ୍ତରଙ୍କ ଭିଜିଟିଙ୍ଗ୍ କାର୍ଡ ସମେତ ଚିକିତ୍ସା ଉପକରଣ ଏବଂ ବହୁ ମାତ୍ରାରେ ମେଡିସେନ ଜବତ ହୋଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ.ପି । ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ତାହାର ତଦନ୍ତ କରୁଛି ପୋଲସ।

ଏହା ମଧ୍ୟ ପଢନ୍ତୁ...୪୩ ଲକ୍ଷ ଟଙ୍କାର ଅନଲାଇନ ଠକେଇ ମାମଲା, ୩ ଅଭିଯୁକ୍ତ ଗିରଫ

ତେବେ ନକଲି ଡାକ୍ତର ଜଣଙ୍କ 2020 ମସିହାରେ ତେଲେଙ୍ଗାନା ପୋଲିସ ଦ୍ବାରା ଗିରଫ ହୋଇଥିବା ଜଣାପଡିଛି । ନିଜକୁ WHOର ସଦସ୍ୟ କହିଥିବାବେଳେ ଏବଂ ଡାକ୍ତର ସମ୍ମିଳନୀକୁ ଯାଇ ନିଜକୁ ଡାକ୍ତର କହିଥିବାବେଳେ ତାଙ୍କୁ ଗିରଫ କରିଥିଲା ତେଲେଙ୍ଗାନା ପୋଲିସ । ସେପଟେ "ନକଲି ଡାକ୍ତର ଗିରଫ ପରେ ଏହି ଘଟଣାରେ ଅନ୍ୟ କାହର ସମ୍ପୃକ୍ତି ରହିଛି କି ନାହିଁ ସେନେଇ ତଦନ୍ତ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି।" ସେପଟେ "ଏହିଭଳି ଯଦି କିଛି ଜାଣିବାକୁ ପାଇଲେ ତୁରନ୍ତ ପ୍ରଶାସନକୁ ଜଣାନ୍ତୁ। ଏହିଭଳି ଘଟଣା ଆସିଲେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ।" ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ। ଅପରପକ୍ଷେ ଗିରଫ ଡାକ୍ତର କହିଛନ୍ତି, "ଏଭଳି କାର୍ଯ୍ୟାନୁଷ୍ଠାନ ପାଇଁ ମୁଁ ଖୁବ ଶୀଘ୍ର ଲିଗାଲ ଆକ୍ସନ ନେବି।"

ଇଟିଭି ଭାରତ, ବ୍ରହ୍ମପୁର/କଟକ

Last Updated : Jul 17, 2023, 7:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.