ETV Bharat / state

୫ଟି ସଚିବଙ୍କୁ ଭେଟିଲେ ଦୀପିକା, ଅଭିଯୋଗ ଜଣାଇ ନ୍ୟାୟ ପାଇଁ କଲେ ଅନୁରୋଧ - ୫ଟି ସଚିବଙ୍କୁ ନ୍ୟାୟ ପାଇଁ ଅନୁରୋଧ କଲେ ଦୀପିକା

୫T ସଚିବ ଭି.କେ ପାଣ୍ଡିୟାନଙ୍କୁ ଭେଟିଲେ ଦୀପିକା । ବ୍ରହ୍ମପୁର ଠାରେ ଆୟୋଜିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ସାକ୍ଷାତ କରି ନ୍ୟାୟ ପାଇଁ ଅନୁରୋଧ କରିଛନ୍ତି । ଅଧିକ ପଢ଼ନ୍ତୁ

deepika meets 5t secretary seeking justice
୫ଟି ସଚିବଙ୍କୁ ଭେଟିଲେ ଦୀପିକା
author img

By ETV Bharat Odisha Team

Published : Aug 28, 2023, 10:55 PM IST

୫ଟି ସଚିବଙ୍କୁ ଭେଟିଲେ ଦୀପିକା

ବ୍ରହ୍ମପୁର: ୫T ସଚିବ ଭି.କେ ପାଣ୍ଡିୟାନଙ୍କୁ ଭେଟିଲେ ଦୀପିକା । ସ୍ତ୍ରୀର ହକ ପାଇବା ଦାବିରେ ଦୀର୍ଘ ଦିନ ଧରି ପ୍ରେମିକ ଘର ଆଗରେ ଧାରଣାରେ ବସିଥିବା ବ୍ରହ୍ମପୁରର କେ. ଦୀପିକା ନ୍ୟାୟ ପାଇଁ ପାଣ୍ଡିଆନଙ୍କୁ ସାକ୍ଷାତ କରି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ୫T ସଚିବ ତାଙ୍କ ଅଭିଯୋଗ ପତ୍ରକୁ ଗ୍ରହଣ କରିଥିବା ବେଳେ ଖୁବଶୀଘ୍ର ତାଙ୍କୁ ନ୍ଯାୟ ମିଳିବ ବୋଲି ଦୀପିକା ଆଶାବାଦୀ ଥିବା କହିଛନ୍ତି ।

୫T ସଚିବ ଭି.କେ ପାଣ୍ଡିଆନ ତିନି ଦିନିଆ ଗଞ୍ଜାମ ଗସ୍ତରେ ରହିଥିଲେ । ଏହ ସମୟରେ ସେ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ଲୋକଙ୍କୁ ସମସ୍ୟା ନେଇ ଆଲୋଚନା କରିବା ସହ ସେମାନଙ୍କ ଠାରୁ ଅଭିଯୋଗ ଗ୍ରହଣ କରିଛନ୍ତି । ଏଥିସହ ସମସ୍ତ ଅଭିଯୋଗକୁ ୭ ଦିନ ମଧ୍ୟରେ ପୂରଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଏହି କ୍ରମରେ ବ୍ରହ୍ମପୁର ସହରର କେ.ଦୀପିକା ସ୍ତ୍ରୀର ମାନ୍ୟତା ପାଇବା ଦାବିରେ ଗତ କିଛି ମାସ ଧରି ପ୍ରେମିକ ଘର ଆଗରେ ଧାରଣାରେ ବସିଥିବା ବେଳେ ସଚିବଙ୍କୁ ଭେଟି ନିଜର ଦାବି ଜଣାଇବାକୁ ମନସ୍ତ କରିଥିଲେ । ୫T ସଚିବଙ୍କ ଗଞ୍ଜାମ ଗ୍ରସ୍ତ ସମୟରେ ବିଭିନ୍ନ ସ୍ଥାନରେ ସାକ୍ଷାତ କରିବାକୁ ଉଦ୍ଯମ କରି ଶେଷରେ ଦୀପିକା ଲିଖିତ ମାଧ୍ୟମରେ ନିଜ ଅଭିଯୋଗ ଜଣାଇଛନ୍ତି । ଲୋକଙ୍କ ବିଭିନ୍ନ ସମସ୍ଯାକୁ ୫T ସଚିବ ସମାଧାନ କରୁଥିବାରୁ ନ୍ୟାୟ ମିଳିବା ଆଶାରେ ବ୍ରହ୍ମପୁର ଠାରେ ଆୟୋଜିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ସାକ୍ଷାତ କରି ନିଜର ଅଭିଯୋଗ ପତ୍ର ଦେଇଛନ୍ତି । ଆଗାମୀ ଏକ ସପ୍ତାହ ମଧ୍ଯରେ ନିଜର ସମସ୍ଯାର ସମାଧାନ ହେବ ବୋଲି ସେ ଆଶା ରଖିଥିବା କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ୫ଟି ସଚିବଙ୍କୁ ସାକ୍ଷାତ କରିବେ ଦୀପିକା, ନ୍ୟାୟ ପାଇଁ କରିବେ ଅନୁରୋଧ

ସ୍ତ୍ରୀର ମାନ୍ୟତା ସହ ନିଜ ପୁଅକୁ ବାପାର ଅଧିକାର ଦେବା ଦାବିରେ ଗତ କିଛି ମାସ ଧରି ନିଜର ପ୍ରେମିକର ଘର ସମ୍ମୁଖରେ ଧାରଣା ଦେଇଛନ୍ତି । ଇତି ମଧ୍ୟରେ ଦୀପିକାଙ୍କ ପୁଅର ଡିଏନ୍‌ଏ ରିପୋର୍ଟରେ ଆସି ଯାଇଛି । ଡିଏନ୍‌ଏ ରିପୋର୍ଟରେ ତାଙ୍କ ସନ୍ତାନର ବାପା କେ. ଦିନେଶ ବୋଲି ସ୍ପଷ୍ଟ ହୋଇଥିଲେ ସୁଦ୍ଧା ଦିନେଶଙ୍କ ପରିବାର ବର୍ଗ ଏହାକୁ ଗ୍ରହଣ କରିବାକୁ ରାଜି ହେଉନାହାନ୍ତି । ୫T ସଚିବଙ୍କୁ ନିଜ ଅଭିଯୋଗ ଜଣାଇବା ପରେ ତାଙ୍କୁ ନ୍ୟାୟ ମିଳିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.