ETV Bharat / state

ପୋଷାକ ସଫେଇ କରୁଥିବା ସମୟରେ ଟାଣି ନେଲା କୁମ୍ଭୀର, ଅଳ୍ପକେ ବର୍ତ୍ତିଲେ ମହିଳା - କୁମ୍ଭୀର ଆକ୍ରମଣର ଶିକାର

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଖମାରୀ ଗ୍ରାମରେ ପୋଷାକ ସଫେଇ କରୁଥିବା ସମୟରେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର। ଅଧିକ ପଢନ୍ତୁ

crocodile attack woman
crocodile attack woman
author img

By

Published : Feb 23, 2023, 10:48 PM IST

ବ୍ରହ୍ମପୁର: ପୋଷାକ ସଫେଇ କରୁଥିବା ସମୟରେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଖମାରୀ ଗ୍ରାମରେ ଘଟିଯାଇଛି ଏଭଳି ଏକ ଘଟଣା । ବୁଧବାର ସଂନ୍ଧ୍ୟା ସମୟରେ ଖମାରୀ ଗ୍ରାମର ନିନି ଗୌଡ଼ ନାମକ ମହିଳା ଗ୍ରାମର ସାଗରବନ୍ଧରେ ନିଜ ପରିବାରର ବିଭିନ୍ନ ପ୍ରକାରର ପୋଷାକ ସଫେଇ କରୁଥିଲେ। ସେହି ସମୟରେ ଟାଣି ନେଇଥିଲା କୁମ୍ଭୀର । ଯାହାକି ଘଟଣାରେ ମହିଳା ଜଣକ କୁମ୍ଭୀର ଆକ୍ରମଣର ଶିକାର ହେବା ସହ ଗୁରୁତ୍ତର ଆହତ ହୋଇ ପଡିଥିଲେ ।

ଯାହାକୁ ନେଇ କୁମ୍ଭୀର ଆକ୍ରମଣରେ ମହିଳାଙ୍କ ବାମ ହାତକୁ କାମୁଡି ପାଣି ମଧ୍ୟକୁ ଟାଣି ନେଇଥିଲା । ଯାହାକୁ ନେଇ ମହିଳା ଜଣଙ୍କ ପାଟି କରିବାରୁ ସାଗରବନ୍ଧ ଆଖପାଖରେ ରହିଥିବା କିଛି ଗ୍ରାମବାସୀ ସେଠାରେ ପହଞ୍ଚି ପୋଖରୀ ପାଣି ମଧ୍ୟରୁ ନିନିଙ୍କୁ କୌଶଳ କ୍ରମେ ଉଦ୍ଧାର କରିବାରେ ସମର୍ଥ ହୋଇଥିଲେ । ପରେ ମହିଳାଙ୍କ ପରିବାର ବର୍ଗ ଚିକିତ୍ସା ପାଇଁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏନେଇ ଖବର ପାଇ ଦିଗପହଣ୍ଡି ବନ ବିଭାଗ ଅଧିକାରୀ କାହ୍ନୁଚରଣ ପଟ୍ଟନାୟକ , ବନପାଳ ସୋମନାଥ ମଲ୍ଲିକ , ବନରକ୍ଷୀ ବିରଞ୍ଚି କୁମାର ବିଶିଙ୍କ ସମେତ ବନ ବିଭାଗର ଟିମ୍ ପ୍ରମୁଖ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମହିଳାଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରିଥିଲେ ।

ତେବେ ପ୍ରାଥମିକ ଚିକିତ୍ସା ପରେ ଆବଶ୍ୟକ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ସମ୍ପର୍କରେ ବନ ବିଭାଗର ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଅବଗତ କରାଯାଇଛି । ସେପଟେ ମହିଳାଙ୍କୁ କୁମ୍ଭୀର ଆକ୍ରମଣ କରିବା ଘଟଣା ସମ୍ପୃକ୍ତ ଅଞ୍ଚଳରେ ପ୍ରଥମ ଘଟଣା ବୋଲି ଜଣାପଡିଛି । ଘଟଣା ପରେ ବନ ବିଭାଗ ପକ୍ଷରୁ ସମ୍ପୃକ୍ତ ପୋଖରୀରେ କୁମ୍ଭୀର ରହିଥିବା ନେଇ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନତା ପାଇଁ ସତର୍କ ସୂଚନା ସଂପର୍କୀୟ ପ୍ଲା କାର୍ଡ ଲିଖିତ ଭାବରେ ଅବଗତ କରାଯିବା ସହିତ ପୋଖରୀ ପାଣିରୁ କୁମ୍ଭୀରକୁ ଉଦ୍ଧାର କରାଯାଇ ଘୋଡ଼ାହାଡ଼ ଡ଼୍ୟାମରେ ଛଡାଯିବ ବୋଲି ଜଣାଯାଇଛି ।

ସେହିଭଳି ପୂର୍ବରୁ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବନାଞ୍ଚଳ ରେଞ୍ଜରେ ଘୋଡାହାଡ ଜଳଭଣ୍ଡାର ସମେତ ତାରି ଆଖପାଖରେ ରହିଥିବା କେତେକ ଜଳାଶ୍ରୟ ଓ ପୋଖରୀରେ କୁମ୍ଭୀର ରହିଥିବା ବନ ବିଭାଗ ଗଣନା ସମୟରେ ଚିହ୍ନଟ ହୋଇଥିଲା। ହେଲେ ଏପରି ଜଣେ ମହିଳାଙ୍କୁ କୁମ୍ଭୀର ଟାଣିନେବା ଏବଂ ଗ୍ରାମବାସୀ ଙ୍କ ଉପସ୍ଥିତିରେ କୌଶଳକ୍ରମେ ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ପୋଖରୀ କିମ୍ବା ଜଳାଶ୍ରୟରେ ସ୍ନାନ କରିବା ସମୟରେ ଜନସାଧାରଣ ଯେପରି ସତର୍କତାର ସହକାରେ ରହିବେ ସେ ନେଇ ସତର୍କତାର ଆବଶ୍ୟକତା ରହିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.