ETV Bharat / state

କଳାରେ କୋରୋନା ସଚେତନତା, "କୋରୋନାର ଅବାଞ୍ଛିତ ଉପହାର " ଉନ୍ମୋଚିତ

author img

By

Published : Oct 12, 2020, 2:59 PM IST

ସାରା ବିଶ୍ବରେ କୋରୋନା ବହୁ ଜୀବନ ନେବା ସହିତ ଜୀବନ ଜୀବିକା ମଧ୍ୟ ଭାରି ମାତ୍ରାରେ ପ୍ରଭାବିତ ହୋଇଛି । ତେବେ ଏହି ବିପଦରୁ ମୁକୁଳିବା ସଂପର୍କରେ ଗଞ୍ଜାମ ଭଞ୍ଜନଗର ଅଂଚଳର ବରିଷ୍ଠ କଳାକାର ସୁରେନ୍ଦ୍ର କୁମାର ଜେନାଙ୍କ ନେତୃତ୍ୱରେ ଏକ କ୍ଷୁଦ୍ର ଚଳଚିତ୍ର "କରୋନାର ଅବାଞ୍ଚିତ ଉପହାର " ସୋମବାର ଉନ୍ମୋଚନ ହୋଇଯାଇଛି । ଅଧିକ ପଢନ୍ତୁ..

କୋରୋନା ସଚେତନତାଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର "କୋରୋନାର ଅବାଞ୍ଚିତ ଉପହାର " ଉନ୍ମୋଚିତ

ଭଞ୍ଜନଗର: କୋରୋନା ମହାମାରୀ ବହୁ ଲୋକଙ୍କ ଜୀବନ ନେବା ସହିତ ଜୀବନ ଜୀବିକା ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଛି । ତେବେ କୋରୋନା ସମୟରେ ସାଧାରଣ ଲୋକଙ୍କ କରୁଣ ଚିତ୍ରକୁ ଦର୍ଶାଇବା ପାଇଁ ଭଞ୍ଜନଗର ଅଞ୍ଚଳର ବରିଷ୍ଠ କଳାକାର ସୁରେନ୍ଦ୍ର କୁମାର ଜେନାଙ୍କ ନେତୃତ୍ୱରେ କ୍ଷୁଦ୍ର ଚଳଚିତ୍ର "କୋରୋନାର ଅବାଞ୍ଚିତ ଉପହାର " ସୋମବାର ଉନ୍ମୋଚନ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଦକ୍ଷିଣ ଓଡିଶା ବରିଷ୍ଠ କଳାକାର ସଂଘର ସଭାପତି ଡ଼. ତିରୁପତି ସାହୁ ଯୋଗ ଦେଇଥିବାର ସୂଚନା ମିଳିଛି ।

ଏହି କ୍ଷୁଦ୍ର ଚଳଚିତ୍ରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସଚେତନ କରାଇବା । କୋରୋନା ମହାମାରୀରେ କିପରି ଜୀବନ ଜୀବିକା ଉପରେ ପ୍ରଭାବ ପଡିଛି, ବହୁ ଲୋକ ରୋଜଗାର ହରାଇଥିବା ବେଳେ ଏଥିରୁ କଳାକାର ମଧ୍ୟ ବାଦ ପଡିନାହାଁନ୍ତି । କଳାକାରମାନେ ଚଳଚ୍ଚିତ୍ରରେ ଅଭିନୟ ମାଧ୍ୟମରେ ଏହି ସବୁ ସମସ୍ୟାକୁ ଚିତ୍ରିତ କରିଥିବା ଜଣାପଡିଛି । କୋରୋନାରୁ ବଂଚିବାକୁ ହେଲେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ, ତେବେ ଯାଇ କୋରୋନାକୁ ହରାଇବା ସମ୍ଭବପର ବୋଲି ଏହି ଚଳଚ୍ଚିତ୍ର ମାଧ୍ୟମରେ ସାଧାରଣ ଲୋକଙ୍କୁ ବାର୍ତ୍ତା ଦିଆଯାଇଛି । ଏହି କ୍ଷୁଦ୍ର ଚଳଚିତ୍ରଟି ଲୋକଙ୍କୁ ବହୁତ ପସନ୍ଦ ଆସିବା ସହିତ ଲୋକଙ୍କୁ ସଚେତନ କରାଇବାରେ ସହାୟକ ହେବ ବୋଲି ଆୟୋଜକମାନେ ଆଶା କରିଥିବା ଜଣାପଡିଛି ।

ଉନ୍ମୋଚନ ସଭାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିବା ବେଳେ ଚଳଚ୍ଚିତ୍ରରେ ଅଭିନୟ କରିଥିବା ସମସ୍ତ କଳାକାର ଉପସ୍ଥିତ ଥିଲେ । ଉତ୍ସବ ଶେଷରେ ଏହି କ୍ଷୁଦ୍ର ଚଳଚିତ୍ରରେ ଅଂଶ ଗ୍ରହଣ କରିଥିବା ସମସ୍ତ କଳାକାରମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.