ETV Bharat / state

ରାଜ୍ୟ ସରକାରଙ୍କ ଶାସନ ବ୍ୟବସ୍ଥାକୁ ବିରୋଧ, ତୀବ୍ର ଆନ୍ଦୋଳନ କରିବ ବିଜେପି

author img

By ETV Bharat Odisha Team

Published : Nov 16, 2023, 12:44 PM IST

ଶାସନ ବ୍ୟବସ୍ଥାକୁ ବିରୋଦ୍ଧ କରି ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ବ୍ଳକରେ ବିଜେପି ଆନ୍ଦୋଳନ କରିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଜିଲ୍ଲା ବିଜେପି ସଭାପତି ଡ଼.ସୁବାସ ସାହୁ । ଅଧିକ ପଢନ୍ତୁ

bjp press meet
bjp press meet
bjp press meet

ବ୍ରହ୍ମପୁର: ଆଗକୁ ଆସୁଛି ସାଧାରଣ ନିର୍ବାଚନ 2024 । ଲୋକମାନଙ୍କୁ ନିଜ ଦଳ ଆଡ଼କୁ ଆକୃଷ୍ଟ କରିବା ପାଇଁ ଆରମ୍ଭ ହେଲାଣି ରଣନୀତି । ତେବେ ଦଳକୁ ତୃଣମୂଳ ସ୍ତରରୁ ଦୃଢ଼ କରିବା ପାଇଁ ବିଜେପି ଆପଣାଇଛି ରଣ କୌଶଳ । ରାଜ୍ୟ ସରକାରଙ୍କ ଶାସନ ବ୍ୟବସ୍ଥାକୁ ବିରୋଧ କରି ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ବ୍ଳକରେ ଆନ୍ଦୋଳନ କରିବ ବିଜେପି । ଏନେଇ ଜିଲ୍ଲା ବିଜେପି ସଭାପତି ଡ଼.ସୁବାସ ସାହୁ ବ୍ରହ୍ମପୁରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ତେବେ ଗତ ୨୩ ବର୍ଷର ଶାସନରେ ଓଡ଼ିଶା ଯଦି କ’ଣ ପାଇଛି ତାହା ହେଉଛି ଦୁର୍ନୀତି, ଭ୍ରଷ୍ଟାଚାର, ମହିଳା ବିରୋଧୀ ହିଂସା । ପଞ୍ଚାୟତରୁ ନେଇ ସଚିବାଳୟ ପର୍ଯ୍ୟନ୍ତ ସବୁଠାରେ ଖୁଲମଖୁଲା ଦୁର୍ନୀତି, ପିସି କାରବାର ଚାଲିଥିବା ବେଳେ ଓଡ଼ିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି । ସରକାରଙ୍କ ଗୁମାସ୍ତାମାନେ ଏବେ ସାଧାରଣ ଓଡ଼ିଆ ଲୋକଙ୍କ ତଣ୍ଟି ଚିପିବା ପାଇଁ ବସିଛନ୍ତି । ଗଞ୍ଜାମ ଜିଲ୍ଲାର ସାଧାରଣ ଲୋକଙ୍କ ମନରେ ଏହି ରାଜ୍ୟ ସରକାର ବିରୋଧରେ ଜନଆକ୍ରୋଶ ଭରପୁର ହୋଇ ରହିଛି । ତେଣୁ ସାଧାରଣ ଲୋକଙ୍କ ହକ୍ ଅଧିକାର ପାଇଁ ଆମର ଏହି ଲଢ଼େଇ ଜାରି ରହିବ ବୋଲି ଜିଲ୍ଲା ସଭାପତି କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚଳିତ ମାସରେ ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକ ସମେତ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଘେରାଉ କାର୍ଯ୍ୟକ୍ରମ କରାଯିବ । ଆମ ଓଡ଼ିଶା ନବୀନ ଓଡ଼ିଶାରେ ହେଉଥିବା ସମସ୍ତ କାମରେ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଅଣଦେଖା କରି ଅଫିସରମାନେ ନିଜ ଆଧିପତ୍ୟ ବିସ୍ତାର କରୁଛନ୍ତି । ସାଧାରଣ ଲୋକଙ୍କ ପାଇଁ ଆସିଥିବା ଅର୍ଥକୁ ଲୁଟପାଟ୍ କରାଯାଉଛି । ରାଜ୍ୟରେ ଦୁର୍ନୀତିର ସୀମା ଲଙ୍ଘିଛି । ୨୦ ହଜାର ଟଙ୍କା ଲାଞ୍ଚ ନଦେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳୁନି, ୧ହଜାର ଟଙ୍କା ଲାଞ୍ଚ ନଦେଲେ ଭତ୍ତା ମିଳୁନି, ୫ହଜାର ଟଙ୍କା ଲାଞ୍ଚ ନଦେଲେ ରାସନ କାର୍ଡ ମିଳୁନି । ପଞ୍ଚାୟତରେ ସରପଞ୍ଚ, ସମିତି ସଭ୍ୟମାନଙ୍କର କ୍ଷମତାକୁ ହଡ଼ପ କରି ନିଆଯାଇଛି ।

ଏହା ମଧ୍ୟ ପଢନ୍ତୁ- 2024 ପୂର୍ବରୁ ସଜବାଜ ! ସଫଳ ହେବ ତ ବିଜେପିର ଜନ ଆକ୍ରୋଶ ଆନ୍ଦୋଳନ ?

ସେହିପରି କଂଗ୍ରେସ ସରକାରର ଶେଷ ୧୦ ବର୍ଷରେ ଓଡ଼ିଶାକୁ ଅନୁଦାନ ବାବଦକୁ ୩ ଲକ୍ଷ କୋଟି ଟଙ୍କା ଦେଇଥିବା ବେଳେ ବିଗତ ୯ବର୍ଷରେ ଓଡ଼ିଶାକୁ ୧୮ଲକ୍ଷ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଦେଇଛନ୍ତି । କିଭଳି ମୋଦି ସରକାର ଦେଉଥିବା ଅର୍ଥକୁ ଲୁଟ୍ କରାଯାଉଛି ତାହାର ପ୍ରମାଣ ସିଏଜି ଖୋଲିଛନ୍ତି । "ଆମ ଓଡିଶା – ନବୀନ ଓଡିଶା" ଯୋଜନା ନାମରେ ୩୭୦୦କୋଟି ଟଙ୍କା ଲୁଟ୍ କରାଯାଇଛି । BeMC ଯନ୍ତ୍ରୀମାନେ ବହୁ ବର୍ଷ ଧରି ନିଜ ଆଧିପତ୍ୟ ବିସ୍ତାର କରି ଦୁର୍ନୀତିକୁ ପ୍ରଶ୍ରୟ ଦେଉଛନ୍ତି । ଅଫିସର୍‌ମାନଙ୍କ ଦାୟିତ୍ୱହୀନ ବ୍ୟବହାରରେ ନିର୍ବାଚିତ ପ୍ରତିନିଧିମାନେ ମୂକ ବଧିର ଭଳି ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଜିଲ୍ଲା ସଭାପତି କହିଛନ୍ତି । ତେଣୁ ଭାରତୀୟ ଜନତା ପାର୍ଟି ଆଗାମୀ ଦିନରେ ସାଧାରଣ ଲୋକଙ୍କ ଆକ୍ରୋଶକୁ ପୁଞ୍ଜି କରି ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକ୍ ସମେତ ବ୍ରହ୍ମପୁର ମହାନଗର ନିଗମ ଘେରାଉ କରିବ । ‌

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.