ETV Bharat / state

କେନ୍ଦ୍ରର ଚାଷୀ ମାରଣାନୀତିକୁ ବିରୋଧ, ଛତ୍ରପୁରରେ ବିଜେଡିର ବିକ୍ଷୋଭ

author img

By

Published : Feb 16, 2023, 8:45 PM IST

Updated : Feb 17, 2023, 12:02 PM IST

କେନ୍ଦ୍ରର ଚାଷୀ ମାରଣାନୀତିକୁ ବିରୋଧ କରି ଗଞ୍ଜାମ ଛତ୍ରପୁରଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାସହ ବିଜେଡି ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ନିକଟକୁ ସ୍ମାରକପତ୍ର ପ୍ରଦାନ କରିଛି । ଅଧିକ ପଢନ୍ତୁ

BJD protests at Chatrapur
BJD protests at Chatrapur
କେନ୍ଦ୍ରର ଚାଷୀ ମାରଣାନୀତିକୁ ବିରୋଧ

ବ୍ରହ୍ମପୁର: କେନ୍ଦ୍ରର ଚାଷୀ ମାରଣାନୀତିକୁ ବିରୋଧ କରି ଛତ୍ରପୁରରେ ବିଜେଡି ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି । କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ କରି ଗରୀବ, ଚାଷୀ ଭାଇଙ୍କ ପେଟକୁ ଲାତ ମରାଯାଇଥିବା ଅଭିଯୋଗ କରି ସାରା ରାଜ୍ୟରେ ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଦୁଇ ଦିନିଆ ପ୍ରତିବାଦ କରାଯାଇଛି ।

ପ୍ରଥମ ଦିବସରେ ପଞ୍ଚାୟତ ସ୍ତରରେ ପ୍ରତିବାଦ କରାଯିବା ପରେ ଗୁରୁବାର ପ୍ରତ୍ୟେକ ପ୍ରମୁଖ ସ୍ଥାନରେ ଦଳୀୟ ନେତୃବୃନ୍ଦମାନେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ଜରିଆରେ ଦେଶର ରାଷ୍ଟ୍ରପତିଙ୍କ ନିକଟକୁ ରାଜ୍ୟର ୩.୨୫ କୋଟି ରାଜ୍ୟବାସୀଙ୍କ ୫ କିଲୋ ଲେଖାଏଁ ଚାଉଳ କାଟି ଦିଆଯିବା ଘଟଣାକୁ ନିନ୍ଦା କରି ବିକ୍ଷୋଭ ଓ ପ୍ରତିବାଦ କରାଯାଇଥିଲା । ଏ ନେଇ ବିଜେଡି ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ନିକଟକୁ ସ୍ମାରକପତ୍ର ପ୍ରଦାନ କରିଛି । ତେବେ ଏ ନେଇ ତୁରନ୍ତ ଦୃଷ୍ଟି ଦିଆନଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ । ଦଳ ପକ୍ଷରୁ ସହରରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଦେଶର ସଂସଦ ପର୍ଯ୍ୟନ୍ତ ପହଞ୍ଚିବ ବୋଲି କୁହାଯାଇଛି ।

ଏହା ବି ପଢନ୍ତୁ- Fertilizer Project Dispute: ପାଚେରୀ ନିର୍ମାଣକୁ ବିରୋଧ, ପୋଲିସ-ଗ୍ରାମବାସୀ ମୁହାଁମୁହିଁ

ଜିଲ୍ଲାର ସଦର ମହକୁମା ଛତ୍ରପୁରଠାରେ ସ୍ଥାନୀୟ ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ଆୟୋଜିତ ପ୍ରତିବାଦରେ ଛତ୍ରପୁର ଏନ.ଏ.ସିର ଉପାଧ୍ୟକ୍ଷ ଏନ. ପାପା ରାଓ, ଗଞ୍ଜାମ ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟ ଏନ. ଧନଞ୍ଜୟ ରେଡି, ଯୁବ ବିଜେଡି ସଭାପତି ଭବାନୀ କାନ୍ତ ସାହୁଙ୍କ ସମେତ ଛତ୍ରପୁରର ଦଳର ବହୁ ନେତୃବୃନ୍ଦ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରାଯାଇଛି ।

ସୂଚନା ଥାଉ କି ଖାଲି ଏଠାରେ ନୁହେଁ, ସାରା ରାଜ୍ୟରେ ବିଜେଡି ପକ୍ଷରୁ ୫କେଜି ଚାଉଳ କାଟକୁ ନେଇ ଆନ୍ଦୋଳନ କରାଯାଉଛି । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ ଅନ୍ନ କଲ୍ୟାଣ ଯୋଜନାରେ ଦେଉଥିବା ୫କେଜି ଚାଉଳକୁ ବନ୍ଦ କରିଦେଇଛନ୍ତି । ଫଳରେ ରାଜ୍ୟର ଅନେକ ଲୋକ ପ୍ରଭାବିତ ହେଉଥିବା ବିଜେଡି ଅଭିଯୋଗ ଆଣିଛି । ଏ ନେଇ ସାରା ରାଜ୍ୟରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ମଙ୍ଗଳବାରଠାରୁ ବିଜେଡି ୩ଦିନିଆ ଗଣ ଆନ୍ଦୋଳନ ଆରମ୍ଭ କରିଛି । ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ଲକ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବିଜେଡିର ଦାବି ପୂରଣ ନ ହେଲେ ଆଗାମୀ ଦିନରେ ରାଜ୍ୟବାସୀ ଓ ଚାଷୀଙ୍କ ହକ ଲାଗି ତୀବ୍ର ଆନ୍ଦୋଳନ କରାଯିବ ବୋଲି ବିଜେଡି କହିଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Feb 17, 2023, 12:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.