ETV Bharat / state

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ୫୮ତମ ପ୍ରତିଷ୍ଠା ଦିବସ, କବି ହରପ୍ରସାଦ ପାଇଲେ ଉପେନ୍ଦ୍ରଭଞ୍ଜ ଜାତୀୟ ପୁରସ୍କାର

author img

By ETV Bharat Odisha Team

Published : Jan 2, 2024, 9:43 PM IST

Berhampur University celebrates 58th Foundation Day : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ପାଳିତ ହୋଇଛି ୫୮ତମ ପ୍ରତିଷ୍ଠା ଦିବସ । ଆନ୍ତର୍ଜାତୀୟ ଖ୍ୟାତିସଂପନ୍ନ କବି ହରପ୍ରସାଦ ଦାସଙ୍କୁ ମିଳିଲା କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ଜାତୀୟ ପୁରସ୍କାର । ଅଧିକ ପଢନ୍ତୁ

ଭଞ୍ଜବିହାରରେ ୫୮ତମ ପ୍ରତିଷ୍ଠା ଦିବସ ,କବି ହରପ୍ରସାଦ ପାଇଲେ ଉପେନ୍ଦ୍ରଭଞ୍ଜ ଜାତୀୟ ପୁରସ୍କାର

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୫୮ତମ ପ୍ରତିଷ୍ଠା ଦିବସ ,କବି ହରପ୍ରସାଦ ପାଇଲେ ଉପେନ୍ଦ୍ରଭଞ୍ଜ ଜାତୀୟ ପୁରସ୍କାର

ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ପାଳିତ ହୋଇଛି ୫୮ତମ ପ୍ରତିଷ୍ଠା ଦିବସ । ଭଞ୍ଜବିହାରସ୍ଥିତ ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଆନ୍ତର୍ଜାତୀୟ ଖ୍ୟାତିସଂପନ୍ନ କବି ହରପ୍ରସାଦ ଦାସ ଯୋଗ ଦେଇଥିବା ବେଳେ ଏହି ଅବସରରେ ବିଶ୍ଵବିଦ୍ୟାଳୟ ପକ୍ଷରୁ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯିବା ସହିତ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ଏହାକୁ ନେଇ କୃତଜ୍ଞତା ପ୍ରକାଶ କରିବା ସହିତ ବିଦ୍ୟାର୍ଥୀଙ୍କୁ ବାର୍ତ୍ତା ଦେବା ସମୟରେ ଆମ ଶୈଳୀରେ ପରିବର୍ତ୍ତନ ହୋଇପାରେ , କିନ୍ତୁ ଆତ୍ମିକ ପରିବର୍ତ୍ତନ ଯାହା ବିଶ୍ବର ଦରକାର ତାହା ଭାରତରୁ ହିଁ ଭବିଷ୍ୟତରେ ଆସିବ ବୋଲି ଦୃଢୋକ୍ତି ସହିତ ପ୍ରକାଶ କରିଛନ୍ତି । ଏଥିସହ ଯାହା ବିଶ୍ବକୁ ପରିବର୍ତ୍ତନ କରାଇବ ଭବିଷ୍ୟତରେ ତାଙ୍କ ମଧ୍ୟରେ ଧାରଣା ରହିବା ଆବଶ୍ୟକ । ବିଶ୍ବରେ ଭାରତ ଏକ ମାତ୍ର ଦେଶ ଯାହାର ଗୋଟିଏ ସଭ୍ୟତାଗତ ଆଧୁନିକତା ରହିଆସିଛି ହଜାର ହଜାର ବର୍ଷ ଧରି । ଯାହାର ପୁନଃ ଆବିଷ୍କାର ହେଲେ ହିଁ ଭାରତ ନିଜର ପ୍ରତିଷ୍ଠା ସ୍ଥାପିତ କରିପାରିବ ସମଗ୍ର ବିଶ୍ବରେ ବୋଲି ଆନ୍ତର୍ଜାତୀୟ ଖ୍ୟାତିସଂପନ୍ନ କବି ହରପ୍ରସାଦ ଦାସ କହିଛନ୍ତି ।

ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଗୀତିକାର ତଥା ନାଟ୍ୟସାଧକ ବିପିନ ମହାପାତ୍ର ଓ ବିଶିଷ୍ଟ ଶିକ୍ଷାବିତ୍ କାମାକ୍ଷୀ ପ୍ରସାଦ ଦାସ ଙ୍କୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସମ୍ମାନରେ ସମ୍ମାନିତ କରାଯାଇ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଥିବା ବେଳେ ବିଶିଷ୍ଟ କୃଷ୍ଣଳୀଳା ଗାୟକ ଗୋପୀନାଥ ସ୍ବାଇଁ ଏବଂ ବିଶିଷ୍ଟ ଗାହାଣ ଗାୟକ ଅଭିମନ୍ୟୁ ରାଉତଙ୍କୁ ଦକ୍ଷିଣ ଓଡିଶା ଲୋକସଂସ୍କୃତି ସମ୍ମାନରେ ସମ୍ମାନିତ କରାଯିବା ସହିତ କୋଡିଏ ହଜାର ଟଙ୍କା ଅର୍ଥରାଶି ପୁରସ୍କାର ଦିଆଯାଇଥିଲା । ସେହିପରି ପ୍ରଖ୍ୟାତ ଓଡିଶୀ ନୃତ୍ୟ ଗୁରୁ ସିକତା ଦାସଙ୍କୁ ପୁରାତନ ଛାତ୍ର ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ନୂଆଦିଲ୍ଲୀ ସ୍ଥିତ ଜବାହାରଲାଲ ନେହରୁ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଶାନ୍ତିଶ୍ରୀ ଧୁଳିପୁଡ଼ି ପଣ୍ଡିତ , ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ , କୁଳସଚିବ ସଚ୍ଚିଦାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ ... ମହିଳାଙ୍କୁ କରାଉଛି ସ୍ବାବଲମ୍ବୀ: ମିଶନ ଶକ୍ତି କାଫେ ପ୍ରତି ବଢୁଛି ଲୋକଙ୍କ ଆଦର

ଏହି ଅବସରରେ ସମସ୍ତ ବିଭାଗର ସର୍ବୋଚ୍ଚ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ସ୍ମାରକୀ ବୃତ୍ତି ଅର୍ଥରାଶି ପ୍ରଦାନ କରାଯାଇଥିଲା । ଅନ୍ତଃ ମହାବିଦ୍ୟାଳୟ ପ୍ରବନ୍ଧ, ବକ୍ତୃତା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ, ଅଣ-ଶିକ୍ଷକ କର୍ମଚାରୀ ପ୍ରବନ୍ଧ ପ୍ରତିଯୋଗିତାର ବିଜେତାଙ୍କ ସମେତ ଶ୍ରେଷ୍ଠ ଏନ୍ଏସ୍ଏସ୍ ଅଧିକାରୀ ଏବଂ ସ୍ବେଚ୍ଛାସେବୀଙ୍କୁ ପୁରସ୍କାର ସହ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ଡା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ର, ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ମହାନ୍ତି, ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ, ପ୍ରଫେସର ଅମୀୟ ପରିଚ୍ଛା , ପ୍ରଫେସର ପ୍ରକାଶ ମିଶ୍ର, ପ୍ରଫେସର ମାନସ ରଞ୍ଜନ ଦାସ, ଉପକୂଳ ସଚିବ ଡ. ବାବୁଜି ସାମଲ, ପରୀକ୍ଷା ନିୟନ୍ତ୍ରକ ଡ. ସତ୍ୟବ୍ରତ ପାତ୍ର, ଛାତ୍ର କଲ୍ୟାଣ ଅଧିକାରୀ ପ୍ରଫେସର ଗଣେଶ ସେଠୀ, ଜାତୀୟ ସେବା ସମିତି ସଂଯୋଜକ ଡ. ଜୟନ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l ଡ. ଶାରଦା ପ୍ରସାଦ ସାହୁ ସଭାକାର୍ଯ୍ୟ ସଂଯୋଜନା କରିଥିବା ବେଳେ ଡ. ଶଙ୍କର ମାଝୀ, ଡ. ବନ୍ଦିତା କୁମାରୀ ପଣ୍ଡା, ଡ. ସୁମନ କଲ୍ୟାଣ ଚୌଧୁରୀ, ଡ. ମିହିର କୁମାର ତ୍ରିପାଠୀ, ସୁଶାନ୍ତ କୁମାର ସାହୁ, ରାମ ନାରାୟଣ ସାହୁ ପ୍ରମୁଖ ସହଯୋଗ କରିଥିଲେ l

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.