ଭଞ୍ଜନଗର: ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ଇଙ୍ଗୀନାଠି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଖଣ୍ଡାରେ ଆକ୍ରମଣ କରାଯାଇଛି । ଏହି ଘଟଣାରେ ଗୋଟିଏ ପରିବାରର ତିନିଜଣ ଆହତ ହୋଇଛନ୍ତି । ଖବର ପାଇ ବେଲଗୁଣ୍ଠା ପୋଲିସ ଆହତମାନଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଛି ।
ଅଭିଯୁକ୍ତ ଶତ୍ରୁଘ୍ନ ଗୌଡ଼କୁ ପୋଲିସ ଫାଣ୍ଡିରେ ଅଟକ ରଖିବା ସହ ଘଟଣାର ତଦନ୍ତ ଜାରି ରଖିଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ