ETV Bharat / state

ଶ୍ରମିକଙ୍କ ନିଯୁକ୍ତି ନେଇ ପୋର୍ଟ ସୁପରଭାଇଜର ଓ ୱାର୍କସ୍ ୟୁନିୟନର ଗୁରୁତ୍ବପୂର୍ଣ୍ଣ ବୈଠକ - ଦାବି ପୂରଣ ନ ହେଲେ ବୃହତ୍ତର ଆନ୍ଦୋଳନକୁ ଓହ୍ଳାଇବେ ବୋଲି ଚେତାବନୀ

କୋରୋନା କାଳରୁ ଜୀବିକା ହରାଇ ଦୁଃଖ ଦୁର୍ଦଶାରେ ଶ୍ରମିକ । ଗୋପାଳପୁର ବନ୍ଦରରେ ଶ୍ରମିକଙ୍କ ସ୍ଥାୟୀ ନିଯୁକ୍ତି ପୋର୍ଟ ସୁପରଭାଇଜର ଓ ୱାର୍କସ୍ ୟୁନିୟନର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜିତ । ଅଧିକ ପଢନ୍ତୁ...

ଶ୍ରମିକମାନଙ୍କ ନିଯୁକ୍ତି ନେଇ ପୋର୍ଟ ସୁପରଭାଇଜର ଓ ୱାର୍କସ୍ ୟୁନିୟନର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ

author img

By

Published : Nov 6, 2020, 3:45 PM IST

ବ୍ରହ୍ମପୁର: କୋରୋନା ସମୟରେ ଜୀବିକା ହରାଇ ଦୁଃଖରେ ରହିଛନ୍ତି ରାଜ୍ୟର ଶ୍ରମିକ । ଗୋପାଳପୁର ବନ୍ଦରରେ ସ୍ଥାନୀୟ ଶ୍ରମିକଙ୍କ ସ୍ଥାୟୀ ନିଯୁକ୍ତି ନେଇ ଗୁରୁବାର ଗୋପାଳପୁର ପୋର୍ଟ ସୁରଭାଇଜର ଓ ୱାର୍କସ୍ ୟୁନିୟନ ମଧ୍ୟରେ ଛତ୍ରପୁର ବ୍ଳକ ଅନ୍ତର୍ଗତ ଏ.ତୋଟାପଲ୍ଲୀ ସ୍ଥିତ ବ୍ୟାଘ୍ରଦେବୀ ମନ୍ଦିର ପ୍ରାଙ୍ଗଣରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବୈଠକରେ ଏନ୍.କୃଷ୍ଣମୂର୍ତ୍ତି ଅଧକ୍ଷତା କରିଛନ୍ତି ।

ଗୋପାଳପୁର ବନ୍ଦରର ୱାର୍କସ୍ ୟୁନିୟନର ପ୍ରାୟ 2500 ଶ୍ରମିକ ରହିଛନ୍ତି ହେଲେ ସ୍ଥାନୀୟ ଶ୍ରମିକଙ୍କୁ ନିଯୁକ୍ତି ନ ମିଳିବାରୁ ସେମାନଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଥିଲା । ବର୍ତ୍ତମାନ ସୁଦ୍ଧା ବନ୍ଦରରେ ଜଣେ ହେଲେ ବି ନିଯୁକ୍ତି ପାଇ ନାହାନ୍ତି । ଏହାକୁ ନେଇ ଶ୍ରମିକ ୟୁନିୟନ ସଭାପତିଙ୍କୁ ଦାୟୀ କରିଛନ୍ତି ୟୁନିଅନର କର୍ମକର୍ତ୍ତା । ଗୋପାଳପୁର ପୋର୍ଟ କର୍ତ୍ତୃପକ୍ଷ ଓ ୟୁନିୟନର ସଭାପତିଙ୍କ କାର୍ଯ୍ୟକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଶ୍ରମିକ ସଂଘ ।

ଶ୍ରମିକଙ୍କ ନିଯୁକ୍ତି ନେଇ ପୋର୍ଟ ସୁପରଭାଇଜର ଓ ୱାର୍କସ୍ ୟୁନିୟନର ଗୁରୁତ୍ବପୂର୍ଣ୍ଣ ବୈଠକ

ଯଦି ଯଥାଶୀଘ୍ର ଶ୍ରମିକ ମାନଙ୍କୁ କାମ ନ ମିଳେ ତେବେ ଶ୍ରମିକ ମାନେ ଏକତ୍ରିତ ହୋଇ ଏକ ବୃହତ୍ତର ଆନ୍ଦୋଳନକୁ ଓହ୍ଳାଇବେ ବୋଲି ଚେତାବନୀ ଦେଇଛନ୍ତି । ଆୟୋଜିତ ବୈଠକରେ ୟୁନିୟନର 105 ସ୍କେଲ, ଟ୍ରକ ଟ୍ରାନ୍ସପୋର୍ଟ ମୁଖ୍ୟ ନେତା ମଧ୍ୟରୁ 85 ଗ୍ରୁପଲିଡର ସମେତ ମଲ୍ଟିପରପଜ୍ ଏବଂ ଡାଇରେକ୍ଟ ଟ୍ରକ ଟ୍ରାନ୍ସପୋର୍ଟ ଗ୍ରୁପଲିଡର ମାନେ ଯୋଗ ଦେଇଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.