ETV Bharat / state

ମାଈ ହାତୀର ମୃତ୍ୟୁ, କାରଣ ଖୋଜୁଛି ବନ ବିଭାଗ

author img

By

Published : Mar 15, 2023, 10:23 PM IST

Updated : Mar 16, 2023, 7:31 AM IST

ରାଜ୍ୟରେ ବଢ଼ୁଛି ହାତୀ ମୃତ୍ୟୁ ମାମଲା । ବର୍ଷ ଆରମ୍ଭରୁ ଚାରୋଟି ହାତୀଙ୍କ ଗଲାଣି ଜୀବନ । ଅଧିକ ପଢ଼ନ୍ତୁ

ରାଜ୍ୟରେ ବଢ଼ୁଛି ହାତୀ ମୃତ୍ୟୁ ମାମଲା
ରାଜ୍ୟରେ ବଢ଼ୁଛି ହାତୀ ମୃତ୍ୟୁ ମାମଲା
ରାଜ୍ୟରେ ବଢ଼ୁଛି ହାତୀ ମୃତ୍ୟୁ ମାମଲା

ଭଞ୍ଜନଗର: ପୁଣି ଆଉ ଏକ ମାଇ ହାତୀର ମୃତ୍ୟୁ । ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ହାତୀ ମୃତ୍ୟୁ ମାମଲା ବଢ଼ିବାରେ ଲାଗିଛି । ଗତ 13 ତାରିଖରେ ଗମ୍ଭାରୀଗୋଚ୍ଛା ଗୋଟିଏ ହାତୀ ମୃତ୍ୟୁ ହୋଇଥିବା ବେଳେ ଆଜି ଉତ୍ତର ଘୁମୁସର ବନଖଣ୍ଡରେ ମାଇ ହାତୀର ମୃତ୍ୟୁ ଘଟିଛି । ଆଜି ଡହ ସେକ୍ସନର ତିଲ୍ଲୀକି ଜଙ୍ଗଲରେ ଗୋଟିଏ ମାଇ ହାତୀର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା । ବାରମ୍ବାର ହାତୀଙ୍କ ମୃତ୍ୟୁକୁ ନେଇ ଚିନ୍ତାରେ ପଡ଼ିଛି ବନ ବିଭାଗ ।

ହାତୀଟିର ବୟସ ଆନୁମାନିକ 18 ବର୍ଷ ହେବ ବୋଲି ଜଣାପଡିଛି । ଖବର ପାଇ ବନବିଭାଗର କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହାତୀଟିର ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ହାତୀ ଆକ୍ରମଣର ଶିକର ହୋଇ ମୃତ୍ୟୁ ହୋଇଥିବା ସୂଚନା ମଳିଛି । ମୃତଦେହ ବ୍ୟବଚ୍ଛେଦ ପରେ ହାତୀଟିର କେଉଁ କାରଣରୁ ମୃତ୍ୟୁ ଘଟିଲା ତାହା ସ୍ପଷ୍ଟ ହେବ ବୋଲି ବନ ଅଧିକାରୀ କହିଛନ୍ତି ।

ହାତୀର ମୃତ୍ୟୁକୁ ନେଇ ସମାଜସେବୀ ଦୁଃଖ ପ୍ରକଟ କରିଛନ୍ତି । ଏହାସହ ବାରବାର ହାତୀମୃତ୍ୟୁକୁ ନେଇ ବନ ବିଭାଗର କାର୍ଯ୍ୟ କଳାପକୁ ନିନ୍ଦା କରିଛନ୍ତି । ତେବେ ସମାଜସେବୀମାନେ ଅଭିଯୋଗ କରିଛନ୍ତି ଯେ ବନବିଭାଗର ତ୍ରୁଟି ଏବଂ ଲୋକ ସଚେତନ ଅଭାବରୁ ହାତୀ ମୃତ୍ୟୁସଂଖ୍ୟା ବଡ଼ିବାରେ ଲାଗିଛି । ଚଳିତ ବର୍ଷ ଆରମ୍ଭରୁ ଚାରୋଟି ହାତୀର ମୃତ୍ୟୁ ଘଟିଲାଣି ତଥାପି ବନବିଭାଗର ଚେତା ପଶୁନି ।

ଅନ୍ୟପଟେ ଆଉ ଜଣେ ସମାଜସେବୀ କହିଛନ୍ତି ,‘‘ଜଙ୍ଗଲରେ ଯେଉଁ ସବୁ ଦେଶୀ ମଦ ରନ୍ଧା ହେଉଛି ସେହି ପୋଚ ଖାଇ ନିଶାରେ ମାତାଲ ହୋଇ ଲଢେଇ କରି ଏଭଳି ଘଟଣା ଘଟୁଛି । ଅନ୍ୟପଟେ ହାତୀଟିର ମୃତ୍ୟୁ ଘଟିବାର ଚାରିଦିନ ବିତିଗଲାଣି କିପରି ବନବିଭାଗ ଜାଣିପାରିଲା ନାହିଁ । ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ଏହିପରି ଭାବରେ ଯଦି ହାତୀଙ୍କ ମୃତ୍ୟୁ ଘଟେ ତାହେଲେ ଆଗାମୀ ଦିନରେ ହାତୀଙ୍କ ସଂଖ୍ୟା ଲୋପ ପାଇଯିବ ବୋଲି ଚିନ୍ତା ପ୍ରକଟ କରିଛନ୍ତି ସମାଜସେବୀ । ତେଣୁ ବନବିଭାଗକୁ ଏବେଠାରୁ ହିଁ ସଜାଗ ହେବାକୁ ପଡିବ । କିପରି ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରି ଜଙ୍ଗଲ ସୁରକ୍ଷା ସହିତ ବନ୍ୟ ଜନ୍ତୁ ସୁରକ୍ଷିତ ରହିପାରିବେ ସେ ବାବଦରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ପଡିବ । ତେବେ ହିଁ ହାତୀଙ୍କୁ ସୁରକ୍ଷା ମିଳି ପାରିବ ।

ଇଟିଭି ଭାରତ, ଭଞ୍ଜନଗର

Last Updated : Mar 16, 2023, 7:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.