ETV Bharat / state

ବିନା ଅନୁମତିରେ ବହୁତଳ କୋଠା ନିର୍ମାଣ : ଖିଲାପକାରୀଙ୍କୁ ନୋଟିସ୍ କଲା ବ୍ରହ୍ମପୁର ମହାନଗର ନିଗମ

ବିନା ଅନୁମତିରେ ବହୁତଳ କୋଠା ନିର୍ମାଣ । କୋଠା ନିର୍ମାଣ କରିଥିବା ଖିଲାପକାରୀଙ୍କୁ ନୋଟିସ୍ ପ୍ରଦାନ କଲା ବ୍ରହ୍ମପୁର ମହାନଗର ନିଗମ । ସହରର କେତେକ ବ୍ୟବସାୟିକ ପ୍ରତିଷ୍ଠାନ ବିନା ଅନୁମତିରେ ସପିଙ୍ଗ୍ ମଲ ଠାରୁ ଆରମ୍ଭ କରି ପ୍ରତିଷ୍ଠିତ ବ୍ୟବସାୟ କରି ଆସୁଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : Dec 6, 2022, 10:21 PM IST

ବିନା ଅନୁମତିରେ ବହୁତଳ କୋଠା ନିର୍ମାଣ : ଖିଲାପକାରୀଙ୍କୁ ନୋଟିସ୍ ପ୍ରଦାନ କଲା ବ୍ରହ୍ମପୁର ମହାନଗର ନିଗମ

ବ୍ରହ୍ମପୁର : ବିନା ଅନୁମତିରେ ବହୁତଳ କୋଠା ନିର୍ମାଣ । କୋଠା ନିର୍ମାଣ କରିଥିବା ଖିଲାପକାରୀଙ୍କୁ ନୋଟିସ୍ କରିଛି ବ୍ରହ୍ମପୁର ମହାନଗର ନିଗମ । ସହରର କେତେକ ବ୍ୟବସାୟିକ ପ୍ରତିଷ୍ଠାନ ବିନା ଅନୁମତିରେ ସପିଙ୍ଗ୍ ମଲ ଠାରୁ ଆରମ୍ଭ କରି ପ୍ରତିଷ୍ଠିତ ବ୍ୟବସାୟ କରି ଆସୁଛନ୍ତି । ଏହାକୁ ନେଇ ତିନୋଟି କାଟୋଗୋରୀରେ ଖିଲାପକାରୀଙ୍କ ତାଲିକା ପ୍ରସ୍ତୁତ କରିଛି ନିଗମ । ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ନିଗମ କମିଶନର ଜେ.ସୋନାଲ ।

ବ୍ରହ୍ମପୁର ସହରରେ ଗଢି ଉଠିଥିବା ଅନେକ ବଡ ବଡ କୋଠା ଗୁଡିକ ବିନା ଅନୁମତିରେ ବର୍ଷ ବର୍ଷ ଧରି ନିର୍ଭୟରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ କରି ବ୍ୟବସାୟ କାରବାର ହେଉଛି । ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇ ଆସୁଥିଲା । ଶେଷରେ ନିଗମ ପକ୍ଷରୁ ବିନା କୌଣସି ଆବେଦନ ନକରି ବିନା ଅନୁମତିରେ ନିର୍ମାଣ କରିଥିବା ୨୮ ଗୋଟି କୋଠାକୁ ଚିହ୍ନଟ କରି ନୋଟିସ୍ ପଠାଇଛି ।

୧୧୨ ଗୋଟି ମାମଲାରେ ଅନୁମତି ପାଇଁ ରହିଥିବା ନିର୍ଦ୍ଧେଶନାମାରେ କେତେକ ପରିବର୍ତ୍ତନ କରି ବ୍ୟବସାୟିକ ପ୍ରତିଷ୍ଠାନ କରିଥିବା ଏବଂ ୬୫ ଗୋଟି ମାମଲା ଓକ୍ୟୁପେନ୍ସି ପ୍ରମାଣପତ୍ର ଦାଖଲ କରିନଥିବା ନେଇ P&BSR Section 1/8(8) (Planning & Building Standard Reles)/ Odisha Development Authority Act , Section 17,90 &91(ODA rules) ନୋଟିସ୍ ଜାରି ରହିଛି ।

ଏନେଇ ବ୍ରହ୍ମପୁର ମହାନଗର ନିଗମର କମିଶନର ଜେ.ସୋନାଲ କହିଛନ୍ତି, ''ବ୍ରହ୍ମପୁରରେ ଏକ ବଡ଼ ସମସ୍ୟା ରହିଛି । ଯେଉଁମାନେ ବେଆଇନ ଭାବେ କୋଠ ନିର୍ମାଣ କରିଛନ୍ତି କିମ୍ବା ପ୍ଲାନ ଆପୃଭାଲ କରିନାହାଁନ୍ତି କିମ୍ବା ପ୍ଲାନ ଏପୃଭାଲକୁ ଅଣଦେଖା କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଏଭଳି କାମ ଯେଉଁଠି ହୋଇଛି ତାହା କେବଳ ସହର ପାଇଁ ନୁହେଁ ସହରର ଥିବା ଟ୍ରାଫିକରେ ମଧ୍ୟ ଅନେକ ସମସ୍ୟା ଉପୁଜୁଛି । କାରଣ ଏଠାରେ ତିଆରି ହୋଇଥିବା ବେଆଇନ ଘରର ଯୋଗୁଁ ପାର୍କିଂର ବ୍ୟବସ୍ଥା ନାହିଁ । ଫଳରେ ସାଧାରଣ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ତେବେ ବହୁତ କମ ଲୋକ ଅଛନ୍ତି ଯେଉଁମାନେ କି ବ୍ରହ୍ମପୁରର ପ୍ଲାନ ଆପୃଭାଲ ନେଇ କୋଠା ତିଆରି କରିଛନ୍ତି । ଆଉ ଶତାଧିକ ଲୋକ ଅଛନ୍ତି ଯେଉଁମାନେ ବିନା ପ୍ଲାନ ଆପୃଭାଲରେ ତିଆରି କରିଛନ୍ତି ବଡ଼ ବଡ଼ କମର୍ସିଆଲ କୋଠା । ସେହିମାନଙ୍କୁ ଆଜି ଆମେ ନୋଟିସ କରିଛୁ । ଆଗାମୀ ୧୫ ଦିନ ମଧ୍ୟରେ ଯଦି ସେମାନଙ୍କୁ ପଠାଯାଇଥିବା ନୋଟିସରେ କୌଣସି ନସୁଧୁରନ୍ତି ତେବେ ଖିଲାପକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବୁ ।''

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.