ଭଞ୍ଜନଗର: ଗୁଜୁରାଟର ସୁରତରେ ଓଡି଼ଆ ଯୁବକଙ୍କ କୋରୋନା ଜନିତ ମୃତ୍ୟୁ । ମୃତକ କବିସୂର୍ଯ୍ୟନଗର ବ୍ଲକ ନୂତନ କନ୍ଧ ଖରିଡା ଗ୍ରାମର 35 ବର୍ଷୀୟ ଅରୁଣ ବିଶ୍ବାଳ । ସେ ସୁରଟର ଗାନ୍ଧି କୁଟୀରରେ କାର୍ଯ୍ୟ କରୁଥିଲେ । ଗତ 6 ତାରିଖ ଦିନ ସେ ଅସୁସ୍ଥ ହୋଇ ସେଠାକାର ସିଭିଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ନମୁନା ପରୀକ୍ଷା ପରେ ସେ କୋରୋନା ପଜିଟିଭି ହୋଇଥିବା ଜଣାପଡିଥିଲା । ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
ଅରୁଣଙ୍କର ସେହିଠାରେ ହିଁ ଅନ୍ତିମ ସଂସ୍କାର କରାଯାଇଛି । ଏପଟେ ତାଙ୍କ ପରିବାର ବର୍ଗ ରୀତିନୀତି ଅନୁଯାୟୀ ଶୁଦ୍ଧିକ୍ରିୟା କରୁଛନ୍ତି l ଅରୁଣଙ୍କ 2 ପୁଅ ଗୋଟିଏ ଝିଅ ଅନାଥ ହୋଇଯାଇଥିବାବେଳେ ରୋଜଗାରିଆ ପୁଅକୁ ହରାଇ ବାପା ଯୋଗେନ୍ଦ୍ର ବିଶ୍ବାଳ ଦୁଃଖରେ ଭାଙ୍ଗିପଡିଛନ୍ତି । ଏଣୁ ସରକାରୀ ସହାୟତା ଯୋଗାଇବା ପାଇଁ ସେ ପ୍ରଶାସନକୁ ନିବେଦନ କରିଛନ୍ତି ।
ଗଞ୍ଜାମରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ