ଭଞ୍ଜନଗର: କରୋନା ପ୍ରଭାବରେ ସାରାଦେଶ ଲକଡାଉନ ଥିବାବେଳେ ଦେଶୀ ମଦ ମାଫିଆମାନେ ସକ୍ରିୟ ହୋଇ ଉଠିଛନ୍ତି । ପୋଲିସର ବାରମ୍ବାର ଚଢ଼ାଉ ସତ୍ୱେ ମଧ୍ୟ ଦେଶୀ ମଦ ରନ୍ଧା ବନ୍ଦ ହେଉନି । ଏ ଘଟଣା କୌଣସି ଦୁର୍ଗମ ଅଞ୍ଚଳର ନୁହେଁ ଭଞ୍ଜନଗର ସହରର ଘଟଣା ।
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ଥିବା ମରାଟି ସାହିରେ ପୋଲିସ ଚଢ଼ାଉ କରି 4000 ଲିଟର ପୋଚ ନଷ୍ଟ ସାଙ୍ଗକୁ 1220 ଲିଟର ଦେଶୀ ମଦ ଓ ମଦ ରନ୍ଧା ସାମଗ୍ରୀକୁ ଜବତ କରାଯାଇଛି । ଏହସହ 13 ଜଣଙ୍କୁ ଗିରଫ କରି ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ ମଧ୍ୟ କରାଯାଇଛି ।
କିଛି ଦିନ ବ୍ୟବଧାନରେ ଭଞ୍ଜନଗର ସହରରେ ଥିବା ମରାଟି ସାହି ଓ ନାହାତୋଠ ସାହିରେ ପୋଲିସର ଚଢ଼ାଉ ହେଉଛି । କିନ୍ତୁ, ମଦ ରନ୍ଧା ବନ୍ଦ ହେଉନି । ଏହା ଏକ ନିତିଦିନିଆ ଘଟଣା ପାଲଟି ଗଲାଣି ।
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ