ଗଜପତି: ରାୟଗଡା ଓ ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବଂଶଧାରା ନଦୀର ଜଳସ୍ତର ବୃଦ୍ଧି ପାଇଛି । ଜିଲ୍ଲାର କାଶୀନଗର ବ୍ଲକର ସାରା, ବାଡିଗାଁ, ପୁରୁଟିଗୁଡା, ନୂଆଁସାରା, କାଶୀନଗର ଭଳି ୧୮ଟି ଗ୍ରାମ ପାଇଁ ବିପଦ ସୃଷ୍ଟି କରିଛି।
କାଶୀନଗର ଠାରେ ବଂଶଧାରା ନଦୀ ବିପଦସଂଙ୍କେତ ଉପରେ ପ୍ରବାହିତ ହେଉଛି । କାଶୀନଗର ଠାରେ ବିପଦ ସଂଙ୍କେତ ୫୪.୬୦ ମିଟର ରହିଥିବା ବେଳେ ୫୫.୪୦ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି। ଅନ୍ୟପକ୍ଷେ ଆନ୍ଧ୍ର ପ୍ରଦେଶର ଗୋଟା ବ୍ୟାରେଜର ୨୨ଟି ଗେଟ ଖୋଲାଯାଇ ପ୍ରତି ଘଣ୍ଟାରେ ୨୫ହଜାର କ୍ୟୁସେକ ଜଳ ସମୁଦ୍ରକୁ ଛଡାଯାଉଛି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ