ETV Bharat / state

କଅଁଳ ବୟସରୁ ଦାରୁଣ ଦୁଃଖ, ଦୃଷ୍ଟିବାଧିତ ବାପାର ସାହାରା ଦୁଇ ଶିଶୁ

କଅଁଳ ବୟସରୁ ଦାରୁଣ ଦୁଃଖ । ହସିଖେଳି ପାଠ ପଢ଼ିବା ସମୟରେ ଦୃଷ୍ଟି ବାଧିତ ବାପାଙ୍କ ସାହାରା ପାଲଟିଛନ୍ତି ଦୁଇ କଅଁଳ ଶିଶୁ । ଗଜପତି ପାରଳାଖେମୁଣ୍ଡିରୁ ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଦୃଶ୍ୟ । ଅଧିକ ପଢ଼ନ୍ତୁ

author img

By

Published : Dec 18, 2022, 8:52 PM IST

two child helps his blind father for begging in gajapati
ଦୃଷ୍ଟିବାଧିତ ବାପାଙ୍କ ସାହାରା ଦୁଇ ଶିଶୁ
କଅଁଳ ବୟସରୁ ଦାରୁଣ ଦୁଃଖ

ପାରଳାଖେମୁଣ୍ଡି: ଦିବ୍ୟାଙ୍ଗଙ୍କ ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରିବା ସହ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବାସ୍ତବ ସ୍ଥିତିକୁ ଦେଖିଲେ ଏସବୁ କେବଳ ସରକାରଙ୍କ ପ୍ରଚାର ସର୍ବସ୍ବ ଭଳି ମନେ ହେଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଚକ୍ଷୁବାଧିତ ଦିବ୍ୟାଙ୍ଗ ଭିକ୍ଷାବୃତ୍ତି କରୁଥିବା ଅନେକ ଉଦାହରଣ ରହିଛି । ହେଲେ ଦିବ୍ୟାଙ୍ଗଙ୍କ ଭିକ୍ଷାବୃତ୍ତିରେ ତାଙ୍କ କଅଁଳ ବୟସର ପୁଅ ଏବଂ ସ୍ତ୍ରୀ ମଧ୍ୟ ସାମିଲ ହେବା ସରକାରଙ୍କ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ପ୍ରତି ଅଙ୍ଗୁଳି ନିର୍ଦ୍ଦଶେ କରୁଛି । ପାରଳାଖେମୁଣ୍ଡି ସହରରେ ଏଭଳି ଏକ ଘଟଣା ଲୋକ ଲୋଚନକୁ ଆସିଛି ।

ରାଜ୍ୟରେ କେହି ଉପାସରେ ନରୁହନ୍ତୁ ଏବଂ ସମସ୍ତଙ୍କୁ ସମାଜିକ ସୁରକ୍ଷା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଏକାଧିକ ଯୋଜନା କରିଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ଏଦିଗରେ ଏକାଧିକ ଯୋଜନା ରହିଛି । କେବଳ ସେତିକି ନୁହେଁ, 14ବର୍ଷ ଯାଏଁ କୌଣସି ଶିଶୁ ଭିକ୍ଷାବୃତ୍ତି ଦୂରର କଥା କୌଣସି ବିପଦସଂକୁଳ ସ୍ଥାନରେ କାମ କରିପାରିବ ନାହିଁ ବୋଲି ସରକାର ନିୟମ କରିବା ସହ ଶିଶୁଙ୍କ ଭବିଷ୍ୟତ ଗଢିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହାରି ମାଧ୍ୟମରେ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଏହାଦ୍ବାରା ଅନେକ ସୁଫଳ ମିଳୁଥିବା ମଧ୍ୟ ସରକାର ଦାବି କରୁଛନ୍ତି । ହେଲେ ପାରଳାଖେମୁଣ୍ଡିରେ ଗତ ଦୁଇଦିନ ହେଲା ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହା ସରକାରୀ ଯୋଜନାର ବାସ୍ତବ ସ୍ଥିତିକୁ ନେଇ ଉଠିଛି ପ୍ରଶ୍ନ । ଜଣେ ଚକ୍ଷୁ ବାଧିତ ଦିବ୍ୟାଙ୍ଗ ପରିବାର ପ୍ରତିପୋଷଣ ପାଇଁ ଭିକ୍ଷାବୃତ୍ତି କରୁଥିବା ବେଳେ ତାଙ୍କୁ ସାହାଯ୍ୟ କରୁଛନ୍ତି ତାଙ୍କ ପତ୍ନୀ ଏବଂ କଅଁଳ ବୟସର ଶିଶୁପୁତ୍ର । ଏହା ଦେଖିବା ପରେ ସଂପୃକ୍ତ ଦିବ୍ୟାଙ୍ଗଙ୍କ ସମ୍ପର୍କରେ ଜାଣିବା ପାଇଁ ତାଙ୍କୁ ବିଭିନ୍ନ କଥା ପଚାରିବାରୁ ଯାହା ଶୁଣିଲୁ ତାହା ଆହୁରି ଆଶ୍ଚର୍ଯ୍ୟଜନକ ଥିଲା ।

ଦିବ୍ୟାଙ୍ଗ ଜଣକ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଜି.ଶିବ କୁମାର । ସେ ଜନ୍ମରୁ ଦୃଷ୍ଟି ବାଧିତ । ବାପା ଓ ମାଆଙ୍କ ମୃତ୍ୟୁ ପରେ ଚଳିବାରେ ଅସୁବିଧା ହେବାରୁ ଭିକ୍ଷାବୃତ୍ତି କରିବାକୁ ସ୍ଥିର କରିଥିଲେ । କେନ୍ଦେରା ବଜାଇବାରେ ସିଦ୍ଧହସ୍ତ ଶିବଙ୍କ ସାହାରା ପାଲଟିଛି ସେହି କେନ୍ଦେରା । ସେ କେନ୍ଦେରା ବଜାଇ ଗୀତ ଗାଉଥିବା ବେଳେ ସେ ଅନ୍ଧ ହୋଇଥିବାରୁ ତାଙ୍କୁ ରାସ୍ତାଘାଟ ଦେଖାଇବା ପାଇଁ ତାଙ୍କ ଦୁଇ ପୁଅ ସାହାଯ୍ୟ କରୁଛନ୍ତି ଏବଂ ସ୍ତ୍ରୀ ଘର ଘର ବୁଲି ଭିକ୍ଷା ବୃତ୍ତି କରୁଛନ୍ତି । ଦିବ୍ୟାଙ୍ଗ ଏବଂ ଶିଶୁଙ୍କ ପାଇଁ ସରକାରୀ ଯୋଜନା ରହିଥିବା ଜାଣି ସେ ଅନେକ ଥର ଏଥିପାଇଁ ଆବେଦନ କରିଥିଲେ । ହେଲେ ତାଙ୍କୁ କୌଣସି ସହାୟତା ମିଳିଲା ନାହିଁ । ତେଣୁ ସେ ବାଧ୍ୟ ହୋଇ ଭିକ୍ଷାବୃ୍ତ୍ତି କରି ପରିବାର ପ୍ରତିପୋଷଣ କରୁଥବା ଶିବ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, "ଗାଁରେ ଭିକ୍ଷା ବୃତ୍ତି କରିବାକୁ ଲଜ୍ଜିତ ଅନୁଭବ ହେଉଛି । ତେଣୁ ଏଠାକୁ ଆସି ଭିକ୍ଷା ବୃତ୍ତି କରୁଛୁ ଏବଂ ଯାହା ମିଳୁଛି ସେଥିରେ ଚାରି ପ୍ରାଣୀ ଚଳୁଛୁ। ତିନି ବର୍ଷ ହେଲାଣି ଭିକ୍ଷାକୁ ରୋଜଗାର ଭାବେ ଆପଣାଇ ପରିବାର ପ୍ରତିପୋଷଣ କରୁଛି ।"

ଶିବ କୁମାରଙ୍କ ଏଭଳି ସ୍ଥିତିକୁ ନେଇ ବୁଦ୍ଧିଜୀବିମାନେ ଉଦବେଗ ପ୍ରକାଶ କରିଛନ୍ତି । ଦିବ୍ୟାଙ୍ଗ ଏବଂ ଶିଶୁଙ୍କ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ତଥାପି ଏପରି ଚିତ୍ର ସାମ୍ନାକୁ ଆସିବା ଯୋଜନାର ସଫଳ ରୂପାୟନ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ବୁଦ୍ଧିଜୀବିମାନେ କହିଛନ୍ତି । ତେବେ ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି ଯେ, ଏହି ଘଟଣା ସଂପର୍କରେ ସେ ଏବେ ଜାଣିବାକୁ ପାଇଲେ । ତେଣୁ ସେମାନଙ୍କୁ ଖୋଜି ବାହାର କରିବା ସହ ଗଞ୍ଜାମ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରି ସେମାନଙ୍କ ଥଇଥାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ଶିଶୁ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଯୋଜନାର ଅଭାବ ନାହିଁ । ହେଲେ ତାହା କେତେ ମାତ୍ରାରେ କାର୍ଯ୍ୟକାରୀ ହେଉଛି ପାରଳାଖେମୁଣ୍ଡିରେ ଜି ଶିବ କୁମାରଙ୍କୁ ଦେଖିଲେ ବାରି ହୋଇ ପଡ଼ୁଛି । ତେବେ ଶିବଙ୍କ ପାଖରେ କେବେ ପ୍ରଶାସନ ପହଞ୍ଚୁଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.