ETV Bharat / state

ଫେଲ ମାରୁଛି ଆଇନ, ନିର୍ଦ୍ଦୋଷରେ ଖଲାସ ହେଉଛନ୍ତି ମାଓନେତା - gajapati

ସାକ୍ଷ୍ୟ ପ୍ରମାଣ ଅଭାବରୁ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ 2ଟି ମାମଲାରେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ ଅଦାଲତର ନିର୍ଦ୍ଦେଶରେ ଖଲାସ କରାଯାଇଛି । ସବ୍ୟସାଚୀଙ୍କ ବିରୁଦ୍ଧରେ ଗଜପତି ଜିଲ୍ଲାରେ ସମୁଦାୟ 45ଟି ମାମଲା ମଧ୍ୟରୁ ଏପର୍ଯ୍ୟନ୍ତ 14 ମାମଲାରେ ସେ ନିର୍ଦ୍ଦୋଷରେ ଖଲାସ ହୋଇ ସାରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି
author img

By

Published : Jun 6, 2019, 3:24 PM IST

ଗଜପତି: ସାକ୍ଷ୍ୟ ପ୍ରମାଣ ଅଭାବରୁ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ 2ଟି ମାମଲାରେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ ଅଦାଲତର ନିର୍ଦ୍ଦେଶରେ ଖଲାସ କରାଯାଇଛି । ସବ୍ୟସାଚୀଙ୍କ ବିରୁଦ୍ଧରେ ଗଜପତି ଜିଲ୍ଲାରେ ସମୁଦାୟ 45ଟି ମାମଲା ମଧ୍ୟରୁ ଏପର୍ଯ୍ୟନ୍ତ 14 ମାମଲାରେ ସେ ନିର୍ଦ୍ଦୋଷରେ ଖଲାସ ହୋଇ ସାରିଛନ୍ତି । ତେବେ ପୋଲିସ ପ୍ରଶାସନ କ'ଣ କରୁଛି ସେ ନେଇ ଉଠୁଛି ପ୍ରଶ୍ନବାଚୀ । ଆସନ୍ତାକାଲି ଆଉ 2 ମାମଲାର ଶୁଣାଣି ରହିଥିବା ତାଙ୍କ ଓକିଲ କହିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

2003 ମସିହାରେ ମାଣ୍ଡମରା ସରପଞ୍ଚ ପୂର୍ଣ୍ଣ ମଲିକ ଅପହରଣ ଓ ହତ୍ୟା ମାମଲାରେ ସବ୍ୟସାଚୀଙ୍କ ବିରୁଦ୍ଧରେ ଅଭିଯୋଗ ଥିଲା । 2010 ମସିହାରେ ଅଡବା ଥାନା ଅନ୍ତର୍ଗତ ଗୋପିନାଥପୁର ଠାରେ 4 ଜଣଙ୍କ ସହ ମାଓ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା । ଏହି ମାମଲାରେ ସବ୍ୟସାଚୀଙ୍କ ସଂପୃକ୍ତିଥିବା ଅଭିଯୋଗ ହୋଇଥିଲା । ଆଜି ଏହି 2 ମାମଲାର ଶୁଣାଣି କରି ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ସାକ୍ଷ୍ୟପ୍ରମାଣ ଅଭାବରୁ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ସ୍ଲଗ- ବେଆଇନ ବାଲି ଖନନକୁ ବିରୋଧ କରି ଗ୍ରାମବାସୀଙ୍କ ଆନ୍ଦୋଳନ
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 6/06/2019
ଆଙ୍କର- ବେଆଇନ ବାଲି ଖନନକୁ ବିରୋଧ କରି  ପୁଣି ତେଜିଲା ଅସନ୍ତୋଷ। ଜଳେଶ୍ୱର ତହସିଲ  ଅଞ୍ଚଳରେ ଦିନକୁ ଦିନ ବଢି ଛାଲିଛି ବାଲି ମାଫିଆଙ୍କ ଦୌରାତ୍ମ୍ୟ।ପ୍ରଶାସନ ଓ ବାଲି ମାଫିଆଙ୍କ ମଧୁ ଚନ୍ଦ୍ରିକା ପାଇଁ ରାଜ୍ୟ ସରକାର ହରାଉ ଛନ୍ତି  କୋଟି କୋଟି ଟଙ୍କାର ରାଜସ୍ୱ। କୌଣସି କାଗଜ ପତ୍ର ନଥାଇ ନିଲାମ ନନେଇ  ଦିନ ରାତି  ମେସିନ ସାହାଯ୍ୟରେ  ହେଉଛି ବେଧଡ଼କ ବାଲି ଖନନ। ପ୍ରଥମେ  ପଞ୍ଚୁଘଣ୍ଟା ଏବେ ଶିଖରପୁର ରେ ତେଜିଲା ଆନ୍ଦୋଳନ। ବେଆଇନ ବାଲି ଖନନ ଓ ଚାଲାଣକୁ ବିରୋଧ କରି  ଆଜି ଶିଖରପୁର ଗ୍ରାମ ବାସୀ  ଶତାଧିକ ଟ୍ରାକ୍ଟର କୁ ଅଟକ ରଖିବା ସହିତ  ଦୀର୍ଘ ସମୟ ଆନ୍ଦୋଳନରେ ବସିଥିଲେ। ବାଲି ସୈରାତ ରୁ ମାତ୍ର  ୨୦୦ ମିଟର ବ୍ୟବଧାନରେ ସ୍କୁଲ, ଅଙ୍ଗନ ବାଡ଼ି, ପଞ୍ଚାୟତ ଅଫିସ  ରହିଛି। ନଦୀର  ଗତିପଥ କ୍ରମଶଃ ପରିବର୍ତ୍ତନ ହେବାରୁ ନଦୀ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳିଛି।ଯଦି ଉକ୍ତ ବାଲି ଖାଦାନ କୁ ବନ୍ଦ କରା ନଯାଏ ତେବେ ଆଗାମୀ ଦିନରେ  ସ୍କୁଲ, ଅଙ୍ଗନ ବାଡ଼ି, ପଂଚାୟତ ଅଫିସ ସହିତ ଆଖ ପାଖ ର  ବହୁ  ଗାଁଆ  ନଦିଗର୍ଭ ରେ ଲୀନ ହେବ ବୋଲି ଗ୍ରାମବାସୀ  ଅଭିଯୋଗ କରିଛନ୍ତି।
ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ ପରେ ମଧ୍ୟ ପ୍ରଶାସନ କୌଣସି ଆଖି ଦୃଶିଆ ପଦକ୍ଷେପ ନେଉ ନଥିବାରୁ ସାଧାରଣ ରେ ତେଜୁଛି ଅସନ୍ତୋଷ। ତେବେ ଏ ବାବଦରେ ଜଲେଶ୍ୱର ତହସିଲ ଦାର ଙ୍କୁ ପଚାରି ବାରୁ  ସେ ଅଭିଯୋଗ ପାଇ ତଦନ୍ତ ପାଇଁ ପଠାଯାଇଛି।ତଦନ୍ତ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ  ନିଆଯିବ ବୋଲି ତହସିଲଦାର ଅଭିମନ୍ୟୁ ପଣ୍ଡା ସୂଚନା ଦେଇଛନ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.