ETV Bharat / state

ଗଜପତି କୋର୍ଟର ରାୟ: ମିଳୁନି ପ୍ରମାଣ, ନିର୍ଦ୍ଦୋଷରେ ଖଲାସ ସବ୍ୟସାଚୀ - sabyasachi panda

ଉପଯୁକ୍ତ ସାକ୍ଷ୍ୟ ଓ ପ୍ରମାଣ ଅଭାବରୁ ଗୋଟିଏ ପରେ ଗୋଟିଏ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଉଛନ୍ତି ମାଓ ନେତା ସବ୍ୟସାଚୀ ପଣ୍ଡା । ଶୁକ୍ରବାର ପୁଣି ଥରେ ଗଜପତି ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ ଅଦାଲତ ତାଙ୍କୁ 2ଟି ମାମଲାରେ ମୁକ୍ତ କରିଛନ୍ତି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଗଜପତି
author img

By

Published : Jun 7, 2019, 5:51 PM IST

ଗଜପତି: ପୁଣି ଆଉ 2 ଟି ମାମାଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ମାଓ ନେତା ସବ୍ୟସାଚୀ ପଣ୍ଡା । ଉପଯୁକ୍ତ ସାକ୍ଷ୍ୟ ଓ ପ୍ରମାଣ ଅଭାବରୁ ଗଜପତିର ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ ଅଦାଲତ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଗଜପତି

1997ରେ ମୋହନା ବ୍ଲକର ବୁରୁଗୁଡି ଗାଁରେ ଜମିଜମା ଗଣ୍ଡଗୋଳ ଓ ଗାଁକୁ ପୋଡାଯାଇଥିଲା । ସେହିପରି 2010ରେ ନଳାଘାଟ ଫାଣ୍ଡିରେ ମାଓବାଦୀ ପଶି ସେଠାରେ ଥିବା ଝାଡୁଦାର ହେମ ବିଶୋୟୀଙ୍କୁ ମାରପିଟ କରିଥିଲେ । ଏହି ସବୁ ମାମଲାରେ ସବ୍ୟସାଚୀ ସାମିଲ ଥିବା ଅଭିଯୋଗ ହୋଇଥିଲା । ଶୁକ୍ରବାର ଏହି 2 ମାମଲାର ଶୁଣାଣି କରି ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ସବ୍ୟସାଚୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

ଜିଲ୍ଲାରେ ସବ୍ୟସାଚୀଙ୍କ ବିରୋଧରେ ସମୁଦାୟ 45 ଟି ମାମଲା ରହିଥିଲା । ସେଥି ମଧ୍ୟରୁ 16 ମାମଲାରେ ସେ ନିର୍ଦ୍ଦୋଷରେ ଖଲାସ ହୋଇସାରିଛନ୍ତି । ଏବେ ଆଉ 29 ଟି ମାମଲା ବିଚରାଧିନ ଥିବା ନେଇ ତାଙ୍କ ଓକିଲ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ମୋଜରେ ଭିଜୁଆଲ ଓ ବାଇଟ ଅଛି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.