ETV Bharat / state

ସୌମ୍ୟ ଓ ତାଙ୍କ ପତ୍ନୀ ଗାଁକୁ ଗଲେ ଫେରିବାକୁ ପଡ଼ୁଥିଲା ଚାପ !

author img

By

Published : Jul 18, 2021, 6:04 PM IST

ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଆଉ ତଥ୍ୟ ପଦାକୁ ଆସିଛି । ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ଏବଂ ତାଙ୍କ ପତ୍ନୀ ଗାଁକୁ ଗଲେ ଶୀଘ୍ର ଫେରିବା ପାଇଁ ଡିଏଫଓ ବାରମ୍ବାର ଚାପ ପକାଉଥିଲେ । ଅଧିକ ପଢ଼ନ୍ତୁ...

ସୌମ୍ୟ ଓ ତାଙ୍କ ପତ୍ନୀ ଗାଁକୁ ଗଲେ ଫେରିବାକୁ ପଡ଼ୁଥିଲା ଚାପ !
ସୌମ୍ୟ ଓ ତାଙ୍କ ପତ୍ନୀ ଗାଁକୁ ଗଲେ ଫେରିବାକୁ ପଡ଼ୁଥିଲା ଚାପ !

ଗଜପତି: ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଆଉ ତଥ୍ୟ ପଦାକୁ ଆସିଛି । ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ଏବଂ ତାଙ୍କ ପତ୍ନୀ ଗାଁକୁ ଗଲେ ଶୀଘ୍ର ଫେରିବା ପାଇଁ ଡିଏଫଓ ବାରମ୍ବାର ଚାପ ପକାଉଥିଲେ । ଏପରିକି ଭୁବନେଶ୍ବର ଯାଏଁ ଗାଡି ମଧ୍ୟ ପଠାଇଥିଲେ । ଏଭଳି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ସୌମ୍ୟଙ୍କ ଘନିଷ୍ଠ ବନ୍ଧୁ ଶୁଭାଶିଷ ଜେନା । ସୌମ୍ୟଙ୍କୁ ବିଭିନ୍ନ ସମୟରେ ଡ୍ୟୁଟି ବାହାନାରେ ବାହାରକୁ ପଠାଯାଉଥିଲା । ସୌମ୍ୟଙ୍କ ଅନୁପସ୍ଥିତିରେ ଡିଏଫଓ ତାଙ୍କ ଘରକୁ ଯାଇ ଖିଆପିଆ କରୁଥିଲେ । ଏଥିପାଇଁ ବିବାହର 3 ମାସ ପରଠୁ ସୌମ୍ୟ ସବୁବେଳେ ମାନସିକ ଚାପରେ ରହୁଥିଲେ ବୋଲି କହିଛନ୍ତି ଶୁଭାଶିଷ ।

ଏଭଳି ଏକ କଥା ସାମ୍ନାକୁ ଆସିବା ପରେ ଡିଏଫଓଙ୍କ ସଂପୃକ୍ତି ନେଇ ସନ୍ଦେହ ଆହୁରି ଅଧିକ ଘନିଭୂତ ହୋଇଛି । ସୌମ୍ୟଙ୍କ ମୃତ୍ୟୁ ଘଟଣାର ଯାଞ୍ଚ ସଠିକ ଭାବେ କରିବା ପାଇଁ ଦାବି କରିଛି ଅନ୍ତର୍ଜାତୀୟ ମାନବାଧିକାର ପରିଷଦ । ଘଟଣାକୁ ଇତି ମଧ୍ୟରେ 6 ଦିନ ବିତି ସାରିଥିଲେ ମଧ୍ୟ ଏଯାଏଁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଡିଏଫଓଙ୍କୁ ପଚରା ଉଚୁରା କରାନଯିବା ପରେ ପୋଲିସ ତଦନ୍ତ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି । ପୋଲିସ ତଦନ୍ତ ସମୟରେ ଜଣେ ଏସିଏଫ ଉପସ୍ଥିତ ରହିବା ପଛରେ କାରଣ କଣ? ସେପଟେ ଘଟଣାର ତଦନ୍ତ ଚାଲିଛି ଏବଂ ଅତିଶୀଘ୍ର ନିର୍ଣ୍ଣାୟକ ମୋଡରେ ପୁଲିସ ପହଂଚିବ ବୋଲି କହିଛନ୍ତି ଗଜପତି ଏସପି ।

ଆଜି(ରବିବାର) ସୌମ୍ୟଙ୍କ ସାଙ୍ଗ ଯେଉଁ କଥା ସମ୍ନାକୁ ଆଣିଛନ୍ତି ତାହା ତାଙ୍କ ବାପା କରିଥିବା ଅଭିଯୋଗକୁ ଆହୁରି ଦୃଢିଭୂତ କରିଛି । ସୌମ୍ୟଙ୍କ ଘନିଷ୍ଠ ବନ୍ଧୁ ଶୁଭାଶିଷ କହିଛନ୍ତି ଯେ, "ସୌମ୍ୟ ବିବାହ ପରଠାରୁ ଚାପରେ ରହୁଥିଲେ । ଜଣେ ସାଙ୍ଗ ଭାବେ ଏହାର କାରଣ ଜାଣିବା ପାଇଁ ସେ ତାଙ୍କ ସହ କଥା ହୋଇଥିଲେ । ସୌମ୍ୟଙ୍କୁ ବାହାରେ ଡ୍ୟୁଟିରେ ପଠାଇ ଡିଏଫଓ ତାଙ୍କ ଘରକୁ ଯିବା ଆସିବା କରୁଛନ୍ତି । ସୌମ୍ୟ ଏବଂ ତାଙ୍କ ପତ୍ନୀ ଗାଁକୁ ଗଲେ ଶୀଘ୍ର ଚାଲିଆସିବା ପାଇଁ ଚାପ ପକାଉଥିଲେ ଡିଏଫଓ । ଏପରିକି ଭୁବନେଶ୍ବର ଯାଏଁ ଗାଡି ମଧ୍ୟ ପଠାଉଥିଲେ । ଡିଏଫଓ ଏବଂ ବିଦ୍ୟାଭାରତୀଙ୍କ ମଧ୍ୟରେ କୌଣସି ଅନୈତିକ ସଂପର୍କ ଥିବା ସେ ସନ୍ଦେହ କରି ସୌମ୍ୟ ଚାପରେ ରହୁଥିବା ଅନେକ ଥର କହିଛନ୍ତି ।"

ଜୁଲାଇ 12 ତାରିଖ ରାତିରେ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । 12 ଘଂଟାର ସଂଘର୍ଷ ପରେ ଜୀବନ ଯୁଦ୍ଧରେ ହାରିଯାଇଥିଲେ ସୌମ୍ୟ । କଟକର ଏକ ଘରୋଇ ହସ୍ପିଟାଲରେ 13ତାରିଖ ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ସୌମ୍ୟଙ୍କ ପତ୍ନୀ, ପାରଳାଖେମୁଣ୍ଡି ଡିଏଫଓ ଏବଂ ରୋଷେୟାଙ୍କ ସଂପୃକ୍ତି ରହିଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ବାପା ଅଭିରାମ ମହାପାତ୍ର । ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କ ମଧ୍ୟରେ ଅନୈତିକ ସଂପର୍କ ରହିଥିଲା । ଏଥିପାଇଁ ଜାଣିଶୁଣି ସୌମ୍ୟଙ୍କୁ ଡ୍ୟୁଟି ବାହାନାରେ ବାହାରକୁ ପଠାଯାଉଥିଲା । ଏହି ସମସ୍ତ କାର୍ଯ୍ୟରେ ରୋଷେୟା ସହଯୋଗ କରୁଥିବା ଅଭିଯୋଗ କରିଛନ୍ତି ଅଭିରାମ ମହାପାତ୍ର ।

ଏହି ଆଧାରରେ ପାରଳାଖେମୁଣ୍ଡି ପୋଲିସ ଏକ ଅପରାଧିକ ଷଡଯନ୍ତ୍ର ମୂଳକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ଏଭଳି ଏକ ସଂଗୀନ ଦଫା ଲାଗିଥିବା ମାମଲାର ଅଭିଯୁକ୍ତମାନଙ୍କୁ ତୁରନ୍ତ ଜେରା କରିବା ସହ ଗିରଫ କରିବା କଥା । ସେହିଭଳି ରାଜ୍ୟ ସରକାର ମଧ୍ୟ ସଂପୃକ୍ତ ଅଧିକାରୀଙ୍କୁ ଅନ୍ତତଃ ତଦନ୍ତ ସରିବା ଯାଏଁ ନିଲମ୍ବନ କରି ରଖିବା ଏ କଥା । କିନ୍ତୁ ତାହା କେଉଁ କାରଣରୁ ହୋଇନାହିଁ ତାହାକୁ ନେଇ ଉଠିଛି ପ୍ରଶ୍ନବାଚୀ । ଏହି ଘଣାରେ ପୋଲିସର ସଠିକ ଭାବରେ ତଦନ୍ତ କରୁନଥିବା ଅଭିଯୋଗ କରି ମାନବାଧିକାର କର୍ମୀମାନେ ପୋଲିସକୁ ଭେଟି ସଠିକ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି ।

ଏହି ଘଟଣାରେ ପୋଲିସ ମାମଲା ରୁଜୁ କରିବା ସହ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି । ଅନେକ ଲୋକଙ୍କ ବୟାନ ମଧ୍ୟ ରେକର୍ଡ କରିଛି । ଅଧିକ ତଦନ୍ତ ପାଇଁ ବାଲେଶ୍ବର ଏବଂ ମୟୁରଭଞ୍ଜ ଅଭିମୁଖେ ପୋଲିସର ଏକ ଟିମ୍ ବାହାରିଛି । ସେଠାରେ ସୌମ୍ୟଙ୍କ ମାଁ ଓ ମାଇଁଙ୍କ ବଯାନ ରେକର୍ଡ କରିବା ପରେ ବିଦ୍ୟାଭାରକତୀଙ୍କୁ ଜେରା କରିବ ପୋଲିସ । ସୌମ୍ୟଙ୍କ ପୋଡ଼ିହୋଇ ମୃତ୍ୟୁ ହେବା ଘଟଣାକୁ ଇତି ମଧ୍ୟରେ 6 ଦିନ ବିତି ଯାଇଛି । କିନ୍ତୁ ଏଯାଏଁ ସୌମ୍ୟଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିପାରିନାହିଁ ।

ଗଜପତିରୁ ହରିହର ପଟନାୟକ ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.