ETV Bharat / state

ଆବାସ ଯୋଜନାରେ ସୁନ୍ଦର ଘର କରିଥିବା ହିତାଧିକାରୀ ହେବେ ପୁରସ୍କୃତ

author img

By

Published : Oct 9, 2022, 8:14 PM IST

Updated : Oct 9, 2022, 8:42 PM IST

ଗଜପତି ଜିଲ୍ଲା କାଶୀନଗର 4ନଂ ଓ୍ବାର୍ଡରେ ବସବାସ କରୁଥିବା ପାଲାକି ସଞ୍ଜୀବ ରାଓଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିବାରୁ ପୁରସ୍କାର ପାଇଁ ଚୟନ କରାଯାଇଛି । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଘର ପାଇବେ ଓଡିଶାରୁ ୩ଜଣ

ଗଜପତି: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମ।ଣ ହୋଇଥିବା ସୁନ୍ଦର୍ ଘରକୁ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପୁରସ୍କାର ପାଇବା ପାଇଁ ଓଡିଶାରେ ତିନି ଜଣଙ୍କୁ ଚୟନ କରାଯାଇଛି । ସେହି ତିନି ଜଣଙ୍କ ମଧ୍ୟରୁ ଜଣେ ଗଜପତି ଜିଲ୍ଲା କାଶୀନଗର ଗ୍ରାମର ହୋଇଥିବା ଯୋଗୁଁ ଏହା ଜିଲ୍ଲାରେ ଚର୍ଚ୍ଚ।ର ବିଷୟ ପାଲଟିଛି । ଗଜପତି ଜିଲ୍ଲାର ଏକମାତ୍ର ବିଜ୍ଞାପିତ ଅଞ୍ଚଳ ପରିଷଦ କାଶୀନଗର ହୋଇଥିବାବେଳେ ଏହି ଅଞ୍ଚଳର ଅଧିକାଂଶ ଲୋକେ ଚାଷୀ ଓ ଶ୍ରମିକ କାମ କରି ଲାକେ ଜୀବନ ଅତିବାହିତ କରିଥାନ୍ତି । କାଶୀନଗର ଗ୍ରାମର ଜଣେ ଆବାସ ଯୋଜନା ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦୀଙ୍କ ଠାରୁ ଡାକରା ଆସିବା ନେଇ କାଶୀନଗରବାସୀ ବହୁ ଗର୍ବ ଅନୁଭବ କରୁଥିବା କହିଛନ୍ତି ।

ସେହି ବ୍ୟକ୍ତି ଜଣକ ହେଲେ କାଶୀନଗର 4ନଂ ବାର୍ଡରେ ବସବାସ କରୁଥିବା ପାଲାକି ସଞ୍ଜୀବ ରାଓ । ସେ ଜଣେ ଗରିବ ଚାଷୀ ଓ ରାଷେୟାଭାବେ କାର୍ଯ୍ୟ କରୁଥିବାବେଳେ ଅନ୍ୟପଟେ ରହିବା ପାଇଁ ଘର ଯୋଗୁଁ ଚିନ୍ତା ପଡିଯାଇଥିଲେ । ହେଲେ ତାଙ୍କ ସପ୍ନ ଥିଲା ଘର ବନେଇବା, ସେ ବହୁଦିନ ହେଲା ଅପେକ୍ଷା କରି ରହିଥିବା ସ୍ବପ୍ନ ସାକାର ହୋଇଥିବା ଜଣାଇଛନ୍ତି । ସେ ଜଣେ ଗରୀବ ଘରର ଲୋକ ହୋଇଥିବା ଯୋଗୁଁ ଘର ତିଆରି କରିବା ବହୁ କଷ୍ଟକର ହୋଇପଡିଥିଲା । ସେହି ସମୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଙ୍କ ଘର ପାଇଁ ଏକ ସୁଯାଗ ଆଣିଦେଇଥିଲା । ଏହି ଯାଜନାର ଦୁଇ ଲକ୍ଷ ଅର୍ଥ ରାଶି ସହାୟତାରେ ବର୍ତ୍ତମାନ ଏକ ସୁନ୍ଦର ଘର ପାଇଥିବା ସେ କହିଛନ୍ତି ।

ଏହି ଅର୍ଥ ରାଶିରେ ଏକ ସୁନ୍ଦର୍ ଘର ବନେଇବା ନେଇ ଅଞ୍ଚଳରେ ସେ ବହୁ ପ୍ରସଂଶା ମଧ୍ୟ ପାଇଛନ୍ତି । ବର୍ତ୍ତମାନ ସେ ଘର ପାଇଁ ପ୍ରଧାନମନ୍ତ୍ରୀଙ୍କ ଆବାସ ଯୋଜନାର ପୁରସ୍କାର ଆହ୍ବାନକୁ ନେଇ ସେ ବହୁତ୍ ଖୁସି ଥିବା କହିଛନ୍ତି । ତାଙ୍କ ଘର ନିର୍ମ।ଣ ପାଇଁ ଜିଲ୍ଲା ପ୍ରଶାସନ ଓ କାଶୀନଗର ଏନଏସି ପ୍ରଶାସନ ସହଯାଗ କରିଥିବା ବି ସେ ଜଣାଇଛନ୍ତି । ସରକାରଙ୍କୁ ବିଶେଷ ଧନ୍ୟବାଦ୍ ଜଣାଇଛନ୍ତି । ବିଜୁ ପକ୍କା ଘର ଯୋଜନା ହେଉ କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆଜିର ଦିନରେ ଗରୀବ ଓ ଅସହାୟ ଲାକଙ୍କ ମୁଣ୍ଡରେ ଏକ ଛାତ ରହିବା ପାଇଁ ସୁଯୋଗ ସୃଷ୍ଟି କରୁଥିବା ଯାଗୁଁ ଲୋକେ ବେଶ୍ ଉପକୃତ ହେଉଛନ୍ତି ।

କାଶୀନଗର ଏନ୍ଏସି ଅଧ୍ୟକ୍ଷା ଏମ୍ ସୁଧାରାଣୀ ଓ ନିର୍ବ।ହୀ ଅଧିକାରୀ ଜୁବିଲି ବେହେରା ଏ ନେଇ ହିତାଧିକାରୀ ସଞ୍ଜୀବଙ୍କୁ ବହୁ ପ୍ରଶଂସା କରିବା ସହ ଅନ୍ୟ ହିତାଧିକାରୀମାନଙ୍କ ପାଇଁ ସେ ଜଣେ ଆଦର୍ଶ ପାଲଟିଥିବା କହିଛନ୍ତି । ଏହି ପୁରସ୍କାର ପାଇବା ନେଇ ସମସ୍ତ ବ୍ୟବସ୍ଥା ଓ ଆୟୋଜନ ପ୍ରଶାସନ ପକ୍ଷରୁ କରାଯିବ ନେଇ ନିର୍ବ।ହୀ ଅଧିକାରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଗଜପତି

Last Updated : Oct 9, 2022, 8:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.