ETV Bharat / state

ସରକାରଙ୍କ ନିର୍ଦ୍ଦେଶକୁ ଫୁ, ବେସରକାରୀ ସ୍କୁଲ୍‌ରେ ଖରା ଛୁଟିରେ ବି ଚାଲିଛି ପାଠପଢ଼ା

author img

By

Published : Apr 20, 2023, 10:26 PM IST

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ରଜ୍ୟରେ ବନ୍ଦ ରହିଛି ସ୍କୁଲ । ହେଲେ ସରାକରଙ୍କ ନିର୍ଦ୍ଦେଶକୁ ମାନୁ ନାହାଁନ୍ତି ବେସରକାରୀ ସ୍କୁଲ୍‌ କର୍ତ୍ତୃପକ୍ଷ । ଖରା ଛୁଟି ସମୟରେ ବି ଜାରି ରହିଛି ପାଠପଢ଼ା । ଅଧିକ ପଢ଼ନ୍ତୁ

ଖରା ଛୁଟି ସମୟରେ ବି ଜାରି ରହିଛି ପାଠ ପଢ଼
ଖରା ଛୁଟି ସମୟରେ ବି ଜାରି ରହିଛି ପାଠ ପଢ଼
ଖରା ଛୁଟି ସମୟରେ ବି ଜାରି ରହିଛି ପାଠ ପଢ଼

ଗଜପତି: ସରକାରଙ୍କ ନିର୍ଦ୍ଦେଶକୁ ବେସରକାରୀ ସ୍କୁଲ କର୍ତ୍ତୃପକ୍ଷଙ୍କ ଫୁ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ସ୍କୁଲ୍‌ ଛୁଟି କରିଥିଲେ ମଧ୍ୟ ଚାଲିଛି କ୍ଲାସ୍‌ । ପ୍ରତିଦିନ ପରି ସ୍କୁଲ ବ୍ୟାଗ କାନ୍ଧରେ ଟାଙ୍ଗି ପାଠ ପଢିବାକୁ ଆସୁଛନ୍ତି ଛାତ୍ରଛାତ୍ରୀ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ପ୍ରିୟଦର୍ଶିନୀ କନଭେଣ୍ଟ ସ୍କୁଲରେ । ରାଜ୍ୟରେ ସମସ୍ତ ସ୍କୁଲ ବନ୍ଦ ଥିବା ବେଳେ ସରକାରଙ୍କ ନିର୍ଦ୍ଦଶକୁ ଅବମାନନା କିରି କର୍ତ୍ତୃପକ୍ଷ ଗୁରୁବାର ଦିନ ବି ପିଲାଙ୍କୁ ସ୍କୁଲ୍‌ ଡାକି କ୍ଲାସ କରୁଥିବା ଦେଖିବାକୁ ମିଳିଛି ।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଗତ 12ରୁ 16ତାରିଖ ଯାଏଁ ଛୁଟି ଘୋଷଣା କରିଥିଲେ । 19 ଓ 20ତାରିଖ ଦୁଇଦିନ ପୁଣି ଛୁଟି ଘୋଷଣା କରିବା ପରେ ଜୁନ୍ 18ତାରିଖ ଯାଏଁ ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି ସରକାର । ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବାରୁ ପିଲା ଅଂଶୁଘାତର ଶିକାର ହେବା ସମ୍ଭାବନା ରହିଛି । ତେଣୁ ଏହାକୁ ଦୃଷ୍ଟି ରଖି ସରକାର ବାରମ୍ବାର ସ୍କୁଲ୍‌ ଛୁଟି ଘୋଷଣା କରୁଥିବା ବେଳେ ଏହାକୁ କିନ୍ତୁ ଖାତିର କରୁନାହାନ୍ତି ଘରୋଇ ସ୍କୁଲ କର୍ତ୍ତୃପକ୍ଷ ।

ଏନେଇ ସ୍କୁଲର ପିଲାମାନେ କହିଛନ୍ତି, "ଆମେ ପ୍ରତିଦିନ ସ୍କୁଲକୁ ଆସୁଛୁ ଏବଂ କ୍ଲାସ କରି ଫେରୁଛୁ ।" ସରକାର ଘୋଷଣା କରିଥିବା ଛୁଟି ଦିନରେ ବି ପିଲାମାନେ ସ୍କୁଲକୁ ଆସିଥିବା ବେଳେ ଆଜି ବି ସ୍କୁଲକୁ ଆସିଥିବା ସେମାନେ କହିଛନ୍ତି । ଏନେଇ କିନ୍ତୁ ସ୍କୁଲର ଅଧ୍ୟକ୍ଷ ଏମ.ରମେଶ କହିଛନ୍ତି , "ଗତକାଲି ରାତିରେ ଛୁଟି ଘୋଷଣା ହୋଇଛି । ତେଣୁ ଅନେକ ପିଲା କିମ୍ବା ଅଭାବାବକମାନେ ଜାଣି ପାରିନାହାନ୍ତି, ସ୍କୁଲକୁ ଆସି ଯାଇଛନ୍ତି । ତେଣୁ ସେମାନଙ୍କୁ ନଫେରାଇ ରଖାଯାଇଛି । ସମୟ ହେଲେ ଅଟୋ ଆସିଲେ ସେମାନଙ୍କୁ ପଠାଯିବ ।"

ଘରୋଇ ସ୍କୁଲର ଏଭଳି ମନମାନୀ କାର୍ଯ୍ୟର ଖବର ପାଇବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସଂପୃକ୍ତ ସ୍କୁଲକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ସ୍କୁଲର ଛାତ୍ରଛାତ୍ରୀ ଏବଂ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ସ୍କୁଲରେ ସରକାରୀ ନିର୍ଦ୍ଦଶେକୁ ଖୋଲା ଉଲ୍ଲଂଘନ କରାଯାଉଥିବା ଅଧିକାରୀ ସୂଚନା ଦେଇଛନ୍ତି । ଏକ ସମ୍ପର୍କରେ ଏକ ରିପୋର୍ଟ ପ୍ରଦାନ କରାଯିବ ଏବଂ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦଶେ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅଧିକାରୀ କହିଛନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.