ETV Bharat / state

ଦଳ ବିରୋଧୀ କାର୍ଯ୍ୟ ପଡିଲା ମହଙ୍ଗା: ବିଜେଡିରୁ ନିଳମ୍ବିତ ହେଲେ ପାରଳାଖେମୁଣ୍ଡି ନଗର ସଭାପତି - ଦଳରୁ ନିଳମ୍ବିତ ହେଲେ ପାରଳାଖେମୁଣ୍ଡି ନଗର ବିଜେଡି ସଭାପତି

ଗତ ପୌର ନିର୍ବାଚନରେ କେ.ଆପ୍ପାରାଓ କାଶୀନଗର ଏନଏସିରେ ଏବଂ ସୂର୍ଯ୍ୟନାରାୟଣ ରାଜଗୁରୁ ପାରଳାଖେମୁଣ୍ଡି ପୌରପରିଷଦର ୩ ନମ୍ବର ୱାର୍ଡରୁ ପ୍ରାର୍ଥୀ ହେବାକୁ ଆଶାବାଦୀ ଥିଲେ । ହେଲେ ଦଳ ସେମାନଙ୍କୁ ଟିକଟ ଦେଇନଥିଲା । ପାରଳାଖେମୁଣ୍ଡିର ୩ନମ୍ବର ୱାର୍ଡରେ କଂଗ୍ରେସରୁ ଆସି ବିଜେଡିରେ ସାମିଲ ହୋଇଥିବା ବିଜୟ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଥିଲା । ଯାହାକୁ ନେଇ ସୂର୍ଯ୍ୟନାରାୟଣ ଅସନ୍ତୋଷ ପ୍ରକାଶ କରିଥିଲେ । ଅଧିକ ପଢନ୍ତୁ

ଦଳ ବିରୋଧୀ କାର୍ଯ୍ୟ ପଡିଲା ମହଙ୍ଗା: ଦଳରୁ ନିଳମ୍ବିତ ହେଲେ  ପାରଳାଖେମୁଣ୍ଡି ନଗର ବିଜେଡି ସଭାପତି

author img

By

Published : Apr 26, 2022, 8:30 PM IST

ଗଜପତି: ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜୁ ଜନତା ଦଳରୁ ନିଲମ୍ବିତ ହୋଇଛନ୍ତି ପାରଳାଖେମୁଣ୍ଡି ନଗର ବିଜେଡି ସଭାପତି ସୂର୍ଯ୍ୟନାରାୟଣ ରାଜଗୁରୁ ଏବଂ ଗଜପତି ଜିଲ୍ଲା ବିଜେଡି ଉପ-ସଭାପତି କେ.ଆପ୍ପାରାଓ । ଦଳର ସାଧାରଣ ସଂପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜଙ୍କ ଦସ୍ତଖତ ସମ୍ବଳିତ ଏକ ନିର୍ଦ୍ଦେଶନାମାରେ ଦଳର ସଭାପତିଙ୍କ ନିର୍ଦ୍ଦେଶଶକ୍ରମେ ଏହି ଦୁଇ ନେତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି ।

ଦଳ ବିରୋଧୀ କାର୍ଯ୍ୟ ପଡିଲା ମହଙ୍ଗା: ଦଳରୁ ନିଳମ୍ବିତ ହେଲେ ପାରଳାଖେମୁଣ୍ଡି ନଗର ବିଜେଡି ସଭାପତି

ଗତ ପୌର ନିର୍ବାଚନରେ କେ.ଆପ୍ପାରାଓ କାଶୀନଗର ଏନଏସିରେ ଏବଂ ସୂର୍ଯ୍ୟନାରାୟଣ ରାଜଗୁରୁ ପାରଳାଖେମୁଣ୍ଡି ପୌରପରିଷଦର ୩ ନମ୍ବର ୱାର୍ଡରୁ ପ୍ରାର୍ଥୀ ହେବାକୁ ଆଶାବାଦୀ ଥିଲେ । ହେଲେ ଦଳ ସେମାନଙ୍କୁ ଟିକଟ ଦେଇନଥିଲା । ପାରଳାଖେମୁଣ୍ଡିର ୩ନମ୍ବର ୱାର୍ଡରେ କଂଗ୍ରେସରୁ ଆସି ବିଜେଡିରେ ସାମିଲ ହୋଇଥିବା ବିଜୟ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଥିଲା । ଯାହାକୁ ନେଇ ସୂର୍ଯ୍ୟନାରାୟଣ ଅସନ୍ତୋଷ ପ୍ରକାଶ କରିଥିଲେ । ଦଳୀୟ ପରାଜିତ ହେବା ପରେ ସୂର୍ଯ୍ୟନାରାୟଣଙ୍କ ଦଳ ବିରୋଧୀ କାମ ବୋଲି ଅନେକ ଅଭିଯୋଗ କରିଥିଲେ ।

ସେହିପରି କେ.ଆପ୍ପାରାଓ ନିଜ ପତ୍ନୀଙ୍କୁ କାଶୀନଗର ଏନଏସିର ଅଧ୍ୟକ୍ଷା ପ୍ରାର୍ଥୀ କରିବାକୁ ଚାହିଁଥିଲେ । ହେଲେ ଦଳ ପୂର୍ବତନ ଅଧ୍ୟକ୍ଷା ଏମ.ସୁଧାରାଣୀଙ୍କୁ ପ୍ରାର୍ଥୀ କରିଥିଲା । ତେବେ ଦଳର ଏଭଳି ନିଷ୍ପତ୍ତି ଅସନ୍ତୋଷ ପ୍ରକାଶ କରି ଆପ୍ପାରାଓ ଦଳ ବିରୋଧୀ କାର୍ଯ୍ୟ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ହେଲେ ଦଳ ବିରୋଧୀ କାର୍ଯ୍ୟ ପାଇଁ ଏହି ଦୁଇଜଣଙ୍କୁ ବିଜେରୁ ନିଲମ୍ବିତ କରାଯାଇଛି । ଦଳରୁ ନିଲମ୍ବନ ହେବା ପରେ ନିଜ ପ୍ରତିକ୍ରିୟା ରଖଛନ୍ତି ସୂର୍ଯ୍ୟନାରାୟଣ ରାଜଗୁରୁ ।

ସେ କହିଛନ୍ତି ଯେ, ଗତ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ଦଳ ଅଭୂତପୂର୍ବ ସଫଳତା ହାସଲ କରିଥିଲା । ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟକୁ ଆଦାର କର ଦଳ ଏହି ସଫଳତା ପାଇଥିବା ବେଳେ ଜଣେ ଅପରାଧିକ ପୃଷ୍ଠଭୂମି ଥିବା ଜଣେ ବ୍ୟବସାୟୀଙ୍କୁ ଏହି ଶ୍ରେୟ ଦିଆଯାଉଛି । ଏପରକି ନିଜର ସ୍ବାର୍ଥ ସାଧନ ପାଇଁ ବିଜେଡିର ତଥାକଥିତ ମଙ୍ଗୁଆଳ ସାଜିଥିବା ସଂପୃକ୍ତ ବ୍ୟକ୍ତିଙ୍କୁ ନେଇ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମ ତାଙ୍କ ଚାଟୁକାରିତା କରୁଛି । ବିଜେଡି କିମ୍ବା ସୁପ୍ରିମୋଙ୍କୁ ନିଚା ଦେଖାଇବା ପାଇଁ କେହି ଯଦି ଏଭଳି ଅପପ୍ରୟାସ କରି ତାହାହେଲେ ମୁଁ ଏହା କରାଇଦେବି ନାହିଁ । ଏଥିପାଇଁ ମୋତେ ହଜାରେ ଥର ଦଣ୍ଡବିଧାନ କଲେ ମଧ୍ୟ ସହିବାକୁ ପ୍ରସ୍ତୁତ । କାରଣ ମୁଁ ମୋ ସ୍ବାର୍ଥ ପାଇଁ ରାଜନୀତିକୁ ଆସିନାହିଁ । ଛାତ୍ର ଜୀବନରୁ ବିଜୁ ବାବୁଙ୍କ ଆଦର୍ଶରେ ଆନୁପ୍ରାଣିତ ହୋଇ ରାଜନୀତି କରିଛି ଏବଂ ଶେଷ ଜୀବନ ଥିବା ଯାଏଁ ତାଙ୍କ ନାମରେ ଗଠିତ ଦଳ ଏବଂ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କ ପାଇଁ କାମ କରୁଥିବି ବୋଲି ସେ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.