ETV Bharat / state

ଦିବ୍ୟାଙ୍ଗଙ୍କୁ ପଚାରେ କିଏ ! ଝାଟିମାଟି ଘରେ ଦିନ କାଟୁଛନ୍ତି ସୁରେଶ

ବାସହୀନଙ୍କୁ ପକ୍କା ଘର ଯୋଗାଇଦେବା ପାଇଁ ସରକାର ଆବାସ ଯୋଜନା କରିଛନ୍ତି । ହେଲେ ଏହା କେତେ ସଫଳ ହୋଇଛି ତାହାର ଅନେକ ଉଦାହରଣ ରହିଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌରାଞ୍ଚଳର 1ନମ୍ବର ୱାର୍ଡବାସିନ୍ଦା ସୁରେଶ ମିଶାଲଙ୍କ ସହ ବନ୍ଧୁ ବାନ୍ଧିଛି ଦୁଃଖ । ଦିବ୍ୟାଙ୍ଗ ଏବଂ ଆର୍ଥିକ ଅନାଟନ ଭିତରେ ସେ ନିଜ ଭାଗ୍ୟକୁ ଆଦରି ରହିଛନ୍ତି। ଭାଗ୍ୟର ବିଡ଼ମ୍ବନା ତାଙ୍କ ପାଇଁ ଆଣି ଦେଇଛି ଅଜସ୍ର ଦୁଃଖ। ଅଧିକ ପଢ଼ନ୍ତୁ

author img

By

Published : Feb 2, 2022, 4:41 PM IST

suresh request for awas yojna in gajapati
ସରକାରୀ ଯୋଜନା ଅପେକ୍ଷାରେ ସିରେଶ

ଗଜପତି: ବାସହୀନଙ୍କୁ ପକ୍କା ଘର ଯୋଗାଇଦେବା ପାଇଁ ସରକାର ଆବାସ ଯୋଜନା କରିଛନ୍ତି । ହେଲେ ଏହା କେତେ ସଫଳ ହୋଇଛି ତାହାର ଅନେକ ଉଦାହରଣ ରହିଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌରାଞ୍ଚଳର 1ନମ୍ବର ୱାର୍ଡବାସିନ୍ଦା ସୁରେଶ ମିଶାଲଙ୍କ ସହ ବନ୍ଧୁ ବାନ୍ଧିଛି ଦୁଃଖ । ଦିବ୍ୟାଙ୍ଗ ଏବଂ ଆର୍ଥିକ ଅନାଟନ ଭିତରେ ସେ ନିଜ ଭାଗ୍ୟକୁ ଆଦରି ରହିଛନ୍ତି। ଭାଗ୍ୟର ବିଡ଼ମ୍ବନା ତାଙ୍କ ପାଇଁ ଆଣି ଦେଇଛି ଅଜସ୍ର ଦୁଃଖ।

ଝାଟିମାଟି ଘରେ ଦିନ କାଟୁଛନ୍ତି ସୁରେଶ

ଦିନେ ଅସହାୟ ଓ ଗରୀବଙ୍କୁ ବାସ ଦେବା ପାଇଁ ଦିନରାତି ଲଢ଼ୁଥିଲେ ସୁରେଶ। ହେଲେ ହେଲେ ଆଜି ନିଜ ପାଇଁ ଘର ଖଣ୍ଡିଏ କରିବାକୁ ସକ୍ଷମ ହୋଇ ପାରୁ ନାହାଁନ୍ତି। ମୁଣ୍ଡ ଗୁଞ୍ଜିବା ପାଇଁ ତାଙ୍କ ପାଖରେ ପକ୍କା ଘରଟିଏ ନାହିଁ। ଯାହା ଫଳରେ ଝାଟିମାଟି କୁଡ଼ିଆ ଘରେ ଏବଂ ଅଭାବ ଅନଟନ ମଧ୍ୟରେ ତାଙ୍କ ଜୀବନ ବିତୁଛି। ସୁବାଷ ନଗରରେ ରହୁଥିବା ସୁରେଶ ମିଶାଲ ଗରିବଙ୍କ ସେବା ଉଦ୍ଦେଶ୍ୟରେ ରାଜନୀତିରେ ପାଦ ଦେଇଥିଲେ । ଏହାପରେ ଗରୀବଙ୍କ ଉନ୍ନତି ସହ ଅଞ୍ଚଳର ଉନ୍ନତି ପାଇଁ ଦିନରାତି କାମ ମଧ୍ୟ କରୁଥିଲେ । ହେଲେ ଏକ ଦୁର୍ଘଟଣାରେ ତାଙ୍କର ଗୋଡ଼ ଦୁଇଟି ଅଚଳ ହୋଇପଡ଼ିଥିଲା । ଯାହା ଫଳରେ ସେ ଏକ ପ୍ରକାର ଦିବ୍ୟାଙ୍ଗ ପାଲଟି ଯାଇଛନ୍ତି। ବର୍ତ୍ତମାନ ରାଜନୀତି ଓ ସାଧାରଣ ଲୋକଙ୍କ ପାଇଁ ଅଲୋଡ଼ା ହୋଇପଡ଼ିଛନ୍ତି । ତିନି ବର୍ଷ ହେଲାଣି ଆବାସ ଯୋଜନାରେ ଘର ଖଣ୍ଡେ ଯୋଗାଇଦେବାକୁ ସେ ବାରମ୍ବାର ଦାବି କରୁଥିଲେ ମଧ୍ୟ ଘର ଖଣ୍ଡିଏ ମିଳି ପାରୁନାହିଁ । ସେପଟେ ଘର ଖଣ୍ଡିଏ ପାଇଁ ପ୍ରଶାସନ ପକ୍ଷରୁ ପ୍ରତିଶୃତି ମଳିଥିଲେ ମଧ୍ୟ ଅଧା ବାଟରେ ରହିଯାଇଛି ସରକାରୀ ଯୋଜନା।

ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ବିଜୁ ପକ୍କା ଘର ଯୋଜନା କାର୍ଯ୍ୟକାରୀ ହେଉଥିଲେ ସୁରେଶଙ୍କ କ୍ଷେତ୍ରରେ ଏହା ଦେଖା ଯାଇ ପାରିନାହିଁ। ପ୍ରଶାସନ ଦ୍ବାରକୁ ବାରମ୍ବାର ଦୌଡିଲେ ମଧ୍ୟ ଘର ସହାୟତା ନପାଇବା ତାଙ୍କୁ ନିରାଶ କରିଛି। ଏହା ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ରାଜେଶଙ୍କ ଏଭଳି ଅଭିଯୋଗ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ପୌରପରିଷଦର ନିର୍ବାହୀ ଅଧିକାରୀ। ଏଥିସହ ଖୁବଶୀଘ୍ର ତାଙ୍କୁ ଘର ଯୋଗାଇଦେବାକୁ ପ୍ରତିଶୃତି ମଧ୍ୟ ଦେଇଛନ୍ତି।

ସରକାର ଅସହାୟ ଲୋକଙ୍କ ପାଇଁ ଅନେକ ଯୋଜନାମାନ ତିଆରି କରିଛନ୍ତି। ମାତ୍ର ତାହା କେତେ ମାତ୍ରାରେ ସଫଳ ହେଉଛି ଏହା ଏକ ଜ୍ବଳନ୍ତ ଉଦାହରଣ। ପ୍ରଶାସନ ପକ୍ଷରୁ ତାଙ୍କୁ ଘର ଖଣ୍ଡିଏ ଯୋଗାଇଦେଲେ ସୁରେଶଙ୍କ ଦୁଃଖ ଦୂର ହୋଇପାରନ୍ତା ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.