ETV Bharat / state

ତିବ୍ଦତୀୟ ଶରଣାର୍ଥୀଙ୍କୁ ସରକାରଙ୍କ କୃପା ଦୃଷ୍ଟି, ଯୋଗାଇଲେ ଭତ୍ତା ଓ ରାସନ କାର୍ଡ

author img

By

Published : Mar 27, 2023, 8:09 PM IST

ଶରଣାର୍ଥୀ ଭାବେ ରହୁଥିବା ତିବ୍ଦତୀୟଙ୍କ ପାଇଁ ଭତ୍ତା ଓ ରାସନ୍ ଯୋଗାଇଦେଲେ ସରକାର। 3ଶହ ଗରୀବ, ବୃଦ୍ଧ ଓ ବୃଦ୍ଧାମାନେ ହେଲେ ଉପକୃତ । ଅଧିକ ପଢ଼ନ୍ତୁ

ତିବ୍ଦତୀୟ ଶରଣାର୍ଥୀଙ୍କୁ ଭତ୍ତା ରାସନ କାର୍ଡ ଯୋଗାଇଦେଲେ ସରକାର

ଗଜପତି: ଶରଣାର୍ଥୀଙ୍କୁ ମିଳିଲା ସାହାରା । ତିବ୍ଦତୀୟ ଶରଣାର୍ଥୀଙ୍କୁ ଭତ୍ତା ରାସନ କାର୍ଡ ଯୋଗାଇଦେଲେ ସରକାର । 60ରୁ ଅଧିକ ବର୍ଷ ଧରି ଶରଣାର୍ଥୀ ଭାବେ ରହୁଥିବା ତିବ୍ଦତୀୟଙ୍କ ପାଇଁ ସରକାର ଭତ୍ତା ଓ ରାସନ୍ ଯୋଗାଇ ଦେଇଛନ୍ତି । ଫଳରେ ଗଜପତି ଜିଲ୍ଲା ଚନ୍ଦ୍ରଗିରି ଏବଂ ମହେନ୍ଦ୍ରଗଡ ଅଞ୍ଚଳରେ ଥିବା 4 ହଜାରରୁ ଅଧିକ ତିବ୍ଦତୀୟ ଶରଣାର୍ଥୀଙ୍କ ମଧ୍ୟରୁ 3ଶହ ଗରୀବ, ବୃଦ୍ଧ ଓ ବୃଦ୍ଧାମାନେ ଏହାଦ୍ବାରା ଉପକୃତ ହେଉଛନ୍ତି । ତେଣୁ ସେମାନେ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ଧନ୍ୟବାଦ ଦେବା ସହ ସରକାରଙ୍କ ସହଯୋଗ ପାଇଁ ସେମାନେ ଶରଣାର୍ଥୀ ନୁହେଁ, ମୂଳ ବାସିନ୍ଦା ଭଳି ଅନୁଭବ କରୁଥିବା କହିଛନ୍ତି ।

ତେବେ ଚୀନ୍ ତିବ୍ଦତ ଉପରେ ଆକ୍ରମଣ କରିବା ପରେ ତିବ୍ଦତୀୟମାନେ ଭାରତର ସହାୟତା ମାଗିଥିଲେ । ଏହି ସମୟରେ ଭାରତର ସେମାନଙ୍କୁ ଆପଣାଇ ନେବା ସହ ଦେଶର ବିଭିନ୍ନ ସ୍ଥାନରେ ସେମାନଙ୍କୁ ଥଇଥାନ କରାଯାଇଥିଲା । ସେଥିମଧ୍ୟରୁ ଗଜପତି ଜିଲ୍ଲାର ଚନ୍ଦ୍ରଗିରି ଏବଂ ମହେନ୍ଦ୍ରଗଡ ଅଞ୍ଚଳରେ ସେମାନଙ୍କ ପାଇଁ 5ଟି କ୍ୟାମ୍ପ ନିର୍ମ।ଣ କରାଯାଇ ରଖାଯାଇଛି । ଗତ 60 ବର୍ଷ ହେବ ସେମାନେ ଶରଣାର୍ଥୀ ଭାବେ ରହି ଆସୁଥିଲେ । ଏଠାକାର ଲୋକଙ୍କ ସହ ତାଙ୍କର ଉତ୍ତମ ସଂପର୍କ ମଧ୍ୟ ଗଢି ଉଠିଛି ।

ତେବେ ସେମାନଙ୍କ ମଧ୍ୟରୁ ଏବେବି ଅନେକ ଆର୍ଥିକ ଅନଗ୍ରସର ରହିଥିବା ବେଳେ ଏଭଳି କିଛି ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ରାଜ୍ୟ ସରକାର ସ୍ଥିର କରିଥିଲେ । ସରକାରଙ୍କ ଭତ୍ତା ନିୟମ ଅନୁସାରେ 303 ଜଣ ବୃଦ୍ଧବୃଦ୍ଧା ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇଥିବା ବେଳେ 237 ଜଣ ଗରୀବ ଶ୍ରେଣୀର ତିବ୍ଦତୀୟ ପରିବାରକୁ ରାସନ୍ କାର୍ଡ ପ୍ରଦାନ କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି ।

ଗତ ଡିସେମ୍ବର ମାସରୁ ଏହି ଯୋଜନାରେ ସେମାନଙ୍କୁ ସାମିଲ କରାଯାଇଥିବା ସେ କହିଛନ୍ତି । ରାଜ୍ୟ ସରକାର ତାଙ୍କୁ ଯୋଜନାରେ ସାମିଲ କରି ସହାୟତାର ହାତ ବଢାଇବା ଘଟଣା ପୁରା ତିବ୍ଦତୀୟମାନଙ୍କୁ ଖୁସି କରିଛି । ତେଣୁ ଆମେ ସରକାରଙ୍କ ନିକଟରେ ଋଣି ବୋଲି ତିବ୍ବତୀୟ ଶରଣାର୍ଥୀମାନେ କହିଛନ୍ତି । ରାଜ୍ୟର ଜଣେବି ଲୋକ ଭୋକରେ ନରହୁ କିମ୍ବା ଜଣଙ୍କର ବି ଅନାହାରରେ ମୃତ୍ୟୁ ନହେଉ । ଏଭଳି କିଛି ଭାବନା ନେଇ ସରକାର ରାସନ ପ୍ରଦାନ କରୁଛନ୍ତି । ତୀବ୍ବତୀୟମାନେ ଶରଣାର୍ଥୀ ହେଲେ ମଧ୍ୟ ସେମାନେ ଓଡିଶାରେ ରହୁଥିବାରୁ ସେମାନେ ଭୋକିଲା ରହିବା ଅନୁଚିତ । ତେଣୁ ସରକାରଙ୍କ ଏଭିଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ବାଗତ କରିଛନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.