ଗଜପତି: ପରିବେଶ ସୁରକ୍ଷା ହେଲେ ହିଁ ହେଉଥିବା ଜଳବାୟୁ ପରିବର୍ତ୍ତନକୁ ରୋକା ଯାଇପାରିବ। ସାରା ପୃଥିବୀ ସୁରକ୍ଷିତ ରହିପାରିବ । ତେଣୁ ଏଦିଗରେ ସମସ୍ତେ ସଚେତନ ହୋଇ ଆଗେଇ ଆସିବା ଉଚିତ । ପାରଳାଖେମୁଣ୍ଡିରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସରେ ଅତିଥି ଭାବେ ଯୋଗଦେଇ ଏପରି କହିଛନ୍ତି ଜଳବାୟୁ ପରିବେଶକର୍ମୀ ଭାବେ ଦେଶ ବିଦେଶରେ ଜଣାଶୁଣା 8ବର୍ଷର କୁନି ଝିଅ ଲିସି ପ୍ରିୟା କଙ୍ଗୁଜମ ।
ପାରଳା ସ୍ବାଭିମାନ ମଞ୍ଚ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏଭଳି ଆହ୍ବାନ ଜଣାଇବା ସହ ସରକାରଙ୍କ ଉପରେ ଭରସା କରି ରହିଲେ କିଛି ହେବ ନାହିଁ, ନିଜର ସୁରକ୍ଷା ପାଇଁ ନିଜେ ହିଁ ଆଗେଇ ଆସିବା ଆବଶ୍ୟକ ବୋଲି କହିଛନ୍ତି। ଏହା ନହେଲେ ଆଉ କିଛି ବର୍ଷ ମଧ୍ୟରେ ପୃଥିବୀ ସମ୍ପୂର୍ଣ୍ଣ ଧ୍ବସଂ ହୋଇଯିବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ