ETV Bharat / state

ଜିଲ୍ଲାପାଳଙ୍କ ପ୍ରୟାସ, ବଜାର ବୁଲିଲେ ମନ ପସନ୍ଦର ଡ୍ରେସ୍ କିଣିଲେ ଅନାଥଶ୍ରମ ପିଲାଏ

author img

By

Published : May 16, 2022, 3:34 PM IST

ବାପାମାଆଙ୍କ ସହ ବଜାର ବୁଲିବା ମନ ପସନ୍ଦର ଖାଦ୍ୟ ଖାଇବା ଓ ପସନ୍ଦର ପୋଷାକ କିଣି ପିନ୍ଧିବା ସବୁ ପିଲାଙ୍କ ସ୍ବପ୍ନ ଥାଏ । ହେଲେ ସମୟର ଲେଖା କିଛି ଅଲଗା ଥାଏ । ସମସ୍ତଙ୍କର ଏ ସ୍ବପ୍ନ ପୂରଣ ହୁଏ ନାହିଁ । ମୁଣ୍ଡରୁ ବାପାମାଆଙ୍କ ହାତ ଉଠି ଯାଇଥିବା ପିଲା ଅସହାୟ ହୋଇଯାଆନ୍ତି ଅନାଥଶ୍ରମ ସେମାନଙ୍କ ପାଇଁ ପାଲଟି ଯାଏ ଦୁନିଆ । ସେହି ଛୋଟ ଦୁନିଆରେ ଆଖିରେ ଥିବା କିଛି ସ୍ବପ୍ନକୁ ସେମାନଙ୍କୁ ମାରିବାକୁ ପଡେ । ହେଲେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଥିବା ଏକ ଶିଶୁ ଯତ୍ନ କେନ୍ଦ୍ରରେ ଦେଖିବାକୁ ମିଳିଛି କିଛି ଅଲଗା ଚିତ୍ର । ଅଧିକ ପଢନ୍ତୁ

ବଜାର ବୁଲିଲେ ମନ ପସନ୍ଦର ପୋଷାକ କିଣିଲେ ଅନାଥଶ୍ରମ ପିଲାଏ

ଗଜପତି: ବାପାମାଆଙ୍କ ସହ ବଜାର ବୁଲିବା ମନ ପସନ୍ଦର ଖାଦ୍ୟ ଖାଇବା ଓ ପସନ୍ଦର ପୋଷାକ କିଣି ପିନ୍ଧିବା ସବୁ ପିଲାଙ୍କ ସ୍ବପ୍ନ ଥାଏ । ହେଲେ ସମୟର ଲେଖା କିଛି ଅଲଗା ଥାଏ । ସମସ୍ତଙ୍କର ଏ ସ୍ବପ୍ନ ପୂରଣ ହୁଏ ନାହିଁ । ମୁଣ୍ଡରୁ ବାପାମାଆଙ୍କ ହାତ ଉଠି ଯାଇଥିବା ପିଲା ଅସହାୟ ହୋଇଯାଆନ୍ତି ଅନାଥଶ୍ରମ ସେମାନଙ୍କ ପାଇଁ ପାଲଟି ଯାଏ ଦୁନିଆ । ସେହି ଛୋଟ ଦୁନିଆରେ ଆଖିରେ ଥିବା କିଛି ସ୍ବପ୍ନକୁ ସେମାନଙ୍କୁ ମାରିବାକୁ ପଡେ । ହେଲେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଥିବା ଏକ ଶିଶୁ ଯତ୍ନ କେନ୍ଦ୍ରରେ ଦେଖିବାକୁ ମିଳିଛି କିଛି ଅଲଗା ଚିତ୍ର । କେନ୍ଦ୍ରର ପିଲାମାନେ ବଜାର ବୁଲିଛନ୍ତି ଆଉ ମନ ପସନ୍ଦର ଡ୍ରେସ କିଣିଛନ୍ତି । ଜିଲ୍ଲା ପ୍ରଶାସନର ଉଦ୍ୟମର ପିଲାଙ୍କ ମୁହଁରେ ହସ ଫୁଟିଛି ।

ବଜାର ବୁଲିଲେ ମନ ପସନ୍ଦର ଡ୍ରେସ୍ କିଣିଲେ ଅନାଥଶ୍ରମ ପିଲାଏ

କଥାରେ ଅଛି ବାପାମାଆ ନାହାନ୍ତି ଯାହାର କେହି ନାହିଁ ତାର । ସେମାନଙ୍କ ଇଚ୍ଛା ବୁଝିବାକୁ କେହି ନଥାନ୍ତି । ହେଲେ ଗଜପତି ଜିଲ୍ଲାରେ ପାରଳାଖେମୁଣ୍ଡିର ଏକ ଅନାଥାଶ୍ରମରେ ରହୁଥିବା ପିଲାମାନଙ୍କ କ୍ଷେତ୍ରରେ ଘଟିଛି କିଛି ଅଲଗା । ପାରଳାଖେମୁଣ୍ଡିରେ ବାଳିକା ଶିଶୁ ଯତ୍ନ କେନ୍ଦ୍ର ରହିଛି। ପ୍ରାଉଡ୍ ସ୍ବେଚ୍ଛାସେବୀ ସଂସ୍ଥା ଦ୍ବାରା ପରିଚାଳିତ ଏହି କେନ୍ଦ୍ରରେ ୪୦ରୁ ଅଧିକ ବାଳିକା ରହୁଛନ୍ତି। ସେମାନଙ୍କର ଏତେ ବଡ ଦୁନିଆରେ କେହି ନାହାନ୍ତି । ତେଣୁ ଏହି ପିଲାମାନଙ୍କ ସମସ୍ତ ଦେଖାଶୁଣା ପ୍ରଶାସନ କରୁଛି । ହେଲେ ଆଜି ଯାଏଁ ପିଲାମାନଙ୍କ ପାଇଁ ପ୍ରଶାସନ କିମ୍ବା କୌଣସି ସହୃଦୟ ବ୍ୟକ୍ତି ଦାନ କରୁଥିଲେ ସେମାନେ ତାହାକୁ ବ୍ୟବହାର କରୁଥିଲେ । ହେଲେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏହି ପରମ୍ପରା ଭାଙ୍ଗିବାକୁ ପ୍ରୟାସ କରିଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ସମସ୍ତ ଅନ୍ତେବାସୀଙ୍କୁ ବଜାରକୁ ନିଆଯାଇଥିଲା ଏବଂ ସେମାନେ ନିଜର ମନପସନ୍ଦର ପୋଷାକ କିଣିବାକୁ କୁହାଯାଇଥିଲା। ଏହା ଶୁଣିବା ପରେ ପିଲାମାନେ ଖୁବ ଖୁସିରେ ଏକ ସପିଂ ମଲ୍‌ରେ ବିଭିନ୍ନ ପ୍ରକାର ପୋଷାକ ଦେଖିବା ସହ ନିଜ ମନ ପସନ୍ଦର ପୋଷାକ ବାଛିଥିଲେ। ଯାହା ପିଲାଙ୍କ ମନରେ ଭରି ଦେଇଛି ଅସିମ ଖୁସି ।

ପ୍ରଥମ ଥର ପାଇଁ ସେମାନେ ଏଭଳି ବଜାର ବୁଲି ନିଜ ପାଇଁ କିଛି କିଣିବାର ସ୍ବାଧୀନତା ପାଇଥିବାରୁ ସେମାନେ ଖୁବ୍ ଖୁସି ପ୍ରକାଶ କରିଛନ୍ତି। ଦୋକାନରେ ସେମାନେ ଯେତେ ସମୟ ରହିବାକୁ ଚାହିଁଥିଲେ ଏବଂ ଯାହା ଦେଖିବାକୁ ଚାହିଁଥିଲେ ଦୋକାନୀ ସବୁ ଦେଖାଇଥିଲେ । ସେମାନେ ନିଜ ମନପସନ୍ଦର ପୋଷାକ କିଣିଥିବାରୁ ଖୁବ୍ ଖୁସି ହୋଇଥିଲେ । ସାଧାରଣତଃ ଆଶ୍ରମ କିମ୍ବା ହଷ୍ଟେଲରେ ରହୁଥିବା ଅନ୍ତେବାସୀଙ୍କ ପାଇଁ ୟୁନିଫର୍ମ ପିନ୍ଧିବାର ବ୍ୟବସ୍ଥା କରାଯାଇଥାଏ । ଫଳରେ ଅନ୍ତେବାସୀମାନେ ମନର ଇଚ୍ଛାକୁ ମନରେ ମାରି ରହିବାକୁ ବାଧ୍ୟ ହୋଇଥାନ୍ତି। ସମସ୍ତଙ୍କର ମନରେ କିଛି ଆଶା ଥାଏ । ଇଚ୍ଛା ଅନୁସାରେ ଜଣେ ବ୍ୟକ୍ତିର କିଛି ପସନ୍ଦ କିମ୍ବା ଅପସନ୍ଦ ରହିଥାଏ। ତେଣୁ ଏହାକୁ ଦୃଷ୍ଟିରେ ରଖି ୟୁନିଫର୍ମ ପରମ୍ପରାକୁ ଭାଙ୍ଗିବା ପାଇଁ ଏଭଳି କାର୍ଯ୍ୟକ୍ରମ କରାଯାଇଥିବା କହିଛନ୍ତି ଓଡିଶା ରାଜ୍ୟ ଶିଶୁ ସୁରକ୍ଷା କମିଟିର ପୋଗ୍ରାମ ମ୍ୟାନେଜର ପ୍ରୀତିକାନ୍ତ ପଣ୍ଡା ।

ବେସାହାର ପିଲାମାନଙ୍କ ସହ ସପିଂ ମଲରେ କିଛି ସମୟ କାଟିଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ ପ୍ରଶାସନର ଏଭଳି କାର୍ଯ୍ୟକ୍ରମକୁ ସ୍ବାଗତ କରିବା ସହ ଏହା ନିଶ୍ଚିତ ଭାବେ ପିଲାଙ୍କୁ ଖୁସି କରିଥିବା କହିଛନ୍ତି । ଖାଲି ପ୍ରଶାସନ କାହିଁକି କାର୍ଯ୍ୟକ୍ରମ ପାଇଁ କୌଣସି ସହୃଦୟ ବ୍ୟକ୍ତି ଆଗେଇ ଆସିଲେ ପ୍ରଶାସନ ତାକୁ ମଧ୍ୟ ସୁଯୋଗ ଦେବ ବୋଲି ସେ କହିଛନ୍ତି। ଅସହାୟଙ୍କ ମୁହଁରେ ହସ ଫୁଟାଇବାର ସୁଯୋଗ କେବଳ ଜଣେ ଭାଗ୍ୟବାନଙ୍କୁ ହିଁ ମିଳିଥାଏ । ତେଣୁ ଏଦିଗରେ ସହୃଦୟ ବ୍ୟକ୍ତି ଆଗେଇ ଆସିଲେ ସେମାନଙ୍କ ମୁହଁରେ ହସ ଫୁଟିପାରନ୍ତା ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.