ETV Bharat / state

4 ପୁଅ ଥାଇ ବି ଏକୁଟିଆ ଅବସରପ୍ରାପ୍ତ ଶିକ୍ଷକ, ନ୍ୟାୟ ଅପେକ୍ଷାରେ କରିଛନ୍ତି ଅନଶନ - ନ୍ୟାୟ ଅପେକ୍ଷାରେ କରିଛନ୍ତି ଅନଶନ

87 ବର୍ଷ ବୟସ୍କ ବାପାଙ୍କୁ ମିଳୁନି ପୁଅ ବୋହୂଙ୍କ ସାହାରା । ଅବସରପ୍ରାପ୍ତ ଶିକ୍ଷକ ଆଜି ଏକା ଏକା କାଟୁଛନ୍ତି ଦିନ । ଅଧିକ ପଢନ୍ତୁ..

4 ପୁଅ ଥାଇ ବି ଏକୁଟିଆ ଅବସରପ୍ରାପ୍ତ ଶିକ୍ଷକ, ନ୍ୟାୟ  ଅପେକ୍ଷାରେ କରିଛନ୍ତି  ଅନଶନ

author img

By

Published : Nov 11, 2020, 10:15 PM IST

Updated : Nov 11, 2020, 10:33 PM IST

ଗଜପତି: ପାରଳାଖେମୁଣ୍ଡିର ରାମ ମୋହନ ପଟ୍ଟନାୟକ, ବୟସ 87 । 4 ପୁଅ ଥିଲେ ବି ବୟସର ଅପରାହ୍ନରେ ଏକା । ଏବେ ସେ ନିଜ ହକ୍ ପାଇଁ କେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତ ପୁଣି କେବେ ରାଜରାସ୍ତାକୁ ଓହ୍ଲାଉଛନ୍ତି ।

4 ପୁଅ ଥାଇ ବି ଏକୁଟିଆ ଅବସରପ୍ରାପ୍ତ ଶିକ୍ଷକ, ନ୍ୟାୟ ଅପେକ୍ଷାରେ କରିଛନ୍ତି ଅନଶନ

ଶିକ୍ଷକ ଜୀବନରେ ଅନେକଙ୍କ ଭବିଷ୍ୟତ ଗଠନ ସହ ଅଭିଭାବକଙ୍କୁ ସମ୍ମାନ ଦେବା ସମ୍ପର୍କରେ ପିଲାଙ୍କୁ ଶିଖାଇଛନ୍ତି । ହେଲେ ଏବେ ସେ ନିଜେ ଏହି ସମ୍ମାନ ଓ ଅଧିକାରରୁ ବଞ୍ଚିତ । ଆଉ ଏହି ସବୁ ପାଇବାକୁ ସେ ଆରମ୍ଭ କରିଛନ୍ତି ରାଜରାସ୍ତାରେ ଅନଶନ । ଯାହାକି ଆମ ବ୍ୟବସ୍ଥା ସୃଷ୍ଟି କରିଛି ଅନେକ ପ୍ରଶ୍ନ ।

ରାମ ମୋହନଙ୍କ 4ଟି ପୁଅ । ବଡ ପୁଅ ରାମଗୋପାଳ ପାରଳାଖେମୁଣ୍ଡି ସହରର ଗୁଜୁରାତି ପେଣୁ ସାହିରେ ରହୁଥିବା ବେଳେ ଅନ୍ୟମାନେ ବାହାର ରାଜ୍ୟରେ ରହୁଛନ୍ତି । ତେବେ ବଡ ପୁଅ ଜଣେ 4ର୍ଥ ଶ୍ରେଣୀ ସରକାରୀ କର୍ମଚାରୀ । ସେ ବୃଦ୍ଧ ପିତାଙ୍କୁ ନିଜ ପାଖରେ ରଖୁନଥିବାରୁ ରାମ ମୋହନ ଅଲଗା ରହିବା ସହ ନିଜେ ରୋଷେଇ କରି ଖାଉଛନ୍ତି । ଏପରିକି ପୁଅ ରାମଗୋପାଳା ରହୁଥିବା ଘର ବି ସେ ହିଁ ତିଆରି କରିଛନ୍ତି । କିନ୍ତୁ ଏବେ ସେହି ଘରେ ସେ ରହିବା ପାଇଁ ଚାହୁଁଥିଲେ ମଧ୍ୟ ସେ ପଦ ଛାଡୁନଥିବା ରାମ ମୋହନ ଅଭିଯୋଗ କରିଛନ୍ତି । ଏ ନେଇ ପୁଅ ରାମଗୋପାଳ କିନ୍ତୁ ଭିନ୍ନ ମତ ଦେଇଛନ୍ତି । ସେ ବାପାଙ୍କୁ ନିଜ ପାଖରେ ରଖିବା ପାଇଁ ପ୍ରସ୍ତୁତ ଅଛନ୍ତି । ତେବେ ତାଙ୍କ ଚିକିତ୍ସା ଖର୍ଚ୍ଚ ସେ ବହନ କରିପାରିବେ ନାହିଁ ବୋଲି କହିଛନ୍ତି ।

ନିଜ ଦାବି ନେଇ ବାରମ୍ବାର ବିଭିନ୍ନ ଅଧିକାରୀଙ୍କୁ ଭେଟିବା ପରେ ମଧ୍ୟ କୌଣସି ସୁଫଳ ମିଳିନି ରାମ ମୋହନଙ୍କୁ । ତେଣୁ ସେ ବାଧ୍ୟ ହୋଇ ଗତ ମାସରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ । ସେତେବେଳେ ପ୍ରଶାସନିକ ଏବଂ ପୋଲସ ଅଧିକାରୀ ପହଞ୍ଚି ତାଙ୍କ ସହ ଆଲୋଚନା କରି ତାଙ୍କ ସମସ୍ୟାର ସମାଧାନ କରିବାକୁ ଅନେକ ପ୍ରତିଶୃତି ଦେଇଥିଲେ । ଫଳରେ ସେ ଅନଶନ ପ୍ରତ୍ୟାହାର କରିନେଇଥିଲେ । ଏହାରି ଭିତରେ 1ମାସରୁ ଅଧିକ ସମୟ ବିତିସାରିଥିଲେ ମଧ୍ୟ ନା ପ୍ରଶାସନ ନା ପୋଲିସ କେହି ବି କିଛି ପଦେକ୍ଷପ ଗ୍ରହଣ ନ କରିବା ଯୋଗୁଁ ସେ ଗତ ଦୁଇଦିନ ହେଲା ପାରଳାଖେମୁଣ୍ଡି ସହରର ରାଜନହର ସମ୍ମୁଖରେ ଅନଶନରେ ବସିଥିଲେ । ନ୍ୟାୟ ମଳିବା ଯାଏ ଅନଶନରୁ ହଟିବେ ନାହିଁ ବୋଲି ଜିଦ ଧରିଥିଲେ । ହେଲେ ଏଥର ମଧ୍ୟ ପ୍ରଶାସନିକ ଏବଂ ପୋଲିସ ଅଧିକାରୀ ପହଞ୍ଚି ତାଙ୍କ ସହ ଆଲୋଚନା କରି ତାଙ୍କ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । ଫଳରେ ସେ ପ୍ରଶାସନ ଉପରେ ଭରଷା କରି ଅନଶନରୁ ଓହରିଥିବା ସେ କହିଛନ୍ତି । ଏଭଳି ଘଟଣାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବି ।

ଜଣେ ବୃଦ୍ଧ ପିତା ଏଭଳି ରାଜରାସ୍ତାରେ ବସିବା ସଭ୍ୟ ସମାଜ ପାଇଁ ଆଦୌ ଗ୍ରହଣୀୟ ନୁହେଁ, ତେଣୁ ପ୍ରଶାସନ ଏହା ଉପରେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ବୁଦ୍ଧିଜୀବିମାନେ ମତ ପ୍ରକାଶ କରିଛନ୍ତି ।

ତେବେ ବାରମ୍ବାର ପ୍ରଶାସନ ଏବଂ ପୋଲିସ ଆସି ପ୍ରତିଶ୍ରୁତି ଦେଇ ବୃଦ୍ଧଙ୍କୁ ଘଉଡାଇଦେଉଛନ୍ତି । ହେଲେ ଏଥର ପ୍ରତିଶ୍ରୁତି ପାଳନ ହେଉଛି ନା ପୂବର୍ଭଳି ପାଣିର ଗାର ହେଉଛି ତାକୁ ଅପେକ୍ଷା ...

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Nov 11, 2020, 10:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.