ETV Bharat / state

ନାଟକରେ ପୋଲିସର ସଡକ ସୁରକ୍ଷା ବାର୍ତ୍ତା

author img

By

Published : Jan 23, 2021, 7:14 PM IST

32ତମ ସଡକ ସୁରକ୍ଷା ମାସ ପାଳନ ଅବସରରେ ଜନସଚେତନତା ପାଇଁ ପାରଳାଖେମୁଣ୍ଡି ଠାରେ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ । ଅଧିକ ପଢନ୍ତୁ...

ନାଟକ ଜରିଆରେ ପୋଲିସଙ୍କ ସଡକ ସୁରକ୍ଷା ବାର୍ତ୍ତା

ଗଜପତି: 32ତମ ସଡକ ସୁରକ୍ଷା ମାସ ପାଳନ ଅବସରରେ ଲୋକଙ୍କୁ ସଚେତନ କରିବା ପାଇଁ ପାରଳାଖେମୁଣ୍ଡି ଠାରେ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଶନିବାର ସ୍ଥାନୀୟ ରାଜନଅର ସମ୍ମୁଖରେ ଏକ ପଥପ୍ରାପ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ଟ୍ରାଫିକ ନିୟମ ସମ୍ପର୍କରେ ସଚେତନ କରାଯାଇଛି । ଏହି ନାଟକ ପୋଲିସ କର୍ମଚାରୀମାନେ ପରିବେଷଣ କରିଛନ୍ତି ।

ସେହିପରି ପିଲାମାନେ ମଧ୍ୟ ସ୍କେଟିଂ ମାଧ୍ୟମରେ ସଡକ ସୁରକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିଛନ୍ତି । ଏହାପରେ ସେଠାରୁ ଏକ ସାଇକେଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ଆରଟିଓଙ୍କ କାର୍ଯ୍ୟଳୟରେ ପହଞ୍ଚିଛି । ଟ୍ରାଫିକ ନିୟମ ସହ କିଭଳି ସଡକ ଦୁର୍ଘଟଣାକୁ ରୋକାଯାଇ ପାରିବ ସେନେଇ ସଚେତନ କରାଯାଇଛି ।

ଏମଭିଆଇ ବସନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମସ୍ତ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ସଂଗ୍ରମ ଶେଖର ପଣ୍ଡା, ଏସପି ସୀତାରାମ ଶତପଥୀ ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ ଚୌଧୁରୀଙ୍କ ସମେତ ବହୁ ଅଧିକାରୀ ଏବଂ ଲୋକେ ସାମିଲ ହୋଇଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.