ETV Bharat / state

ଡିସେମ୍ବର ସୁଧା ଜିଲ୍ଲାରେ ବନ୍ଦ ହେବ ବାଲ୍ୟ ବିବାହ: ଗଜପତି ଜିଲ୍ଲାପାଳ - ଗଜପତିରେ ବାଲ୍ୟ ବିବାହ ନେଇ ସଚେତନତା କାର୍ଯ୍ୟକ୍ରମ

ବାଲ୍ୟ ବିବାହ ଓ ନିଶା ମୁକ୍ତ ଜିଲ୍ଲା ହେବ ଗଜପତି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ସଚେତନାତା କାର୍ଯ୍ୟକ୍ରମ । ଏକ ବିରାଟ ମାନବ ଶୃଙ୍ଖଳରେ ଶତାଧିକ ଲୋକେ ଠିଆ ହୋଇ ସଚେତନତା କରିଛନ୍ତି । ଅଧିକ ପଢନ୍ତୁ

ଡିସେମ୍ବର ସୁଧା ଗଜପତିରେ ବନ୍ଦ ହେବ ବାଲ୍ୟ ବିବାହ : ଜିଲ୍ଲାପାଳ

author img

By

Published : Aug 6, 2022, 7:55 PM IST

ଗଜପତି: ଜିଲ୍ଲାକୁ ବାଲ୍ୟ ବିବାହ ଓ ନିଶା ନିବାରଣ ମୁକ୍ତ କରିବା ପାଇଁ ଅଣ୍ଟା ଭିଡିଛି ଗଜପତି ପ୍ରଶାସନ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଅଭିନବ ଢଙ୍ଗରେ ସଚେତନତା ଅଭିଯାନ କରାଯାଇଛି । ପାରଳାଖମୁଣ୍ଡି ଫରେଷ୍ଟ ଗେଟ୍ ଛକ ଠାରୁ କଲେଜ ଛକ ଓ ରାଜା ନହର ପର୍ଯ୍ୟନ୍ତ ପ୍ରାୟ ୫ କିମିରୁ ଉର୍ଦ୍ଧ୍ବ ଏକ ବିରାଟ ମାନବ ଶୃଙ୍ଖଳରେ ଶହ ଶହ ଲୋକେ ଠିଆ ହୋଇ ସଚେତନତା ସୃଷ୍ଟି କରିଥିଲେ ।

ଡିସେମ୍ବର ସୁଧା ଗଜପତିରେ ବନ୍ଦ ହେବ ବାଲ୍ୟ ବିବାହ : ଜିଲ୍ଲାପାଳ

ଏଥିରେ ସ୍କୁଲ କଲେଜ ଛାତ୍ର ଛାତ୍ରୀ, ବିଭିନ୍ନ ସରକାରୀ ଓ ବେସରକାରୀର କର୍ମଚାରୀ, ପୋଲିସ କର୍ମଚାରୀଙ୍କ ସମେତ ମହିଳା ସଂଗଠନ ଓ ପାରଳାବାସୀ ଯୋଗ ଦେଇଥିଲେ । ଉପାନ୍ତ ଅଞ୍ଚଳ ହୋଇଥିବାରୁ ଜିଲ୍ଲାରେ ବାଲ୍ୟ ବିବାହ ସମସ୍ୟା ରହିଛି । ନିଶା କାରବାର ମଧ୍ୟ ବଢୁଛି । ଏନେଇ ସ୍ବାଧିନତା ଦିବସ ପୂର୍ବରୁ ଏଭଳି ଏକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଆସନ୍ତା ଡିସେମ୍ବର ସୁଧା ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରିବାର ଯୋଜନା ରହିଛି ବୋଲି କହିଛନ୍ତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.