ETV Bharat / state

ଟ୍ରେନ ଉପରେ ସେଲଫି ନେଲାବେଳେ ଜଳିଯିବା ଘଟଣା, ନାବାଳକଙ୍କ ମୃତଦେହକୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି ଷ୍ଟେସନ ନିକଟରେ କୋଭିଡ୍ ଟ୍ରେନ ଉପରେ ଚଢି ସେଲଫି ନେଉଥିବା ସମୟରେ ଜଣେ ଛାତ୍ର ଜଳିଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଆଜି ସକାଳୁ ରେଳବାଇ ପୁଲିସ୍ ପହଂଚି ଟ୍ରେନ ଉପରୁ ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଧିକ ପଢନ୍ତୁ...

ଟ୍ରେନ ଉପରେ ସେଲଫି ନେଲାବେଳେ ଜଳିଯିବା ଘଟଣା, ମୃତଦେହକୁ ଉଦ୍ଧାର କଲା ପୋଲିସ

author img

By

Published : Dec 17, 2020, 3:36 PM IST

ଗଜପତି: ପାରଳାଖେମୁଣ୍ଡି ଷ୍ଟେସନ ନିକଟରେ କରୋନା କଟକଣା ଆରମ୍ଭ ହେବା ଠାରୁ ଛିଡା ହୋଇଥିବା ଏକ କୋଭିଡ୍ ଟ୍ରେନ ଉପରେ ଚଢି ସେଲଫି ନେଉଥିବା ସମୟରେ ଜଣେ ଛାତ୍ର ଜଳିଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଆଜି ସକାଳୁ ରେଳବାଇ ପୁଲିସ୍ ପହଂଚି ଟ୍ରେନ ଉପରୁ ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣାର ତଦନ୍ତ ଜାରି ରହିଥିବା କହିଛନ୍ତି ଜିଆରପି ଇନ୍ସପେକ୍ଟର । ସେପଟେ ସ୍ଥିତିର ଅନୁଧ୍ୟାନ ପାଇଁ ୱାଲ୍ଡର ଡିଭିଜିନର ଏକ ଟିମ୍ ମଧ୍ୟ ପାରଳାଖେମୁଣ୍ଡି ଆସିବାର କାର୍ଯ୍ୟକ୍ରମ ରହିଛି ।

ଟ୍ରେନ ଉପରେ ସେଲଫି ନେଲାବେଳେ ଜଳିଯିବା ଘଟଣା, ମୃତଦେହକୁ ଉଦ୍ଧାର କଲା ପୋଲିସ

ଆଉ ଦିନକ ପରେ ପାଳିଥାନ୍ତା 15ତମ ଜନ୍ମଦିନ । ତେଣୁ ବୁଧବାର ସନ୍ଧ୍ୟାରେ ଫଟୋ ଉଠାଇବା ପାଇଁ ସାଙ୍ଗମାନଙ୍କ ସହ ଯାଇଥିଲା । ସେଠାରେ ଥିବା ସାଙ୍ଗମାନେ ବାରମ୍ବାର ମନା କରିବା ସତ୍ବେ ମଧ୍ୟ ନ ଶୁଣି ଚଢିଥିଲା ଟ୍ରେନର ଛାତ ଉପରେ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ସେ ଟ୍ରେନ ବଗି ଉପରେ ଚଢିବା କ୍ଷଣି ହିଁ 35 ହଜାର ଭୋଲ୍ଟ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଆଖି ପିଛୁଳାକେ ଜିଅନ୍ତା ଜଳିଯାଇଥିଲା ସେ । ଏହାପରେ ସେ ଟ୍ରେନର ଛାତ ଉପରେ ପଡ଼ିଯିବାରୁ ଟ୍ରେନ ବଗି ଘୋଡାଇବା ପାଇଁ ପକାଯାଇଥିବା ମେଟରେ ନିଆଁ ଲାଗିଯାଇଥିଲା । ସାଙ୍ଗମାନେ କେହି କିଛି ଭାବିବା ଆଗରୁ ସବୁ କିଛି ଘଟିଯାଇଥିଲା ସେମାନଙ୍କ ଆଖି ସାମ୍ନାରେ । ତଥାପି କେହି କିଛି କରିପାରିନଥିଲେ । ତେବେ ନିଆଁ ଲାଗିଯିବା ଦେଖିବା ପରେ କାରଣ ଜାଣିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା ପାରଳାଖେମୁଣ୍ଡି ଷ୍ଟେସନରେ ଥିବା ଜିଆରପି କର୍ମଚାରୀମାନେ ।

ଘଟଣା ସଂପର୍କରେ ଜାଣିବା ପରେ ତୁରନ୍ତ ପାରଳାଖେମୁଣ୍ଡି ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ତେବେ ଏଭଳି ସ୍ଥିତିରେ ଟ୍ରେନ ଚଳାଚଳ ପାଇଁ ବ୍ୟବହୃତ ତାରରେ ବିଦ୍ୟୁତ ସରବରାହ ଯାହା ଜାରି ରହିଥିଲା, ତାହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଏଥିପାଇଁ କେର ଡିଭିଜନରୁ ଏକ ବୈଷୟିକ ଟିମ୍ ପାରଳାଖେମୁଣ୍ଡି ଆସୁଥିବା ଜଣାପଡିଛି।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.