ETV Bharat / state

ମାହାଙ୍ଗା ହତ୍ୟାକାଣ୍ଡକୁ ନେଇ ବିଜେପିର ବିକ୍ଷୋଭ - mahanga murder case

ମାହାଙ୍ଗା ହତ୍ୟାକାଣ୍ଡକୁ ନେଇ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରିଛି ବିଜେପି । ଅଧିକ ପଢନ୍ତୁ...

ମାହାଙ୍ଗା ହତ୍ୟାକାଣ୍ଡକୁ ନେଇ ବିଜେପିର ବିକ୍ଷୋଭ

author img

By

Published : Jan 6, 2021, 7:59 AM IST

ପାରଳାଖେମୁଣ୍ଡି: ମାହାଙ୍ଗା ଡବଲ ମର୍ଡରରେ ରାଜ୍ୟବ୍ୟାପି ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ମଙ୍ଗଳବାର ରାଜ୍ୟର ସମସ୍ତ ଥାନାକୁ ବିଜେପି ପକ୍ଷରୁ ଘେରାଉ କରାଯାଇଛି । ଏହି ପ୍ରରିପେକ୍ଷୀରେ ଗଜପତି ବିଜେପି ପକ୍ଷରୁ ପାରଳାଖେମୁଣ୍ଡି ଆଦର୍ଶ ଥାନା ଘେରାଉ କରାଯାଇଛି ।

ମାହାଙ୍ଗାରେ ଦୁଇଜଣ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ଅପରାଧୀକୁ ଗିରଫ ଦାବି ସହ ସୋମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ପାରଳାଖେମୁଣ୍ଡି ଥାନା ଘେରାଉ କରିଛି ଗଜପତି ବଜେପି । ଏହା ସହ ହତ୍ୟାକାଣ୍ଡରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ନେଇ ତାଙ୍କୁ ବହିଷ୍କାର ଦାବି କରିବା ସହିତ ମନ୍ତ୍ରୀଙ୍କ କୁଶପୁତ୍ତଳିକାରେ ଦାହ କରିଥିଲା ।

ମାହାଙ୍ଗା ହତ୍ୟାକାଣ୍ଡକୁ ନେଇ ବିକ୍ଷୋଭ

ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ବିଭୂତି ଭୂଷଣ ବେହେରାଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ଜିଲ୍ଲା ପ୍ରଭାରୀ ସରୋଜ ସାବତଙ୍କ ସମେତ ଶତାଧିକ ନେତା ଓ କର୍ମୀ ସାମିଲ ହୋଇଥିଲେ । ସେମାନଙ୍କୁ ତୁରନ୍ତ ଗିରଫ ନ କରାଗଲେ ଆଗକୁ ଦଳ ପକ୍ଷରୁ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି କୁହାଯାଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.