ଗଜପତି: ତିନି ଦିନ ଧରି ଲଗାଣ ବର୍ଷାରେ ବେହାଲ ଗଜପତି ଜିଲ୍ଲା । ବଡ଼ଗାଁ ଘାଟି ରାସ୍ତାରେ ପାହାଡ଼ ଉପରୁ ମାଟି ଓ ପଥର ଅତଡ଼ା ଖସି ଯାତାୟତ ଠପ୍ ହୋଇଯାଇଛି । ଗତ ୧୧ ତାରିଖ ଠାରୁ ୧୩ ତାରିଖ ଯାଏଁ ପ୍ରବଳ ବର୍ଷା ହେବ ଫଳରେ ଏହି ଘାଟି ରାସ୍ତାରେ ପାହାଡ଼ ଉପରୁ ବଡ଼ ବଡ଼ ପଥର ଖସି ରାସ୍ତା ଅବରୋଧ ହେଇଯିବା ସହ ବିଭିନ୍ନ ସ୍ଥାନରେ ରାସ୍ତା ଧୋଇ ହୋଇଯାଇଛି। ଆଉ ଏହି ରାସ୍ତା ଉପରେ ନିର୍ଭରଶୀଳ ଆର.ଉଦୟଗିରି ବ୍ଲକ ଅନଗା ପଞ୍ଚାୟତର ୬ ଖଣ୍ଡ ଗାଁ ସମେତ ଗଂଜାମ ଜିଲ୍ଲା ବହୁ ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି ।
ଗ୍ରାମବାସୀ ଏ ନେଇ ଅଭିଯୋଗ କରିବା ପରେ ବି ପ୍ରଶାସନ ଏ ଯାଏ ଘଟଣାସ୍ଥଳରେ ପହଞ୍ଚି ନାହିଁ । ଫଳରେ ବାଧ୍ୟ ହୋଇ ସକାଳୁ ଗ୍ରାମବାସୀ ନିଜ ଉଦ୍ୟମରେ ରାସ୍ତା ମରାମତି କାମ ଆରମ୍ଭ କରିଥିଲେ ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ