ETV Bharat / state

ବିଦ୍ୟାଭାରତୀଙ୍କ ବଲାଙ୍ଗୀର ଲିଙ୍କ! ତଦନ୍ତ ପାଇଁ ବାହାରିଲେ ୫ ଜଣିଆ ତଦନ୍ତକାରୀ ଟିମ୍ - ACF death investigation

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । ବିଦ୍ୟାଭାରତୀଙ୍କ ବଲାଙ୍ଗୀର ଲିଙ୍କକୁ ନେଇ ତଦନ୍ତ ପାଇଁ ବଲାଙ୍ଗୀର ଗଲେ ୫ ଜଣିଆ ତଦନ୍ତକାରୀ ଟିମ୍ । ଅଧିକ ପଢନ୍ତୁ...

ବିଦ୍ୟାଭାରତୀଙ୍କ ବଲାଙ୍ଗୀର ଲିଙ୍କ! ତଦନ୍ତ ପାଇଁ ବାହାରିଲେ ୫ ଜଣିଆ ତଦନ୍ତକାରୀ ଟିମ୍

author img

By

Published : Jul 24, 2021, 6:49 PM IST

ଗଜପତି: ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ଇତିମଧ୍ୟରେ ୧୩ ଦିନ ବିତିଛି । ହେଲେ ଏବେ ସୁଦ୍ଧା ଘଟଣାରେ କୌଣସି ସ୍ପଷ୍ଟତା ଆସିନାହିଁ । ମାମଲାର ଅଭିଯୁକ୍ତ ବିଦ୍ୟାଭାରତୀ ବଲାଙ୍ଗୀରରେ ବ୍ୟାଚଲର ପାର୍ଟି ଦେଇଥିବା ନେଇ କଥା ଉଠିଥିଲା । ତେଣୁ ପୁରା ଘଟଣାରେ ବଲାଙ୍ଗୀରର କିଛି ଲିଙ୍କ ରହିଛି କି ନାହିଁ ତାହାର ଖୋଳତାଡ ପାଇଁ ଆଜି ବଲାଙ୍ଗୀର ଯାଇଛନ୍ତି ୫ ଜଣିଆ ତଦନ୍ତକାରୀ ଟିମ୍ । ସେଠାରେ ବିଦ୍ୟାଭାରତୀ ତାଲିମ ଗ୍ରହଣ କରୁଥିବା ଅନୁଷ୍ଠାନକୁ ଯାଇ ବିଭିନ୍ନ ଦିଗରୁ ତଦନ୍ତ କରାଯିବ ବୋଲି କହିଛନ୍ତି ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ।

ବିଦ୍ୟାଭାରତୀଙ୍କ ବଲାଙ୍ଗୀର ଲିଙ୍କ! ତଦନ୍ତ ପାଇଁ ବାହାରିଲେ ୫ ଜଣିଆ ତଦନ୍ତକାରୀ ଟିମ୍

ସୂଚନାଥାଉ କି, ବିଦ୍ୟାଭାରତୀ ବାହାଘର ପରେ ଗତ ଏପ୍ରିଲ ମାସରେ ବଲାଙ୍ଗୀର ଠାରେ ଏକ ପାର୍ଟି ଦେଇଥିବା କଥା ସାମ୍ନାକୁ ଆସିଥିଲା । ଏଥିରେ ତାଙ୍କର ପ୍ରାୟ 80 ଜଣ ସହପାଠୀ ସାମିଲ ହୋଇଥିଲେ ବୋଲି ସେ ତାଲିମ ଗ୍ରହଣ କରୁଥିବା ପ୍ରାଣୀଧନ ନିରୀକ୍ଷକ ତାଲିମ କେନ୍ଦ୍ର କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି । ତେଣୁ ଏହି ପାର୍ଟି ସହ ସୌମ୍ୟଙ୍କ ରହସ୍ୟଜନକ ମୃତ୍ୟୁର କୌଣସି ଲିଙ୍କ ଅଛି କି ନାହିଁ ତାହାର ଖୋଳତାଡ ପାଇଁ ଶନିବାର ବଲାଙ୍ଗୀର ଅଭିମୁଖେ ବାହାରିଛି 5 ଜଣିଆ ତଦନ୍ତକାରୀ ଟିମ୍ ।

ସେପଟେ ଗଜପତି ଏସପିଙ୍କ କ୍ଲିନଚିଟ୍ ମାମଲାକୁ ଦେଇଛି ନୂଆ ମୋଡ । ମୃତ ସୌମ୍ୟଙ୍କ ପରିବାର ଲୋକେ ବୋହୂ ବିଦ୍ୟାଭାରତୀ ଏବଂ ଡିଏଫଓଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବା ନେଇ ଅଭିଯୋଗ କରିଥିବାବେଳେ ଏସପି ଘଟଣାରେ ଡିଏଫଓ ଓ ରୋଷେୟାଙ୍କୁ କ୍ଲିନଚିଟ୍ ଦେବା ପରେ ତଦନ୍ତର ଦିଗ ବଦଳିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.