ETV Bharat / state

ଆରମ୍ଭ ହେଲା ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା - joranda mela stared

ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ ହୋଇଛି । ସେଥିପାଇଁ ଢେଙ୍କାନାଳ ଯୋରନ୍ଦା ସ୍ଥିତ ମହିମାଗାଦି ହୋଇ ଉଠିଛି ଚଳଚଞ୍ଚଳ । ମହିମାଧର୍ମର ମୁଖ୍ୟପୀଠ ଏହି ମହିମାଗାଦିକୁ ବିଶ୍ବବ୍ୟାପି ମହିମାସାଧୁ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି ।

world famous dhenkanal joranda mela stared
ଆରମ୍ଭ ହେଲା ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା
author img

By

Published : Feb 7, 2020, 10:09 PM IST

ଢେଙ୍କାନାଳ: ମାଘ ଶୁକ୍ଲପକ୍ଷ ଚତୁଦର୍ଶୀ ଅବସରରେ ଆରମ୍ଭ ହୋଇଛି ବିଶ୍ବ ପ୍ରସିଦ୍ଧ ଯୋରନ୍ଦାମେଳା । ଏଥିପାଇଁ ମହିମାଧର୍ମର ମୁଖ୍ୟ ପୀଠ ଢେଙ୍କାନାଳ ଯୋରନ୍ଦା ସ୍ଥିତ ମହିମାଗାଦି ଚଳଚଞ୍ଚଳ ହୋଇଉଠିଛି । ପରମ୍ପରା ଅନୁଯାୟୀ, ମହିମା ସାଧୁମାନେ ଯୋରନ୍ଦା ମେଳାକୁ ଦୁଇ ଦିନ ଧରି ଧୁମଧାମରେ ପାଳନ କରିବେ ।

ଆରମ୍ଭ ହେଲା ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା

ପରେ ଆସନ୍ତା 9ରୁ ଦୁଇ ଦିନ ଧରି ମହିମା ମହୋତ୍ସବ ପାଳିତ ହେବ । ଏଥିପାଇଁ ଦେଶର ବିଭିନ୍ନ ପ୍ରାନ୍ତରରୁ ମହିମା ସନ୍ୟାସୀ ଓ ଶ୍ରଦ୍ଧାଳୁମାନଙ୍କ ଆଗମନ ଘଟିଛି ମହିମା ଗାଦିକୁ । ଚଳିତବର୍ଷ ମହିମାଧର୍ମର ୧୪୭ତମ ପ୍ରଭୁ ପୂର୍ଣ୍ଣିମା ତଥା ବାର୍ଷିକ ଉତ୍ସବ ପାଳିତ ହୋଇଛି ।

ଶୁକ୍ରବାର ପ୍ରାତଃ ମୁହୂର୍ତ୍ତରୁ ମହିମା ସାଧୁମାନେ ଗାଦି ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଆରମ୍ଭ କରିଥିଲେ । ଭଣ୍ଡାର ଘରୁ ସୁନା ଓ ରୂପାର ତରାଶ, ଛତି, ମକରତ୍ରୋଣ ଆଦିକୁ କଡା ସୁରକ୍ଷା ବଳୟରେ ଗାଦି ମନ୍ଦିରକୁ ଅଣାଯାଇ ସର୍ବସାଧାରଣ ଦର୍ଶନ ନିମନ୍ତେ ପ୍ରଦର୍ଶନ କରାଯାଇଥିଲା । ପରେ ସନ୍ଧ୍ୟା ୫ଟା୧୫ମିନିଟରୁ ମୁଖ୍ୟ ଗାଦି ମନ୍ଦିରର ଚାରି ଦ୍ବାରରେ ଝାଡଦୀପ ପ୍ରଜ୍ବଳନ କରାଯାଇଥିଲା । ମହିମା ସିଦ୍ଧ ସନ୍ୟାସୀମାନେ ଏହି ଝାଡଦୀପରେ ଘୃତାହୃତୀ କରିଥିଲେ । ମହିମା ସାଧୁ ଓ ଶ୍ରଦ୍ଧାଳୁମାନଙ୍କ ମହିମା ଅଲେଖ ଧ୍ବନୀରେ କମ୍ପି ଉଠୁଛି ମହିମା ଗାଦି । ସେପଟେ ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ପାଇଁ ୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:
ଆଙ୍କର- ମାଘ ଶୁକ୍ଲପକ୍ଷ ଚତୁଦର୍ଶୀ ଅବସରରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ବିଶ୍ବ ପ୍ରସିଦ୍ଧ ଯୋରନ୍ଦାମେଳା। ଏଥିପାଇଁ ସାରା ବିଶ୍ବରେ ପ୍ରସିଦ୍ଧ ଲାଭ କରିଥିବା ମହିମାଧର୍ମର ମୁଖ୍ୟ ପୀଠ ଢେଙ୍କାନାଳ ଯୋରନ୍ଦାସ୍ଥିତ ଏହି ମହିମାଗାଦି ଚଳଚଞ୍ଚଳ ହୋଇଉଠିଛି। ପରମ୍ପରା ମୁତାବକ ମହିମା ସାଧୁମାନେ ଏହିମେଳାକୁ ୨ଦିନ ଧରି ବେଶ ଧୁମଧାମରେ ପାଳନ କରୁଛନ୍ତି। ତେବେ ସ୍ଥାନୀୟ ବାସୀଙ୍କ ପକ୍ଷରୁ ୯ତାରିଖ ଓ ୧୦ତାରିଖ ଦୁଇ ଦିନ ଧରି ମହିମାମହୋତ୍ସବ ଆୟୋଜିତ ହୋଇଛି। ଫଳରେ ୪ଦିନ ଧରି ମହିମା ଗାଦି ଉତ୍ସବର ମାହୋଲରେ ବୁଡିରହିବ।
Body:ଏଥିପାଇଁ ଦେଶର ବିଭିନ୍ନ ପ୍ରାନ୍ତରରୁ ମହିମା ସନ୍ୟାସୀ ଓ ଶ୍ରଦ୍ଧାଳୁୁମାନଙ୍କ ଆଗମନ ଘଟିଛି ଏହିପୀଠକୁ। ଚଳିତବର୍ଷ ମହିମାଧର୍ମର ୧୪୭ତମ ପ୍ରଭୁ ପୂର୍ଣ୍ଣିମା ତଥା ବାର୍ଷିକ ଉତ୍ସବ ପାଳିତ ହୋଇଛି। ମହିମାଧର୍ମର ପରମ୍ପରା ମୁତାବକ ଶୁକ୍ରବାର ମାଘଶୁକ୍ଲ ଚତୁଦର୍ଶୀ ତିଥିରୁ ପ୍ରଭୁ ପୂର୍ଣ୍ଣିମା ଓ ଶନିବାର ଗୁରୁତ୍ବପୂର୍ଣ୍ଣିମା ଉତ୍ସବ ପରେ ମହିମା ସାଧୁମାନେ ମେଳା ଉଦଯାପିତ କରିବେ। କିନ୍ତୁୁ ସ୍ଥାନୀୟ ଲୋକେ ଏହିମେଳାକୁ ୪ଦିନବ୍ୟାପି ବେଶ ଧୁମଧାମରେ ପାଳିତ ହେବ। ପରମ୍ପରା ମୁତାବକ ଆଜିପ୍ରାତଃ ମୁହୁର୍ତ୍ତରୁ ମହିମା ସାଧୁମାନେ ଗାଦି ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଆରମ୍ଭ କରିଛନ୍ତି। ଭଣ୍ଡାର ଘରୁ ସୁନା ଓ ରୂପାର ତରାଶ, ଛତି,ମକରତ୍ରୋଣ ଆଦି କଡା ପୋଲିସ ସୁରକ୍ଷା ବଳୟରେ ଗାଦି ମନ୍ଦିର କୁ ଅଣାଯାଇ ସର୍ବସାଧାରଣ ଦର୍ଶନ ନିମନ୍ତେ ପ୍ରଦର୍ଶନ କରାଯାଇଛି। ସଂନ୍ଧ୍ୟା ୫ଟା୧୫ମିନିଟ୍ ରୁ ମୁଖ୍ୟ ଗାଦି ମନ୍ଦିରର ଚାରି ଦ୍ବାରରେ ଝାଡଦୀପ ପ୍ରଜ୍ବଳନ କରାଯାଇଛି। ମହିମା ସିଦ୍ଧ ସନ୍ୟାସୀମାନେ ଏହି ଝାଡଦୀପରେ ଘୃତାହୂତୀ କରୁଛନ୍ତି। ମହିମା ସାଧୁ ଓ ଶ୍ରଦ୍ଧାଳୁମାନଙ୍କ ମହିମା ଅଲେଖ ଧ୍ବନୀରେ କମ୍ପି ଉଠୁଛି ମହିମା ଗାଦି ।
Conclusion:ସଂନ୍ଧା ପର ଠାରୁ ଜନ ସମାଗମ ଅହେତୁକ ଭାବେ ବଢିବାରେ ଲାଗିଛି। ଶାନ୍ତି ଶୃଙ୍ଖଳା ପାଇଁ ୮ପ୍ଲଟୁନ ପୁଲିସ ଫୋର୍ସ ମୃତୟନ କରାଯାଇଛି। କହିବାକୁ ସାମାନ୍ୟ ରିମ ରୀମ ବର୍ଷାର କୋହଲା ପାଗ ସତ୍ବେ ପ୍ରଥମ ଦିନରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ ପରିଲକ୍ଷିତ ହୋଇଛି।
ଢେ଼ଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ। ଇଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.