ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଖଣ୍ଡତିରି ଗ୍ରାମ ନିକଟସ୍ଥ ପଥର ଖାଦାନରୁ ମହିଳାଙ୍କ ଗଳିତ ମୃତ ଠାବ ହୋଇଛି । ସ୍ଥାନୀୟ ଲୋକେ ମୃତ ମହିଳାଙ୍କ ଶବ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ମୃତ ମହିଳା ଜଣଙ୍କ ଖଣ୍ଡତିରି ଗ୍ରାମର ବ୍ରଜବନ୍ଧୁ ନାୟକଙ୍କ ପତ୍ନୀ ଭାରତୀ ନାୟକ ବୋଲି ଜଣାପଡିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଜି ମୃତ ଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ଖଣ୍ଡତିରି ଗ୍ରାମ ନିକଟସ୍ଥ ପଥର ଖାଦାନରୁ ମହିଳାଙ୍କ ଗଳିତ ମୃତ ଠାବ ହୋଇଛି (Women dead body rescued from Dhenkanal) । ମୃତ ମହିଳା ଜଣଙ୍କ ଖଣ୍ଡତିରି ଗ୍ରାମର ବ୍ରଜବନ୍ଧୁ ନାୟକଙ୍କ ପତ୍ନୀ ଭାରତୀ ନାୟକ ବୋଲି ଜଣାପଡିଛି । ସେ ୪ଟି ସନ୍ତାନର ଜନନୀ ହୋଇଥିବା ବେଳେ ଗତ ଜୁଲାଇ ୨୮ତାରିଖରୁ ସେ ତାଙ୍କ ପୂର୍ବତନ ପ୍ରେମିକ ସହ ଫେରାର ହୋଇଯାଇଥିଲେ । ଏ ସମ୍ପର୍କରେ ତାଙ୍କ ସ୍ୱାମୀ ରାସୋଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ନିଖୋଜର ୧୮ଦିନ ପରେ ଗଳିତ ମୃତଦେହ ଠାବ ହୋଇଥିବା ନେଇ ଭାରତୀଙ୍କ ପରିବାର ପକ୍ଷରୁ ଥାନାରେ ହତ୍ୟା ଅଭିଯୋଗ କରି ଏତଲା ଦେଇଛନ୍ତି । ପୋଲିସ ମହିଳାଙ୍କ ମୃତଦେହ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।
ଇଟିଭି ଭାରତ, ଢେଙ୍କାନାଳ