ETV Bharat / state

ଜେନେରେଟର ନେଲା ଜୀବନ ! ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ

author img

By ETV Bharat Odisha Team

Published : Dec 15, 2023, 7:19 PM IST

2 workers died in Dhenkanal: ଘର ଭିତରେ ଜେନେରେଟର ଲଗାଇ ଶୋଇବା ହେଲା କାଳ । ଶ୍ବାସରୁଦ୍ଧ ହୋଇ ଚାଲିଗଲା ଦୁଇ ଶ୍ରମିକଙ୍କ ଜାବନ । ଢେଙ୍କାନାଳ କଣ୍ଟାବଣିଆ ଥାନା ମାନପୁର ଗାଁରେ ଥିବା ଇଟାଭାଟିରେ ଘଟିଛି ଏଭଳି ଅଘଟଣ ।

ଜେନେରେଟର ନେଲା ଜୀବନ
ଜେନେରେଟର ନେଲା ଜୀବନ
ଜେନେରେଟର ନେଲା ଜୀବନ

ଢେଙ୍କାନାଳ: ଯମଦୂତ ସାଜି ଆସିଲା ଜେନେରେଟରୁ ନିର୍ଗତ ଅଙ୍ଗାରକାମ୍ଳ ଗ୍ୟାସ । ଏକାଥରେ ନେଇ ଗଲା ଦୁଇ ଦୁଇଟି ମୁଣ୍ଡ । ଘର ଭିତରେ ଜେନେରେଟର ଲଗାଇ ଶୋଇବା ହେଲା କାଳ । ଇଟାଭାଟିରେ ଘଟିଲା ଅଘଟଣ । ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ ଓ ଜଣେ ଗୁରୁତର । ତେବେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅଞ୍ଚଳରେ ।

ସୂଚନା ଅନୁସାରେ, ଢେଙ୍କାନାଳ କଣ୍ଟାବଣିଆ ଥାନା ଅନ୍ତର୍ଗତ ମାନପୁର ଅଞ୍ଚଳରେ ଥିବା ଏକ ଇଟାଭାଟିରେ ଘଟିଛି ଅଘଟଣ । ଇଟାଭାଟି ପାଖରେ ରହୁଥିବା ଏକ ଘରେ ଶ୍ଵାସରୁଦ୍ଧ ହୋଇ ଦୁଇଜଣ ଶ୍ରମିକଙ୍କର ମୃତ୍ୟୁ ଘାଇଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି । ଗୁରୁତର ଶ୍ରମିକଙ୍କୁ ଚିକିତ୍ସା ପାଇଁ ଅନୁଗୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପରେ ଗୁରୁତରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନ୍ତାତର କରାଯାଇଛି । ପ୍ରଥମେ ମୃତାହତ ଶ୍ରମିକମାନଙ୍କ ପରିଚୟ ମିଳିପାରିନଥିବା ବେଳେ ସେମାନେ ପାଲଲହଡା ଅଞ୍ଚଳର ବୋଲି ସନ୍ଦେହ କରାଯାଉଥିଲା ।

ତେବେ ଗତକାଲି ରାତିରେ ତିନିଜଣ ଶ୍ରମିକ ଗୋଟିଏ ଘରେ ଶୋଇଥିଲେ । ସେମାନେ ଘରର କବାଟ ବନ୍ଦ କରି ଘରେ ଭିତରେ ଜେନେରେଟର ଲଗାଇ ଶୋଇଥିଲେ । ଏହି ଜେନେରେଟରୁ ନିର୍ଗତ ଅଙ୍ଗାରକାମ୍ଳ ଗ୍ୟାସ ଯୋଗୁଁ ଘର ଭିତରେ ଶ୍ବାସରୁଦ୍ଧ ଯୋଗୁଁ ଶ୍ରମିକମାନଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଆଜି ସକାଳେ ଦୁଇଜଣ ଶ୍ରମିକଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇପଡ଼ିଥିଲେ । ସାଙ୍ଗେ ସାଙ୍ଗେ ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯଇଥିଲା । ସେପଟେ ଏନେଇ ଖବର ପାଇବାପରେ ଘଟଣା ସ୍ଥଳରେ ପହଞ୍ଚିଥିଲା କଣ୍ଟାବଣିଆ ଥାନା ପୋଲିସ ।

ଏହା ମଧ୍ୟ ପଢ଼ନ୍ତୁ.....ପାଇଖାନା ଟାଙ୍କି ନେଲା ଜୀବନ, ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ

ତେବେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତାହତ ଇଟାଭାଟି ଶ୍ରମିକଙ୍କ ମିଳିଲା ପରିଚୟ ପାଇଥିଲା । ମୃତକ ଦୁଇଜଣ ହେଲେ ପାଲଲହାଡ଼ା ଥାନା ଅନ୍ତର୍ଗତ ଈଶ୍ୱର ନଗର ଗ୍ରାମର ବିର୍ଶା କୁଙ୍କୁଲ ଓ ରସଏ ବନାରା । ସେପଟେ ଗୁରୁତର ଭିବରେ ଚିକିତ୍ସିତ ହେଉଥିବା ଶ୍ରମିକ ହେଲେ ଉକ୍ତ ଗ୍ରାମର କଣ୍ଡେ ବନାରା । କଣ୍ଟାବଣିଆ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ମୃତଦେହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ତେବେ ଇଟାଭାଟିଟି ବେଆଇନ କିମ୍ବା ଆଇନ ସଙ୍ଗତ ଭାବରେ ଚାଲିଥିଲା ସେ ସମ୍ପର୍କରେ ଅଧିକ ତଦନ୍ତ ଚଳାଇଛି ପୋଲିସ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.