ଢେଙ୍କାନାଳ: କାଇମାଟି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅଜଣା ଗାଡ଼ି ଧକ୍କାରେ ଏକ ବାଇକ ପୋଲ ତଳକୁ ଖସି ପଡ଼ି ପାଣିରେ ପଡ଼ିଛି। ଯାହା ଫଳରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ମୃତକ ଦୁଇଜଣ ସଦର ଥାନା ଅନ୍ତର୍ଗତ ସାରିଆପଡା ଗ୍ରାମର ସତ୍ୟରଞ୍ଜନ ଦଳେଇ ଓ ବିକାଶ ନାଏକ ବୋଲି ଜଣାପଡ଼ିଛି । ଗତ ରାତିର ବିଳମ୍ବିତ ପ୍ରହରରେ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଇଛି । ଉଭୟ ଯୁବକ ଭୁବନ ଯାଇ ଗତ ରାତିରେ ଘରକୁ ଫେରୁଥିଲେ। ତେବେ ଆଜି ସକାଳେ ସ୍ଥାନୀୟ ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ । ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଓ ବାଇକ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ