ETV Bharat / state

ବ୍ରିଜ୍ ତଳକୁ ଖସିଲା ଟ୍ରଲର: ଜଣେ ମୃତ, ଜଣେ ଗୁରୁତର

author img

By

Published : Feb 19, 2022, 9:38 PM IST

ଢେଙ୍କାନାଳ ଜିଲ୍ଲାର କମଗରା ବ୍ରାହ୍ମଣୀ ବ୍ରିଜ୍ ତଳକୁ ଟ୍ରଲର ଖସି ଜଣକର ମୃତ୍ୟୁ ଗଟିବା ସହ ଜଣେ ଗୁରୁତର ହୋଇଛି । ଅଧିକ ପଢନ୍ତୁ

ବ୍ରିଜ୍ ତଳକୁ ଖସିଲା ଟ୍ରଲର: ଜଣେ ମୃତ ଜଣେ ଗୁରୁତର

ଢେଙ୍କାନାଳ: ଜିଲ୍ଲାର କମଗରା ବ୍ରାହ୍ମଣୀ ବ୍ରିଜ୍ ତଳକୁ ଟ୍ରଲର ଖସି ଜଣକର ମୃତ୍ୟୁ ଗଟିବା ସହ ଜଣେ ଗୁରୁତର ହୋଇଛି । ମୃତକ ହେଲେ ଅନୁଗୋଳ ଜିଲ୍ଲା ବନ୍ତଳା ଅଞ୍ଚଳର ବିଶ୍ବରଞ୍ଜନ ପ୍ରଧାନ । ଗୁରୁତର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଦେବଗଡ ଜିଲ୍ଲାର ମିଥୁନ ପ୍ରଧାନ । ତାଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ବିଳମ୍ବିତ ରାତିରେ ଶ୍ରୀଜଗନ୍ନାଥ ଟ୍ରାନସ୍ପୋର୍ଟର ଟ୍ରଲର ଆଇରନ ପ୍ଲେଟ ନେଇ ଅନୁଗୋଳରୁ ଯାଜପୁର ଯାଉଥିବା ବେଳେ ବ୍ରାହ୍ମଣୀ ନଦୀ ବ୍ରିଜ୍ ଉପରୁ ଭାରସାମ୍ୟ ହରାଇ ନଦୀ ମଧ୍ୟକୁ ଟ୍ରଲରଟି ଖସିପଡିଛି । ଫଳରେ ସେଥିରେ ଥିବା ଡ୍ରାଇଭର ମିଥୁନ ପ୍ରଧାନ ଗୁରତର ଥିବାବେଳେ ସେହି କମ୍ପାନୀର ମେକାନିକାଲ କର୍ମଚାରୀ ବିଶ୍ବରଞ୍ଜନଙ୍କ ମୃତ୍ୟୁ ହୋଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.