ETV Bharat / state

Joranda Mela Preparation: ମହିମା ଗାଦିରେ ମହିମା ସନ୍ୟାସୀଙ୍କର ପାରମ୍ପରିକ ପ୍ରସ୍ତୁତି

ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା ପାଇଁ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଯୋରନ୍ଦା ସ୍ଥିତ ମହିମା ଗାଦିର ମହିମା ସାଧୁ ମାନେ ତାଙ୍କର ଏହି ବାର୍ଷିକ ଉତ୍ସବ ପାଇଁ ବେଶ ପ୍ରସ୍ତୁତି ଚଳାଇଛନ୍ତି । ଅଧିକ ପଢନ୍ତୁ

Joranda Mela Preparation: ମହିମା ଗାଦିରେ ମହିମା ସନ୍ୟାସୀଙ୍କର ପାରମ୍ପରିକ ପ୍ରସ୍ତୁତି
Joranda Mela Preparation: ମହିମା ଗାଦିରେ ମହିମା ସନ୍ୟାସୀଙ୍କର ପାରମ୍ପରିକ ପ୍ରସ୍ତୁତି
author img

By

Published : Feb 14, 2022, 8:55 PM IST

ଢେଙ୍କାନାଳ: ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା । ଫଳରେ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଯୋରନ୍ଦା ସ୍ଥିତ ମହିମା ଗାଦିର ମହିମା ସାଧୁ ମାନେ ତାଙ୍କର ଏହି ବାର୍ଷିକ ଉତ୍ସବ ପାଇଁ ବେଶ ପ୍ରସ୍ତୁତି ଚଳାଇଛନ୍ତି । ମାତ୍ର କୋଭିଡ ସଂକ୍ରମଣକୁ ଆଶଙ୍କା କରି ଚଳିତ ବର୍ଷ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ମେଳା ଉପରେ କଟକଣା ଜାରି କରାଯାଇଛି । ଏପରିକି ଜିଲ୍ଲା ଓ ରାଜ୍ୟ ବାହାର ଭକ୍ତଙ୍କୁ ଯୋରନ୍ଦା ବାରଣ କରାଯାଇଛି। ଫଳରେ ମହିମା ସାଧୁ କେବଳ ନୀତିକାନ୍ତିରେ ତାଙ୍କର ଏହି ବାର୍ଷିକ ପର୍ବକୁ ସୀମିତ ରଖିବେ ବୋଲି ଜଣାପଡିଛି ।

Joranda Mela Preparation: ମହିମା ଗାଦିରେ ମହିମା ସନ୍ୟାସୀଙ୍କର ପାରମ୍ପରିକ ପ୍ରସ୍ତୁତି

ମହିମା ଧର୍ମର ପରମ୍ପରା ମୁତାବକ ଏହି ମେଳା ମାଘ ଶୁକ୍ଳ ଚତୁର୍ଦ୍ଦଶୀ ଅର୍ଥାତ, ମଙ୍ଗଳବାର ପ୍ରଭୁ ପୂର୍ଣ୍ଣିମା ଓ ବୁଧବାର ଗୁରୁ ପୂର୍ଣ୍ଣିମା ଏପରି ଦୁଇଦିନ ବ୍ୟାପି ବେଶ ଧୂମଧାମରେ ପାଳିତ ହୁଏ । ମହିମା ସନ୍ୟାସୀଙ୍କ ଏହି ୧୪୯ ତମ ବାର୍ଷିକ ଉତ୍ସବ ଅବସରରେ ସାରା ବିଶ୍ବର ମହିମା ସାଧୁ ସନ୍ୟାସୀ ଓ ଶ୍ରଦ୍ଧାଳୁ ମାନେ ତାଙ୍କର ଏହି ମୁଖ୍ୟ ପୀଠ ମହିମଗାଦିରେ ଲକ୍ଷ ଲକ୍ଷ ସଂଖ୍ୟାରେ ଯୋଗ ଦିଅନ୍ତି । ଫଳରେ ସ୍ଥାନୀୟ ଲୋକେ ଏହି ମେଳାକୁ ୭ ଦିନ ବ୍ୟାପି ବେଶ ଧୁମ ଧାମରେ ପାଳନ୍ତି ।

ମାତ୍ର କୋଭିଡ ସଂକ୍ରମଣ ଆଶଙ୍କାରେ ପୁଣି ଚଳିତ ବର୍ଷ ମେଳା ଉପରେ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ । ଫଳରେ ପୀଠର ମହିମା ସାଧୁ ମାନେ କିପରି ତାଙ୍କର ନୀତିକାନ୍ତି ମୁତାବକ ପରମ୍ପରା ପାଳିବେ ସେଥିପାଇଁ ପ୍ରସ୍ତୁତି କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି । ବାହାର ଦୋକାନ-ବଜାର ବାରଣ ଥିବାରୁ ପ୍ରସ୍ତୁତି ସମ୍ପୂର୍ଣ୍ଣ ଫିକା ଲାଗୁଛି । କେବଳ ପରମ୍ପରା ମୁତାବକ ପୀଠର ମୁଖ୍ୟ ଶୂନ୍ୟ ମନ୍ଦିର, ଗାଦି ମନ୍ଦିର, ଅଖଣ୍ଡବତୀ ମନ୍ଦିର ଆଦି ଅଞ୍ଚଳ ସଫାସୁତରା କରି ନୂଆ ରଙ୍ଗ ଦିଆଯାଇ ପ୍ରସ୍ତୁତି କରାଯାଇଛି ।

ତେବେ ମହିମା ପରମ୍ପରା ମୁତାବକ ବିଭିନ୍ନ ପ୍ରାନ୍ତରୁ ମହିମା ସାଧୁମାନେ ମହିମଗାଦି ଆଗମନ କରିଛନ୍ତି । ଏହି ବର୍ଦ୍ଧିକ ଉତ୍ସବ ପାଇଁ ପୂର୍ବରୁ ପ୍ରଶାସନ ସହ ମିଳିତ ବୈଠକ ମୁତାବକ ନିଜ ନିଜ ମଠରେ ଭକ୍ତମାନଙ୍କୁ ନେଇ ପ୍ରସ୍ତୁତି ଚଳାଇଥିବା ପ୍ରକାଶ କରିଛନ୍ତି । ଏସବୁ ମଧ୍ୟରେ ମହିମା ଧର୍ମର ପରମ୍ପରା ମୁତାବକ ମଙ୍ଗଳବାର ପ୍ରଭୁ ପୂର୍ଣ୍ଣିମା ପାଇଁ ଭୋର ସମୟରୁ ମହିମା ଗାଦିର ଶୂନ୍ୟ ମନ୍ଦିର ଓ ମୁଖ୍ୟ ଗାଦି ମନ୍ଦିରରେ ପବିତ୍ର ଜଳ ଛିଞ୍ଚନ, ଚାମର ବ୍ୟଞ୍ଜନ ଆଦି ନୀତିକାନ୍ତି ଆରମ୍ଭ କରିବେ । ପରେ ମହିମା ସନ୍ୟାସୀ ମାନେ ସମ୍ମୀଳିତ ଜଣାଣ ଓ ପ୍ରଭୁ ଶୂନ୍ୟଦେହୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟ ଗାଦି ବି ମନ୍ଦିର ପରିସରରେ ବିଶ୍ବର ଶାନ୍ତି ଓ କଲ୍ୟାଣ ଉଦ୍ଧେଶ୍ୟରେ ଅଖଣ୍ଡ ଧ୍ବନି ଜଳାଇବେ ।

ସନ୍ଧ୍ୟାରେ ଗାଦିଦି ମନ୍ଦିର ଚାରି ଦ୍ବାରରେ ଅଖଣ୍ଡବତୀ ପ୍ରଜ୍ବଳିତ କରିବେ ବରିଷ୍ଠ ମହିମା ସନ୍ୟାସୀ । ଗୁରୁବାର ପରମ୍ପରା ମୁତାବକ ମହିମା ସନ୍ୟାସୀମାନେ ପ୍ରଭୁ ଅଲେଖ ମହିମାଙ୍କ ଶରଣଗାମୀ ପୂର୍ବକ ସମବେତ ହୋଇ ଗୁରୁପୂର୍ଣ୍ଣିମା ପାଳନ କରିବେ। ଏହି ବିଶ୍ବପ୍ରସିଦ୍ଧ ଯୋରନ୍ଦା ମେଳା କେବଳ ନୀତିକାନ୍ତିରେ ସୀମିତ ରହିବ । ଫଳରେ ଚଳିତ ବର୍ଷ ମଧ୍ୟ ଏହି ମେଳାର ମହୋଲ ଫିକା ରହିବ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.