ଢେଙ୍କାନାଳ: ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ବୁଡି ଯାଇଥିବା ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣଙ୍କ ଢେଙ୍କାନାଳ ଜିଲ୍ଲା ପରଜଙ୍ଗଥାନା ଅନ୍ତର୍ଗତ ଜଟିଆ ଗ୍ରାମର ଶେଷଦେବ ନାଏକ । ଶେଷଦେବ ଗତ ୧୭ ତାରିଖରେ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ସେ ଗାଧୋଉଥିବା ବେଳେ ଅସାବଧାନତାରୁ ଭାସି ଯାଇଥିଲେ ।
ଏନେଇ ସେଠାରେ ଗାଧୋଉଥିବା ଲୋକମାନେ ତାଙ୍କୁ ଉଦ୍ଧାର କରି ପାରି ନଥିଲେ । ଖବରପାଇ ପରଜଙ୍ଗ ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇବାରେ ବିଫଳ ହୋଇଥିଲେ।
ଫଳରେ ଗତ ୧୭ ତାରିଖରୁ ଶେଷଦେବ ବ୍ରାହ୍ମଣୀରେ ନିଖୋଜ ଥିଲେ । ତେବେ ଆଜି ବ୍ରାହ୍ମଣୀନଦୀ କୂଳ ଜଟିଆ ଗ୍ରାମର ଘାଟ ପାଖରେ ମୃତଦେହ ପଡିଥିବା କିଛି ଲୋକ ଦେଖିଥିଲେ । ଖବର ପାଇ ପରଜଙ୍ଗ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ