ଢେଙ୍କାନାଳ: ପୌର ଅଧିକାରୀଙ୍କୁ ଭେଟିଲା ବିଜେପିର ଏକ ପ୍ରତିନିଧି ଦଳ । ପୌରସଂସ୍ଥାରେ ବିଭିନ୍ନ ୱ।ର୍ଡ଼ରେ ଥିବା ରାସ୍ତା, ଆଲୋକିକରଣ ଓ ପାନୀୟ ଜଳ ଯୋଗାଣରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ଅଣ୍ଟା ଭିଡ଼ିଛି ବିଜେପି । ଏପରିକି ଆଜି(ବୁଧବାର) ବିଜେପି ନେତା ରାମଚନ୍ଦ୍ର ପାତ୍ରଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଢେଙ୍କାନାଳ ପୌର କାର୍ଯ୍ୟାଳୟକୁ ଯାଇ ନିର୍ବାହୀ ଅଧିକାରୀଙ୍କୁ ଭେଟିଛନ୍ତି ।
ଏପରିକି ବିଭିନ୍ନ ଉନ୍ନୟନ ମୂଳକ କାମରେ ସରକାରୀ ନୀତି ନିୟମକୁ ଅଵଲମ୍ବନ କରାଯାଉନାହିଁ ବୋଲି ଅଭିଯୋଗ ଉଠାଇଛି ବିଜେପି । ବିଭିନ୍ନ କାର୍ଯ୍ୟ ବିନା ଟେଣ୍ଡରରେ କାମ କରାଯାଉଛି ବୋଲି କହିଛି ବିଜେପି । ଫଳରେ ଏସବୁ ଦିଗରେ ତୁରନ୍ତ ଧ୍ୟାନ ଦେଇ ସରକାରୀ ନିତୀ ନିୟମ ମୁତାବକ ସମସ୍ୟାର ତୁରନ୍ତ ସମାଧାନ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ