ETV Bharat / state

ଓଡି଼ଆ ଲେଖାପଢା ଜାଣିନଥିଲେ ସରପଞ୍ଚ, ଚାଲିଗଲା ପଦବୀ

ଓଡି଼ଆ ଲେଖାପଢା ନଜାଣିବା ପଡିଲା ମହଙ୍ଗା । ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା କଲେ ଅଦାଲତ । ଅଧିକ ପଢନ୍ତୁ

ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା କଲେ ଅଦଲାତ
ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା କଲେ ଅଦଲାତ
author img

By

Published : Mar 5, 2023, 7:49 AM IST

ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା କଲେ ଅଦଲାତ

ଢେଙ୍କାନାଳ: ଓଡ଼ିଆ ଲେଖାପଢା ନଜାଣିବା ପଡିଲା ମହଙ୍ଗା । ପାଠ ପାଇଁ ଚାଲିଗଲା ପଦବୀ । ଓଡ଼ିଆ ଲେଖି ପଢି ନପାରିବାରୁ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷିତ କଲେ ଅଦାଲତ । ଢେଙ୍କାନାଳ ଜିଲ୍ଲା ଗେଙ୍ଗୁଟିଆ ପଞ୍ଚାୟତର ସରପଞ୍ଚ କୈଳାଶ ଦେହୁରୀ ଅଯୋଗ୍ୟ ହୋଇଛନ୍ତି । ଏହି ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । କୈଳାସ ନିରକ୍ଷର ଥିବା ନେଇ ଗତ ପଞ୍ଚାୟତ ନିର୍ବାଚନରେ ପରାଜିତ ହୋଇଥିବା ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଅଭିଯୋଗ କରିଥିଲେ ।

ସୂଚନା ଅନୁସାରେ, ଗତ ପଞ୍ଚାୟତ ନିର୍ବାଚରେ ନିର୍ବାଚନରେ କୈଳାସ ଦେହୁରୀ ବିଜୟୀ ହୋଇ ସରପଞ୍ଚ ନିର୍ବାଚିତ ହୋଇଥିଲେ । ହେଲେ ସରପଞ୍ଚ କୈଳାସ ଓଡି଼ଆ ନା ଲେଖି ପାରନ୍ତି ନା ପଢିପାରନ୍ତି ବୋଲି ଅଭିଯୋଗ ହୋଇଥିଲା । କୈଳାସଙ୍କ ଠାରୁ ପଞ୍ଚାୟତ ନିର୍ବାଚନରେ ହାରିଥିବା ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ପୁରୁଷୋତ୍ତମ ଦେହୁରୀ ଏହି ଅଭିଯୋଗ ଆଣି କୋର୍ଟର ଆଶ୍ରୟ ନେଇଥିଲେ । ଓଡ଼ିଶା ପଞ୍ଚାୟତ ଆଇନ ଧାରା-୩୧ରେ ଢେଙ୍କାନାଳ ସିଭିଲ କୋର୍ଟ ଜୁନିୟର ଡିଭିଜନରେ ଏହି ମାମଲାର ବିଚାର ଚାଲିଥିଲା । ଏହାକୁ ବିଚାର କରି ଅଦାଲତ ଗତ ୨୦୨୨ ମସିହାରେ ନିର୍ବାଚିତ ସରପଞ୍ଚ କୈଳାଶ ଦେହୁରୀଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି । ଓଡ଼ିଆ ପଢା ଲେଖା ପ୍ରମାଣ ଦେଇ ନପାରିବାରୁ ତାଙ୍କୁ ସରପଞ୍ଚ ପଦବୀ ପାଇଁ ଅଯୋଗ୍ୟ ବୋଲି ଘୋଷଣା କରିଛନ୍ତି ଅଦାଲତ ।

ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ ଧାରା ୧୧-ଖ ର ନିୟମ ମୁତାବକ ଜଣେ ସରପଞ୍ଚ ହେବାକୁ ହେଲେ ଓଡ଼ିଆ ପଢି ଓ ଲେଖିପାରିବା ଦରକାର । ନଚେତ୍ ସେ ସରପଞ୍ଚ ପଦବୀ ପାଇଁ ଅଯୋଗ୍ୟ ସାବ୍ୟସ୍ତ ହେବେ । ଫଳରେ ଆଇନର ଧାରା ୧୧(ଖ)ରେ ଛନ୍ଦି ହୋଇ ପଦବୀ ହରାଇବାକୁ ଯାଉଛନ୍ତି କୈଳାଶ । ଓଡ଼ିଆ ଲେଖି ଓ ପଢି ପାରୁଥିବା ନେଇ ପ୍ରମାଣ ଦେଇ ନପାରିବାରୁ ସେ ଅଯୋଗ୍ୟ ଘୋଷିତ ହୋଇଛନ୍ତି ।

ଅନ୍ୟପଟେ କୈଳାଶ ଏହାକୁ ଖଣ୍ଡନ କରି ମୁଁ ପଢି ପାରିବି ଓ ଲେଖି ପାରିବି ବୋଲି କହିଛନ୍ତି । ତେବେ ପୂର୍ବରୁ ମଧ୍ୟ ନିର୍ବାଚିତ ହୋଇ କୈଳାଶ ୫ବର୍ଷ ସରପଞ୍ଚ ଭାବେ କାର୍ଯ୍ୟ କରିଥିବା ଜଣାପଡ଼ିଛି । ଓଡ଼ିଆ ପଢି ଲେଖି ନଜାଣି ମଧ୍ୟ ସେ ସରପଞ୍ଚ ଭାବେ ୫ ବର୍ଷ ପଦବୀରେ ରହିଥିଲେ । ପୁଣିଥରେ ନିର୍ବାଚିତ ନିର୍ବାଚିତ ହେବା ପରେ ସେ ଅଯୋଗ୍ୟ ଘୋଷିତ ହେବା ଘଟଣା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.