ଢେଙ୍କାନାଳ: ୫୫ ନମ୍ବର ଜାତୀୟ ରାଜପଥରେ ବାଇକ ଉପରେ ଚଢ଼ିଗଲା ଟ୍ରକ । ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ଯାହାକୁ ନେଇ ଦୁର୍ଘଟଣା ସ୍ଥଳ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ଇଟାପ ଛକରେ ଉତ୍ତେଜନା ପ୍ରକାଶ ପାଇଛି । ମୃତ ବାଇକ ଆରୋହୀ ଚିନ୍ତାମଣି ସାହୁ ସ୍ଥାନୀୟ ମଙ୍ଗଳପୁର ଗ୍ରାମର ବୋଲି ଜଣାପଡିଛି ।
ଫଳରେ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ମୃତକର ପରିବାରକୁ କ୍ଷତିପୂରଣ ଦାବିରେ ୫୫ ନମ୍ବର ଜାତୀୟ ରାଜପଥକୁ ଟାୟାର ଜାଳି ଅବରୋଧ କରିଛନ୍ତି । ଘଟଣା ସ୍ଥଳକୁ ମୋଟଙ୍ଗା ପୋଲିସ ପହଞ୍ଚି ବୁଝାସୁଝା ଜାରି ରଖିଥିବା ବେଳେ କ୍ଷତିପୂରଣ ଦାବିରେ ଲୋକମାନେ ଅଡ଼ି ବସିଛନ୍ତି । ଯାହାଫଳରେ ଜାତୀୟ ରାଜପଥରେ ସାଧାରଣ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇ କଟକ ସମ୍ବଲପୁର ମଧ୍ୟରେ ଯୋଗାଯୋଗ ଠପ ହୋଇଯାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ