ETV Bharat / state

ସ୍କୁଟିକୁ ପଛପଟୁ ଧକ୍କା ଦେଲା ଟ୍ରକ, ମହିଳା ମୃତ - ସ୍କୁଟିକୁ ପଛପଟୁ ଧକ୍କା ଦେଲା ଟ୍ରକ

ରାସ୍ତାରେ ମାଟିଗଦା ନେଲା ମହିଳାଙ୍କ ଜୀବନ। ସ୍କୁଟିକୁ ପଛରୁ ଧକ୍କାଦେଲା ଟ୍ରକ। ଘଟଣାସ୍ଥଳରେ ପତ୍ନୀ ମୃତ ଓ ସ୍ବାମୀ ସହ ଚାରିବର୍ଷର ଶିଶୁ ଆହତ। ଦୁର୍ଘଟଣାକୁ ନେଇ ଏନ ଏଚ -55 କୁ ଏକ ଘଣ୍ଟା ଅବରୋଧ କଲେ ସ୍ଥାନୀୟ ଲୋକେ। ଅଧିକ ପଢନ୍ତୁ...

ସ୍କୁଟିକୁ ପଛପଟୁ ଧକ୍କା ଦେଲା ଟ୍ରକ, ମହିଳା ମୃତ

author img

By

Published : Mar 17, 2021, 7:30 AM IST

Updated : Mar 17, 2021, 10:03 AM IST

ଢେଙ୍କାନାଳ: ରାସ୍ତା କାମ ପାଇଁ ଗଦା ହୋଇଥିବା ମାଟିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମହିଳା ଜଣଙ୍କ ସ୍ବାମୀଙ୍କ ସହ ଶିଶୁ ପୁଅକୁ ନେଇ ସ୍କୁଟିରେ ଯାଉଥିବାବେଳେ ମାଟିଗଦା ଯୋଗୁଁ ପଛରୁ ଏକ ଟ୍ରକ ତାଙ୍କ ଉପରେ ମାଡି ଯାଇଥିବା ଜଣାପଡିଛି । ଏହି ଦୁର୍ଘଟଣା ଘଟଣା ଘଟିଛି ଏନ ଏଚ-୫୫ର ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କାଉଁରିଆପାଳ ତାରିଣୀ ମନ୍ଦିର ନିକଟରେ ।

ସ୍କୁଟିକୁ ପଛପଟୁ ଧକ୍କା ଦେଲା ଟ୍ରକ, ମହିଳା ମୃତ

ଏହି ଦୁର୍ଘଟଣାରେ ମୃତ ମହିଳା ଜଣଙ୍କ ବନରପାଳ ଥାନା ଅନ୍ତର୍ଗତ ବୁଢ଼ାପଙ୍କ ଗ୍ରାମର ପ୍ରତିମା ମହାନ୍ତି ବୋଲି ଜଣାପଡିଛି । ଅପର ପକ୍ଷରେ ତାଙ୍କ ସ୍ବାମୀ ପ୍ରଶାନ୍ତ ମହାନ୍ତି ଓ ଚାରିବର୍ଷର ଶିଶୁ ଆହତ ହୋଇଥିବାବେକେ ସେମାନଙ୍କୁ ଚିକିତ୍ସାପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଦୁର୍ଘଟଣା ସ୍ଥଳରେ ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ରାଜପଥରେ ସାଧାରଣ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇଁ ସଦର ଥାନା ପୁଲିସ ଓ ଓଡ଼ପଡା ତହସିଲଦାର ପହଁଞ୍ଚି ବୁଝା ସୁଝା କରିବା ସହ ମୃତକ ପରିବାରକୁ ଆର୍ଥିକ ଅନୁକମ୍ପା ପ୍ରଦାନ କରିବାପରେ ରାସ୍ତା ଅବରୋଧ ହଟିଥିବା ଜଣାପଡିଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Mar 17, 2021, 10:03 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.